-+91-9937148622 |
prerana_bgr@rediffmail.com |
Friday 17th July 2026 |
R.N.I. Regd No. ODIODI/2010/46693
Breaking News
10-Jul-2023
ମୁରିବାହାଲ(ସୁଦାମ ଚରଣ ବଘାର ): କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅନ୍ତର୍ଗତ ପତ୍ରାପାଳି (ଖ) ଠାରେ ବରିଷ୍ଠ ବିଜେଡି ନେତା ଅଜୟ ଦାସଙ୍କ ନେତ୍ରୁତ୍ଵରେ ମୋ ଘର ଯୋଜନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ଯେକ ପଂଚାୟତ ଓ ଗାଁକୁ ଯାଇ ମୋ ଘର ଯୋଜନା ବିଷୟରେ ଜନସାଧାରଣଙ୍କୁ ସଚେତନ କରାଯିବା ନେଇ ବ୍ଯାପକ ଆଲୋଚନା ହୋଇଥିଲା। ଯୋଗ୍ଯ ବ୍ଯକ୍ତି ଯେପରି ସରକାରୀ ଯୋଜନା ରେ ସାମିଲ ହୋଇ ପାରିବେ, ମୁରିବାହାଲ, ତୁରେକେଲା ଓ ବଙ୍ଗୋମୁଣ୍ଡା ବ୍ଲକ ର ପ୍ରତ୍ଯେକ ଯୋଗ୍ଯ ପରିବାର ଯେପରି ଘର ପାଇବେ ସେନେଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମିନିକେତନ ପାତ୍ର, ଧିରମନ ବାଗ, ଦିଲିପ ମହାନନ୍ଦ, ମଧୁ ଗହିର, ମାୟାଧର ପୋଢ,ଗୁପ୍ତେଶ୍ୱର ବିଭାର, ହେମ ସାଗର ଗହିର, ଅଗସ୍ତି ବାଗ, ଶୋଭାବନ ପୁଟେଲ, ସୁଧାକର ଟାହାଣୀ, ଚିତ୍ତ ବାଗ, ମଣ୍ଟୁ ଗଡୁଆ, ଜିତେନ ନାଗ, ପରମାନନ୍ଦ ଘିଭେଲା, ବୁଦ୍ଧଦେବ ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।