-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ଲଘୁଚାପଜନିତ ବର୍ଷାରେ ଘର ଭାଙ୍ଗି ଯିବାରୁ ଅସହାୟ ହୋଇ ପଡିଛନ୍ତି ଖଡ଼ିଆଳ ବ୍ଲକ ଦୋହେଲ ପଡା ଗ୍ରାମର ଖୁଲଣା ବେହେରା।ଦୁଇ ଦିନ ତଳେ ପ୍ରବଳ ବର୍ଷା ହେବାରୁ ତାଙ୍କ ଛୋଟ ଛାତ ଘରଟି ଭାଙ୍ଗି ଯାଇଥିଲା।ଖୁଲଣା ଙ୍କ ବାପା ମାଆ ନଥିବା ବେଳେ ସେ ଏକାକୀ ରହି ଆସୁଛନ୍ତି।ବର୍ତ୍ତମାନ ଘର ଭାଙ୍ଗି ଯିବାରୁ ସେ ନିଃସହାୟ ଅବସ୍ଥାରେ ପର ଘରେ ଆଶ୍ରୟ ନେବାକୁ ପଡୁଛି।ଏନେଇ ଦୋହେଲ ପଡା ସରପଞ୍ଚ ଦୀପିକା ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇ ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।
(ନୂଆପଡ଼ା ଜିଲ୍ଲାରୁ ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ)