-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
11-Jun-2023
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ଆରିୟନ ଫାଉଣ୍ଡେସନ ପକ୍ଷରୁ ରବିବାର ସକାଳେ ବଡମାଳ ଗ୍ରାମର ଜଣେ ବୃଦ୍ଧର ଶବ ସତ୍କାର କରାଯାଇଛି । ରେଢ଼ାଖୋଲ ବ୍ଲକ ବୁର୍ଡ଼l ପଞ୍ଚାୟତ ବଡ଼ମାଳ ଗ୍ରାମରେ ଏକୁଟିଆ ରହୁଥିବା ଜଣେ ବୃଦ୍ଧ ରୋହିତ ନାଏକଙ୍କ ଆଜି ସକାଳେ କୌଣସି କାରଣ ବସତ ବୃଦ୍ଧ ଜଣକର ମୃତ୍ୟୁ ହୋଇଥିଲା, ମୃତ ବୃଦ୍ଧ ର ପରିବାର ଲୋକେ କେହି ନଥିବାରୁ ତାର ଶଵ ସତ୍କାର ପାଇଁ ଅଡୁଆ ବଢିଥିଲା, ତାଙ୍କର ଗୋଟେ ଝିଅ ଯିଏକି ଦିଲ୍ଲୀରେ ରହୁଛନ୍ତି ତାଙ୍କୁ ଗ୍ରାମବାସୀ ଜଣାଇବା ପରେ, ସେ ଆସିପାରିବେନି କହି ଶବ ସତ୍କାର କରିଦେବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ, କିନ୍ତୁ ଜାତି ପ୍ରଥା, ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଗ୍ରାମବାସୀ ଶବ ସତ୍କାର କରିନଥିଲେ । ପରେ ବୁର୍ଡ଼l ପଞ୍ଚାୟତର ସରପଞ୍ଚ ରାଜା ପାଲ ସ୍ବେଛାସେବୀ ଅନୁଷ୍ଠାନ ଆରିୟନ ଫାଉଣ୍ଡେସନ କୁ ଯୋଗାଯୋଗ କରିଥିଲେ, ଆରିୟନ ଫାଉଣ୍ଡେସନର ସ୍ବେଛାସେବୀ ମାନେ ଗ୍ରାମକୁ ଯାଇ ପୋଲିସ ଉପସ୍ଥିତିରେ ବୃଦ୍ଧର ଶବ ସତ୍କାର କରିଥିଲେ । ଏହି ମହତ କାର୍ଯ୍ୟରେ ଅନୁଷ୍ଠାନର ସଭାପତି ପପୁନ ସାମଲ, ଉପସଭାପତି ଗଜାନନ ଭେସାରା, ସହ ସମ୍ପାଦକ ମୋନଜ ସାହୁ, କୋଷାଧକ୍ଷ ବାପୁନ ପ୍ରଧାନ, ସଦସ୍ୟ ସଚିନ କୁମାର ପ୍ରଧାନ,ଚନ୍ଦନ କୁମାର ଦାସ ସାମିଲ ଥିଲେ ଏବଂ ବୁର୍ଡl ଗ୍ରାମପଞ୍ଚାୟତର ସମିତି ସଭ୍ୟ ଦକ୍ଷ ବେହରା ମଧ୍ୟ ସ୍ବେଛାସେବୀ ମାନଙ୍କୁ ସହଯୋଗ କରିଥିଲେ l