-+91-9937148622 |

prerana_bgr@rediffmail.com |

  Sunday 4th October 2026 |

| | | |

R.N.I. Regd No. ODIODI/2010/46693

Breaking News

ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ    (04-Oct-2026)       ||      *୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   (04-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   (04-Oct-2026)       ||      ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   (04-Oct-2026)       ||      ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   (04-Oct-2026)       ||      ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ    (04-Oct-2026)       ||      ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   (04-Oct-2026)       ||      ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   (03-Oct-2026)       ||      କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   (03-Oct-2026)       ||      ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   (03-Oct-2026)       ||      ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   (03-Oct-2026)       ||      ‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   (03-Oct-2026)       ||      ପଟୁଆପାଲି ପଞ୍ଚାୟତ ଅନ୍ତର୍ଗତ ପାଣ୍ଡରିଡୁଙ୍ଗରି ଗ୍ରାମରେ ବିଜେଡି ପକ୍ଷରୁ ପଦଯାତ୍ରା   (03-Oct-2026)       ||      ମାୟାବର୍ହା ହାଇସ୍କୁଲରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ :ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ   (03-Oct-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   (03-Oct-2026)       ||      ଆଭାସୀ ମାଧ୍ୟମରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଦଭାବନା ବୈଠକ    (03-Oct-2026)       ||      ପବିତ୍ର ଗାନ୍ଧି ଜୟନ୍ତୀ ଉପଲକ୍ଷେ ହେଲୋ କିଡ୍ସ ପ୍ଲେ ସ୍କୁଲରେ ଫେନସି ଡ୍ରେସ ପ୍ରତିଯୋଗିତା    (03-Oct-2026)       ||      ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ   (03-Oct-2026)       ||      ସୁନ୍ଦରଗଡ଼ଠାରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (03-Oct-2026)       ||      ବୁଢ଼ୀପଦର୍ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମସଭା ଅନୁଷ୍ଠିତ    (03-Oct-2026)       ||     

HOME   ଜିଲ୍ଲା

କଳାହାଣ୍ଡିର ରେଳ ସୁବିଧା : ରେଳ ମନ୍ତ୍ରୀଙ୍କୁ ଭେଟିଲେ ସୁନୀତି ମୁଣ୍ଡ୍‌

27-Jul-2023



ରୁପ୍ରାରୋଡ (ସଞ୍ଜିବ ଦାସ )
କଳାହାଣ୍ଡି ଜିଲ୍ଲା ରେଳ ସଂଯୋଗ ଉପେକ୍ଷିତ ହେବା ଯୋଗୁଁ ଶିଳ୍ପ କ୍ଷେତ୍ରରେ ଅବହେଳିତ ହୋଇଛି । ଏଥି ପାଇଁ କଳାହାଣ୍ଡିର ସାମାଜିକ ଏବଂ ଅର୍ଥନୈତିକ ବିକାଶରେ ବାଧକ ସୃଷ୍ଟି ହେଉଥିବା ନେଇ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ତଥା ବିଜେପି ନେତ୍ରୀ ଡକ୍ଟର ସୁନୀତି ମୁଣ୍ଡ୍ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଛନ୍ତି । ଏବେ ମଧ୍ୟ ଜିଲ୍ଲାବାସୀ ଉପଯୁକ୍ତ ରେଳସେବା ପାଇବାରୁ ବଂଚିତ ରହିଛନ୍ତି । ସୂଚନାଯୋଗ୍ୟ ଯେ ଆଧାର ତଥ୍ୟ ଅନୁଯାୟୀ ୨୦୨୩ ମସିହାରେ କଳାହାଣ୍ଡି ଜିଲ୍ଲାର ଜନସଂଖ୍ୟା ପ୍ରାୟ ୨,୧୯୧,୮୪୮ ରହିଛି । ୭୯୨୦ ବର୍ଗକିଲୋମିଟର ପରିମିତ ଅଂଚଳରେ ଏହି ଜିଲ୍ଲା ପରିବ୍ୟାପ୍ତ ହୋଇଥିବାବେଳେ ଏଠାରେ ଥିବା ୧୯ଟି ପ୍ରମୁଖ ଧର୍ମୀୟ ସ୍ଥଳ, ବାଣିଜ୍ୟ କେନ୍ଦ୍ର, ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥଳ, ଅଭୟାରଣ୍ୟ ମଧ୍ୟରୁ କେବଳ ଜୁନାଗଡ, ଭବାନିପାଟଣାକୁ ରେଳ ସଂଯୋଗ ରହିଛି । ଅନ୍ୟ ପ୍ରମୁଖ ସ୍ଥାନଗୁଡିକ ଏଥିରୁ ବଂଚିତ ରହିଛି । ବୁଧବାର ଦିନ ଦିଲ୍ଲୀସ୍ଥିତ କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୁନୀତି ଏକ ମେମୋରେନ୍‌ଣ୍ଡମ୍ ଦେଇ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୨୨ ଦଫା ଦାବୀ ପତ୍ର ଦେଇଛନ୍ତି ।
୧. ଜିଲ୍ଲାବାସୀଙ୍କ ପକ୍ଷରୁ ସେଠାରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ତତ୍‌ସହିତ ଏକ ରେଳ କାରଖାନା ସ୍ଥାପନ କରିବାକୁ ୨୦୦୮ରୁ ଦାବି କରିଆସୁଛନ୍ତି । ୨୦୧୦-୧୧ କେନ୍ଦ୍ର ବଜେଟ୍‌ରେ କଳାହାଣ୍ଡି ଅଥବା ଭୁବନେଶ୍ୱରରେ ଏକ ରେଳ ସାମୟିକ ବଗି ମରାମତି କାରଖାନା ସ୍ଥାପନ ପ୍ରସ୍ତାବ ରହିଥିଲା । କିନ୍ତୁ ଓଡ଼ିଶା ସରକାର ତାହାକୁ ଗଞ୍ଜାମ ଜିଲ୍ଲାରେ କରିବାକୁ ପ୍ରସ୍ତାବ ଦେଲେ । ତାହାକୁ କଳାହାଣ୍ଡି ଜିଲ୍ଲାବାସୀ ତୀବ୍ର ସମାଲୋଚନା କରିଥିଲେ ଏବଂ ଏହାକୁ ନେଇ ଦୁଇବର୍ଷ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିଲା । ବିଭିନ୍ନ ମହଲରୁ ଦାବି ପରେ ୨୦୧୩-୧୪ ବଜେଟ୍‌ରେ କଳାହାଣ୍ଡିରେ ଏକ ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଗଲା । ପରେ ତାହାକୁ ବିଶାଖାପାଟଣାକୁ ସ୍ଥାନାନ୍ତର କରିଦିଆଗଲା । ୨୦୧୭-୧୮ରେ ପୁନଶ୍ଚ କଳାହାଣ୍ଡିରେ ବିଦ୍ୟୁତ୍‌ଚାଳିତ ରେଳ ଇଞ୍ଜିନର ସାମୟିକ ବଗି ମରାମତି କାରଖାନା ସ୍ଥାପନ ଘୋଷଣା କରାଯାଇଥିଲା, କିନ୍ତୁ ସେହି ପ୍ରକଳ୍ପ କାର୍ଯ୍ୟ ଆଗେଇପାରୁନାହିଁ ।

୨. ଜିଲ୍ଲାରେ ଜୁନାଗଡ ରୋଡ-ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ସର୍ଭେ ଦୀର୍ଘବର୍ଷ ହେଲା ପଡିରହିଛି । ରାୟପୁର-ରାଜିମ-ଗରିଆବନ୍ଧ-ଦେଭୋଗ-ଧର୍ମଗଡ-ଜୁନାଗଡ ରେଳପଥ ପାଇଁ ସର୍ଭେ ସକାଶେ ଅନୁମୋଦନ ମିଳିଥିଲେ ମଧ୍ୟ ତାହାର ସ୍ଥିତି ସମ୍ପର୍କରେ ଜଣାନାହିଁ । ଲାଞ୍ଜିଗଡ ରୋଡ-ଫୁଲବାଣୀ-ଅନୁଗୋଳ (ତାଳଚେର) ଏବଂ ଭବାନିପାଟଣା-କେସିଙ୍ଗା ରେଳପଥ ପ୍ରକଳ୍ପ ଆଗେଇ ପାରୁନାହିଁ । ଏଠାକୁ ସୀମିତ ସଂଖ୍ୟକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରୁଛି । ସେଥିରେ ଜିଲ୍ଲାବାସୀଙ୍କ ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ମଧ୍ୟ ଦାବି ହେଉଛି ।
୩. କେସିଙ୍ଗା ଓ ଭବାନୀପାଟଣା ମଧ୍ୟରେ ରେଳ ସଂଯୋଗ କରାଯାଉ ।
୪. ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍‌ରେ ପ୍ରଥମ ଶ୍ରେଣୀ ବାତାନୁକୂଳିତ ବଗି ଖଞ୍ଜାଯାଉ ।
୫. ଭୁବନେଶ୍ୱରରୁ ଜୁନାଗଡ ଏବଂ ଜୁନାଗଡରୁ ଭୁବନେଶ୍ୱରକୁ ସକାଳୁ ଏକ ଟ୍ରେନ ଚଳାଚଳ କରାଯାଉ ।
୬. ୧୨୮୭୧/୧୨୮୭୨ ହାଓଡା-ଟିଟିଲାଗଡ, ଟିଟିଲାଗଡ଼-ଇସ୍ପାତ ଏକ୍ସପ୍ରେସକୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ ।
୭. ରାୟଗଡାରେ ସମତା ଏକ୍ସପ୍ରେସରେ ଯାତ୍ରା କରିବାକୁ ରାୟଗଡା ଏବଂ ଜୁନାଗଡ ମଧ୍ୟରେ ଏକ ପାସେଞ୍ଜର ଟ୍ରେନ ଚଳାଚଳ କରାଯାଉ ।
୮.  ୦୮୫୦୩/୦୮୫୦୪: ରାୟଗଡ଼ାରୁ ବିଶାଖାପାଟଣା, ବିଶାଖାପାଟଣା ରୁ ରାୟଗଡ଼ା ଚେୟାରକାର ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଉ ।
୯.  ଭୁବନେଶ୍ୱରରୁ କେସିଙ୍ଗା ଭାୟା ଉତ୍‌କେଲା ଏକ ନୂଆ ରେଳପଥ ନିର୍ମାଣ କରାଯାଉ ।
୧୦. ଜୟପୁର ଓ ଜୁନାଗଡ ରୋଡ ମଧ୍ୟରେ ନୂଆ ରେଳପଥ ନିର୍ମାଣ କରାଯାଉ ।
୧୧. ଜୁନାଗଡ ଓ ଆମ୍ବାଗୁଡା ମଧ୍ୟରେ ଭାୟା ନବରଙ୍ଗପୁର ଓ କୋକସରା ଏକ ନୂଆ ରେଳପଥ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି ହେବା ସତ୍ୱେ ପଦକ୍ଷେପ ନିଆଯାଉନାହିଁ । ଏହାକୁ ଗୁରୁତ୍ୱ ଦିଆଯାଉ ।
୧୨. ବିଶାଖାପାଟଣାରୁ ଜୁନାଗଡ଼କୁ ରେଳ ସଂଯୋଗୀକରଣ ଦ୍ୱାରା ମଧ୍ୟ ଅଧିକ ଜନସାଧାରଣ ଉପକୃତ ହୋଇପାରନ୍ତେ ।
୧୩.  ଭୁବନେଶ୍ୱର ଇଂଟରସିଟି ବଲାଙ୍ଗିର ପର୍ଯ୍ୟନ୍ତ ଚାଲୁରହିଛି, ଏହାକୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ ।

୧୪. କଳାହାଣ୍ଡି ଜିଲାରେ ବିଦ୍ୟୁତ୍ ଚାଳିତ ରେଳଇଞ୍ଜିନ ମରାମତି କାରଖାନା ସ୍ଥାପନ କରାଯାଉ ।
୧୫. ଭବାନିପାଟଣା ଓ ଜୁନାଗଡ ଷ୍ଟେସନରେ ଭିଆଇପି ଲାଉଞ୍ଜ ସ୍ଥାପନ ହେଉ ।
୧୬. ଭବାନୀପାଟଣା ଲାଉଞ୍ଜକୁ ପରିବର୍ଦ୍ଧିତ କରାଯାଉ ।
୧୭. ଜୁନାଗଡ଼ ଫାଷ୍ଟକ୍ଲାସ୍ ୱେଟିଙ୍ଗ୍ ରୁମ୍‌ରେ ଏସି ଲଗାଯାଉ ଓ ସେକେଣ୍ଡ କ୍ଲାସ୍ ୱେଟିଙ୍ଗ୍ ରୁମ୍ ଖୋଲାଯାଉ ।
୧୮. ଜୁନାଗଡ଼ ଷ୍ଟେସନ୍‌ରେ ଚାହା ଓ ଜଳଖିଆ ଷ୍ଟଲ୍ ନଥିବାରୁ ଯାତ୍ରୀ ହଟହଟା ହେଉଛନ୍ତି ଏଣୁ ଏଠାରେ ଚା’ପାନୀୟ ଓ ଜଳଖିଆ ଷ୍ଟଲ୍ ଖୋଲାଯାଉ ।
୧୯. ୨୨୮୬୧/୨୨୮୬୨ : ହାୱାଡା କଂଟାବାଂଞ୍ଜି ଓ କଂଟାବାଂଞ୍ଜି ହାୱାଡ଼ା ଇସ୍ପାତ ଟ୍ରେନ୍‌କୁ ଜୁନାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉ ।
୨୦.  ୨୦୮୩୭/୨୦୮୩୮ : ଭୁବନେଶ୍ୱର ଜୁନାଗଡ଼ ଓ ଜୁନାଗଡ଼ ଭୁବନେଶ୍ୱରକୁ ଅଲ୍‌ଟରନେଟିଭ୍ କରାଯାଉ ଯେପରି (ଜୁନାଗଡ଼-ଭବାନୀପାଟଣା- ଲାଞ୍ଜିଗଡ଼- ମୁନିଗୁଡା- ରାୟଗଡ଼ା... କୁ ଅଲଟରନେଟ୍ ଡ଼େ’ ରେ ଜୁନାଗଡ଼- ନର୍ଲା- ଟିଟିଲାଗଡ଼- ବଲାଙ୍ଗୀର...)
୨୧. ନର୍ଲା ଷ୍ଟେସନ୍‌ରେ କୌଣସି ଟ୍ରେନ୍ ଷ୍ଟପେଜ୍ ନଥିବାରୁ ଯାତ୍ରୀ ହଇରାଣ ହେଉଛନ୍ତି, ଏଣୁ ଏହି ରାସ୍ତା ଦେଇ ଯାଉଥିବା ସମସ୍ତ ଟ୍ରେନ୍‌ର ଷ୍ଟପେଜ୍ ଦିଆଯାଉ ।  
୨୨. ଭବାନୀପାଟଣା ଓ ଜୁନାଗଡ଼ ଷ୍ଟେସନ୍‌ରେ ବିକଳାଙ୍ଗଙ୍କ ପାଇଁ ସୁ-ବ୍ୟବସ୍ଥା କରାଯାଉ ।
ମାନ୍ୟବର ରେଳମନ୍ତ୍ରୀ ଏହି ୨୨ ଦାବୀକୁ ଗୁରୁତ୍ୱର ସହିତ ଧ୍ୟାନ ଦେବେ ବୋଲି ପ୍ରତିଶୁତି ଦେଇଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ, ସ୍ୱଚ୍ଛତା ରେଲି ଆୟୋଜିତ   04-Oct-2026
  ଜିଲ୍ଲା  
*୧-୦ ଗୋଲ ରେ ବରଗଡ଼ କୁ ହରାଇ ସାହାଣୀ କପ୍ ଫୁଟବଲ୍ ସୁବର୍ଣ୍ଣପୁର ଜୋନ୍ ଚାମ୍ପିଅନ ହେଲା କଟକ ଦଳ*   04-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସଂକଳ୍ପ ଅଭିଯାନ ଆରମ୍ଭ*   04-Oct-2026
  ଜିଲ୍ଲା  
ମଦ ମୁକ୍ତ ଅଭିଯାନ ସମୟରେ ମହିଳାମାନଙ୍କୁ ଦୁର୍ବ୍ୟବହାର, ଡାଵୁଗାଁ ଥାନାରେ ଅଭିଯୋଗ   04-Oct-2026
  ଜିଲ୍ଲା  
ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ   04-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ ପାଳିତ   04-Oct-2026
  ଜିଲ୍ଲା  
ବଡ଼ମାଳ ହାଇସ୍କୁଲରେ ନୂତନ ପ୍ରଧାନଶିକ୍ଷକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା   04-Oct-2026
  ଜିଲ୍ଲା  
ଭଟିଗାଁ ଗ୍ରାମ ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଗ୍ରାମସଭା   03-Oct-2026
  ଜିଲ୍ଲା  
କୁଡ଼ାପଡାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ(୪ର୍ଥ) ଅନୁଷ୍ଠିତ   03-Oct-2026
  ଜିଲ୍ଲା  
ବିଜେପି ପକ୍ଷରୁ ସେବା ସଂକଳ୍ପ ଅଭିଯାନ ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୭୩ ୟୁନିଟ ସଂଗୃହିତ।   03-Oct-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ- ୨୦୨୬ ଅନୁଷ୍ଠିତ *"ଆସ ଖାଇବାକୁ ଦେବା" - ଅଭିଯାନ ର ଶୁଭାରମ୍ଭ*   03-Oct-2026
  ଜିଲ୍ଲା  
‘ପ୍ରେରଣା’ର  ୱେବ ପୋର୍ଟାଲ ତଥା ଡିଜିଟାଲ ମିଡ଼ିଆ ର ଷଷ୍ଠ ପ୍ରତିଷ୍ଠା ଦିବସ   03-Oct-2026

You Might Also Like