-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
31-May-2023
ପାଟଣାଗଡ଼(ଦିଲୀପ ପଣ୍ଡା ): ଲରମ୍ଭା ଥାନା ଦେଉଁଳ ଗାଁ ପଞ୍ଚାୟତ ଘୁମେର ଗାଁ ର ବୃଦ୍ଧ ସ୍ବାମୀଙ୍କ ଠେଙ୍ଗା ମାଡ଼ରେ ବୃଦ୍ଧା ସ୍ତ୍ରି ମୃତ୍ୟୁବରଣ କରିଛନ୍ତି । ମୃତ ବୃଦ୍ଧା ଜଣକ ହେଲେ ହାଡୁ ସାହୁଙ୍କ ସ୍ତ୍ରୀ ରାଏମତି (୫୫)ବୋଲି ଜଣାପଡିଛି ।ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ସମୟରେ ବୃଦ୍ଧ ସ୍ବାମୀ ସ୍ତ୍ରୀ ତାଙ୍କ ତେତୁଲି ଆଟ ଜମିକୁ ଟୋଲ ଗୋଟାଇବା ପାଇଁ ଯାଇଥିଲେ । କୌଣିସି କଥା କୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବୃଦ୍ଧ ସ୍ବାମୀ ହାଡୁ(୬୦) ରାଗି ଯାଇ ସେ ଧରିଥିବା ଏକ ବାଉଁଶରେ ବୃଦ୍ଧା ସ୍ତ୍ରୀ ରାଏମତୀଙ୍କ ମୁଣ୍ଡରେ ଠେଙ୍ଗା ପରେ ଠେଙ୍ଗା ପ୍ରହାର କରିଥିଲେ । ଫଳରେ ବୃଦ୍ଧା ଜଣକ ଛଟପଟ ହୋଇ ତଳେ ପଡିଯାଇଥିଲେ । କିଛି ସମୟ ପରେ ବୃଦ୍ଧ ସ୍ଵାମୀ ଜଣକ ସାଙ୍ଗରେ ନେଇଥିବା ପାଣି ବୋତଲରୁ ସ୍ତ୍ରୀ ମୁହଁ କୁ ପାଣି ସଞ୍ଚିନ କରିବାସହ ସ୍ତ୍ରୀର ନାମ ଧରି ଡାକି ଥିଲେ । କୌଣସି ପ୍ରତିତ୍ତର ନପାଇବାରୁ
ବୃଦ୍ଧ ଜଣକ ସ୍ତ୍ରୀ କୁ କୋଳରେ ଧରି କାନ୍ଦିବାକୁ ଲାଗିଥିଲେ । ସେହି ରାସ୍ତା ଦେଇ ଯାଉଥିବା କିଛି ଯୁବକ ଘଟଣା ସ୍ଥଳକୁ ଆସି ନିଜ ସ୍ତ୍ରୀ କୁ ମାରିଦେଲୁ ଏବେ ପୁଲିସ ଆସିଲେ ଜେଲ ଯିବୁ ବୋଲି କହିବାରୁ ବୃଦ୍ଧ ଜଣକ ପୁଲିସ ଭୟରେ କାନ୍ଦି କାନ୍ଦି ସ୍ତ୍ରୀ କୁ ଛାଡ଼ିଦେଇ ଜଙ୍ଗଲ ଭିତରକୁ ପଲାଇ ଯାଇଥିଲେ ।ଖବର ପାଇ ସନ୍ଧ୍ୟା ସମୟରେ ଲରମ୍ଭା ଥାନା ଅଧିକାରୀ ଶୁଶାନ୍ତ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ମୃତ ବୃଦ୍ଧା ଙ୍କ ଶବ ଜବତ କରି ଫେରାର ଥିବା ବୃଦ୍ଧକୁ ଖୋଜାଖୋଜି କରୁଥିବା ସହ ଅଧିକ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନଙ୍କ ଠାରୁ ଜଣାପଡିଛି ।