-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
30-Jun-2023
ବଲାଙ୍ଗିର : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିରର ଅଧ୍ୟକ୍ଷ ମହୋଦୟ ଡ଼. ଅଶୋକ କୁମାର ମହାପାତ୍ରଙ୍କୁ ଆଜି ସେବାବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସେ ବଡ଼ଗାଁ ସୁନ୍ଦରଗଡ଼ ଠାରୁ ଅଧ୍ୟାପନା ଆରମ୍ଭ କରି ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, ଟିଟିଲାଗଡ଼ ଏବଂ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଓଡ଼ିଆ ଅଧ୍ୟାପକ ଭାବେ ଦୀର୍ଘ ୩୮ ବର୍ଷ ଧରି ଅଧ୍ୟାପନା ଜୀବନ ବିତେଇବା ସହ ବିଭିନ୍ନ ସମୟରେ ଅଧ୍ୟକ୍ଷ ଦାୟିତ୍ଵ ନିଷ୍ଠାର ସହ ନିର୍ବାହ କରିଛନ୍ତି | ସେ ଏକା ଧାରରେ ଜଣେ କବି, ଆଲୋଚକ, ଗାଳ୍ପିକ ତଥା ସୁପରିଚିତ ବକ୍ତା ମଧ୍ୟ | ଏ ଯାବତ୍ ଗଳ୍ପ ଗ୍ରନ୍ଥ 'କାରାବାସ', 'ଦାରୁଣ ନିଧାଘ କାଳ', 'ଦେଶାନ୍ତରୀ'' 'ଅହଲ୍ୟା ଓ ଅନ୍ୟାନ୍ୟ ଗପ', 'ଅଶୋକ ମହାପାତ୍ରଙ୍କ ଶ୍ରେଷ୍ଠ ଗପ',କବିତା ଗ୍ରନ୍ଥ 'ମୃତ୍ୟୁ ଗୀତ' 'ଚିଠି ଓ ଅନ୍ୟାନ୍ୟ କବିତା'
ଆଲୋଚନା ଗ୍ରନ୍ଥ 'ରୋମାଣ୍ଟିକ କବ୍ୟାନୁଭବ ଓ କବି ବିନୋଦ ନାଏକ' 'ପ୍ରେମର ସ୍ବରୂପ କଥନ: ସାମ୍ପ୍ରତିକ ଓଡ଼ିଆ କବିତା ଏକ ଭିନ୍ନ ଆକଳନ' ପ୍ରକାଶିତ ହୋଇଥିବା ବେଳେ, ଓଡ଼ିଶାରେ ବିନୋଦ ନାୟକଙ୍କୁ ନେଇ ପ୍ରଥମ ପି ଏଚ୍. ଡି ଡିଗ୍ରୀ ପ୍ରାପ୍ତ ଗବେଷକ|ଏହି ଅବସରରେ ସେବା ନିବୃତ ଅଧ୍ୟକ୍ଷଙ୍କୁ ମାନପତ୍ର , ଉପଢ଼ୌକନ ଓ ଫୁଲତୋଡ଼ା ଦେଇ ଭାରପ୍ରପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଘନଶ୍ୟାମ ବେହେରା ସମ୍ବର୍ଦ୍ଧିତ କରିଥିଲେ |ପ୍ରାଧ୍ୟାପକ ଡ଼. ଅମୃତ ସିଂ ବରିହା, ଡ଼. ରମଣୀ ନାଏକ, ହୃଷୀକେଶ ଦାସ, ଅମୃତା ମହାପାତ୍ର, ନୀଳମଣି ନାଗ, ଏବଂ କାର୍ଯ୍ୟାଳୟ ସହାୟକ ସତ୍ୟପୀର ସାହୁ, ସରୋଜ ସାହୁ, କେଶବ ସାହୁ ଅଧ୍ୟକ୍ଷଙ୍କ ଅତିବାହିତ ସ୍ମୃତି ଚାରଣ କରିବା ସହ ଅବସର କାଳୀନ ଜୀବନ ସୁଖଦ,ନିରାମୟ ଓ ସୃଜନ ଶୀଳ ହେଉ କାମନା କରିଥିଲେ |ଅଧ୍ୟାପକ ବି. ବି.ବିଶ୍ଵାଳ, ଦିବ୍ୟା ମହାନ୍ତି, ହୃଷୀ ପୁଟେଲ୍, ସୁରେନ୍ଦ୍ର ଘିଭେଳା, ତରୁଣ ନାଏକ ସାହାଯ୍ୟ ସହଯୋଗ କରିଥିଲେ । ଶେଷରେ ପ୍ରାଧ୍ୟାପକ ଡ. କୌତୁକ ପନ୍ଦର ଧନ୍ୟବାଦ୍ ଅର୍ପଣ କରିଥିଲେ।