-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
11-Jun-2023
ବଲାଙ୍ଗିର(ପ୍ରେରଣା ଖବର) -ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାର ବାଳିକା ବିଭାଗରେ ବଲାଙ୍ଗିରର ସାଂଚି ସିଂହ ତୃତୀୟ ସ୍ଥାନ ଅଧ୍ôକାର କରିଛନ୍ତି । ଭୂବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଗତ ଜୁନ ୪ରୁ ୭ତାରିଖ ପର୍ଯ୍ୟନ୍ତ ଆୟୋଜିତ ସନ୍ତରଣ ୩ ଇନ ୱାନ ବ୍ରେଷ୍ଟ ଷ୍ଟ୍ରୋକ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧ୍ôକାର କରିଛନ୍ତି ସାଂଚି ।
ସେ ପୂର୍ବରୁ ମଧ୍ୟ ସମ୍ବଲପୁରରେ ଆୟୋଜିତ ସନ୍ତରଣ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିଲେ । ସାଂଚି ହେଉଛନ୍ତି ବଲାଙ୍ଗିରର ଯୁବ ବ୍ୟବସାୟୀ ସୁନିଲ ସିଂହ ଓ ପ୍ରିୟଙ୍କା ସିଂହଙ୍କ କନ୍ୟା
ଏବଂ ଅବସରପ୍ରାପ୍ତ ଶିକ୍ଷକ ତଥା କ୍ରୀଡାବିତ ଶତ୍ରୃଘନ ସିଂହଙ୍କ ନାତୁଣୀ । ତାଙ୍କର ଏହି ସଫଳତାରେ ବଲାଙ୍ଗିର ପୌରାଅଧ୍ୟକ୍ଷା ଲିକା ସାହୁ ଓ ୮ନମ୍ବର କାଉନସିଲର ନନ୍ଦିନୀ ପୋଢ ତାଙ୍କ ଘରକୁ ଆସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।