-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2023
ବଲାଙ୍ଗୀର, ଆଜି ସକାଳେ ବଲାଙ୍ଗୀର ପେଲେସ ଲାଇନ ବାସୀନ୍ଦା ତଥା ଆଇନଜୀବୀ ସଂଜୀବ ହୋତାଙ୍କ ଧର୍ମପତ୍ନୀ ମହିଳା ଆଇନଜୀବୀ ଶ୍ରୀମତୀ ସ୍ୱାଗତିକା ମିଶ୍ର ଙ୍କ ମାତ୍ର ୪୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶ୍ରୀମତୀ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ଆଜି ସକାଳେ ମୁମ୍ବାଇ ଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାଗତିକା ମିଶ୍ର ଙ୍କ ପରଲୋକ ହୋଇଯାଇଛି । ସ୍ୱାଗତିକାଙ୍କ ସ୍ୱାମୀ ସଂଜୀବ ହୋତା ମଧ୍ୟ ଜିଲ୍ଲା ଓକିଲ ସଂଘର ଜଣେ ସଭ୍ୟ ଅଛନ୍ତି । ସ୍ୱାଗତିକାଙ୍କ ପିଲା ଦିନରୁ ସଙ୍ଗୀତ ଓ କଳା ପ୍ରତି ଗଭୀର ରୂଚି ଥିଲା । ଆଜି ସ୍ଥାନୀୟ ବାର୍ ହଲ୍ ଠାରେ ଶ୍ରୀମତୀ ସ୍ୱାଗତିକା ମିଶ୍ରଙ୍କ ଅକାଳ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ, ସଭ୍ୟା ଯୋଗ ଦେଇ ସ୍ୱର୍ଗତ ସ୍ୱାଗତିକା ମିଶ୍ର ଙ୍କ ସ୍ମୃତିଚାରଣ କରିଥିଲେ ।