-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
28-Jul-2023
ବରଗଡ଼: ବରଗଡ଼ ଜିଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଅଧିନସ୍ଥ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପହଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ(ସି.ଏଚ.ଓ) ସୁଶ୍ରୀ ଦିନମଣୀ ପଣ୍ଡାଙ୍କ ଅନିମିଆ ମୁକ୍ତ ଲକ୍ଷରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ
ଅନୁଷ୍ଠିତ ହୋଇ ଯାଇଛି। ସ୍କୁଲ ପରିସରରେ ଏସମ୍ପର୍କରେ ଏକ ସଚେତନତା ସଭାରେ ରାଷ୍ଟ୍ରିୟ ରକ୍ତ ଶିକୁଳି ଜନିତ ରକ୍ତ ହିନତା ଓ ନିରାକରଣ ଓ ତାର ଚିକିତ୍ସା ସମ୍ପର୍କରେ ବିସ୍ତୃତ ଭାବେ ସୁଶ୍ରୀ ପଣ୍ଡା ବୁଝାଇଥିଲେ।ପରେ ଛାତ୍ରଛାତ୍ରୀଙ୍କ ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପହଣ୍ଡି ଉପସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଶ୍ରୀ କୁନ୍ତଳା ମହାଲିକ,ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ଶୃତି ପଣ୍ଡା ଏବଂ ଆଶା କର୍ମୀ ମଞ୍ଜୁଲତା ସାହୁଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ।ପରେ ଏକ ରେଲି ବାହାରି ଗ୍ରାମ ପରିକ୍ରମା କରାଯାଇଥିଲା।