-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
15-Jul-2023
ବିନିକା(ହିମାଂଶୁ ଶେଖର ପୁଟେଲ)ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୯୬୮୪/ତା ୧୪/୭/୨୩ ଅନୁଯାୟୀ ସୋନପୁର ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ପାଣିଗ୍ରାହୀଙ୍କୁ ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ପରିଚାଳନା କମିଟିର ନୂତନ ସଭାପତି ଭାବେ ମନୋନୀତ କରାଯାଇଥିବାରୁ ଶିକ୍ଷାପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି ।ଏହି ଅବସରରେ ସ୍ଥାନୀୟ କଲେଜ ସଭାଗୃହ ଠାରେ କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସମାରୋହରେ ଶ୍ରୀ ପାଣିଗ୍ରାହୀଙ୍କୁ ଉପଡୋକନ ଦେଇ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଆୟୋଜିତ ସଭାକୁ ଇତିହାସ ବିଭାଗର ବରିଷ୍ଟ ଅଧ୍ୟାପକ ଗୋପାଳ କୃଷ୍ଣ ଦାଶ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ରୁଦ୍ର ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,ଷ୍ଟାଫ ଓ ଅଧ୍ୟୟନରତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।