-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
27-Jul-2023
ବଲାଙ୍ଗୀର:- ଓଡ଼ିଶା ସରକାର କୃଷି କ୍ଷେତ୍ର ରେ ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି ।ସରକାରଙ୍କ ଲୋକାଭିମୁଖୀ ଯୋଜନା ସଫଳ ହେବାସହ କୃଷି ଏବଂ କୃଷକ ମାନଙ୍କ ମଧ୍ୟ ଉନ୍ନତି ହେଉଥିବା ପରିଲକ୍ଷିତ ହୁଏ।
କୃଷି ଏବଂ କୃଷକ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାର ସଦା ତପ୍ତର । ରାଜ୍ୟ ସରକାର ଙ୍କ ବିଭିନ୍ନ କୃଷକ କଲ୍ୟାଣ
ଯୋଜନା ସମ୍ପର୍କରେ ରାଜ୍ୟରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ପଥପ୍ରାନ୍ତ ନାଟକ ଓ ନାଚ ଗୀତ ମାଧ୍ୟମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରି ସଚେତନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି ।ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା କୃଷି ଓ କୃଷକ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା କୁ ଷ୍ଟାଗ ସଂସ୍ଥା ନିଜର କଳାରେ ସଙ୍ଗୀତ,ନାଚ ଏବଂ ପଥପ୍ରାନ୍ତ ନାଟକ କରି ବଲାଙ୍ଗୀର ଜିଲ୍ଲାର ପ୍ରାୟ ଗ୍ରାମ ଏବଂ ପଞ୍ଚାୟତ ରେ ଏହାର ପ୍ରଦର୍ଶନ କରିବ ।ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ଚନ୍ଦ୍ର ବେହେରା ଙ୍କ ତତ୍ୱାବଧାନ ରେ କୃଷି ରଥ କାର୍ଯକ୍ରମ ବଲାଙ୍ଗୀର ରେ ପରିଚାଳିତ ହୋଇଛି ।ଆଜି କୃଷି ଅଧିକାରୀ ଙ୍କ କାର୍ଯ୍ୟାଳୟରୁ ଏହି ଯୋଜନାର ଶୁଭାରମ୍ଭ ହୋଇଛି ।ଏହା ପ୍ରତି ପଞ୍ଚାୟତ ରେ ପହଞ୍ଚି ରାଜ୍ୟ ସରକାର ଙ୍କ ପକ୍ଷରୁ ଚାଷୀଙ୍କୁ
ଯୋଗାଇ ଦିଆଯାଇଥିବା ବିଭିନ୍ନ କୃଷି ସମ୍ବନ୍ଧୀୟ ଯୋଜନା ସମ୍ପର୍କରେ ନାଚ ଗୀତ ପଥପ୍ରାନ୍ତ ନାଟକ ଓ ଅଭିନୟ ମାଧ୍ୟମରେ ସଚେତନତା ସୃଷ୍ଟି କରିବ ବୋଲି ଷ୍ଟାଗ ର ନିର୍ଦ୍ଦେଶକ ଶ୍ରୀ ଗଣେଶ ମହାପାତ୍ର ସୂଚନା ଦେଇଛନ୍ତି ।ବିଭିନ୍ନ ସ୍ଥାନର କଳାକାର ମାନଙ୍କୁ ନେଇ ଷ୍ଟାଗ ସଚେତନତା କାର୍ଯ୍ୟକ୍ରମ ପରିଚାଳନାକରି ସଚେତନ ସୃଷ୍ଟି କରିବା ଦିଗରେ ସହାୟକ ହୋଇପାରିଛି ।ରାଜ୍ୟ ସରକାର , କୃଷି ବିଭାଗ ଓ ଷ୍ଟାଗ ର କାର୍ଯ୍ୟକ୍ରମ ,ଅଞ୍ଚଳର ଚାଷୀ ଙ୍କ ମଧ୍ୟରେ କୃଷି ଓ କୃଷକ କଲ୍ୟାଣ ଯୋଜନା ର ପ୍ରକୃତ ଉଦ୍ଦେଶ୍ୟ ସାଧନ ଦିଗରେ ସହାୟକ ହେବ ।