-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ମନ୍ଦିର ଉନ୍ନତିକରଣରେ ବଲାଙ୍ଗିରକୁ ଅଣଦେଖା ଆନ୍ଦୋଳନ ଧମକ

31-May-2023



ବଲାଙ୍ଗିର,(ପ୍ରେରଣା ଖବର) - ବଲାଙ୍ଗିର ସ୍ଥାନୀୟ ଯାଦବ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବ୍ୟାପୀ ଦେବାଳୟମାନଙ୍କ ଉନ୍ନତିକରଣ କରାଯାଉଥିବା ବେଳେ ବଲାଙ୍ଗିର ର ଦେବାଳୟମାନଙ୍କୁ ପାତର ଅନ୍ତର କରାଯାଉଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର, ସୂଚନାକର୍ମୀ ଶମ୍ଭୁ ପ୍ରସାଦ ଶତପଥି, ସିନିୟର ସିଟିଜନ ସଭାପତି ପ୍ରଭାକର ମିଶ୍ର, ସମଲେଇ ମନ୍ଦିରର ଆଳତି କମିଟିର ସଭାପତି ବିକାଶ ସା ସୂଚନା ପ୍ରଦାନ କରିଛନ୍ତି । ଐତିହ୍ୟ ସମ୍ପନ୍ନ ବଲାଙ୍ଗିର ସହର । ଏଠାରେ ଭକ୍ତଙ୍କ ଭକ୍ତି ଅଭାବ ନାହିଁ । କିନ୍ତୁ ପ୍ରଶାସନିକ ଅବହେଳା ଦେଖାଦେଇଛି । ଦିନେ ଦୁଇ ଦିନ ନୁହେଁ, ବର୍ଷ ବର୍ଷ ଧରି ଅବହେଳା କରାଯାଉଛି । ଯାହାର ନଗ୍ନ ଉଦାହରଣ ବଲାଙ୍ଗିର ଦେବୋତର ବିଭାଗ ଅଧୀନରେ ଥିବା ପ୍ରମୁଖ ଦେବାଳୟ । ଏହି  ଦେବାଳୟ ଗୁଡ଼ିକର ଅବସ୍ଥା ଆଦୌ ଠିକ ନାହିଁ । 
  ବଲାଙ୍ଗିର ଉପଜିଲାପାଳ ତଥା ଦେବୋତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଗୋପାଲଜୀ ମନ୍ଦିରର ଉନ୍ନତି ପାଇଁ ୪ଟି ପ୍ରସ୍ତାବ ବଯାଇଥିଲା । ଏହାର ଏଷ୍ଟିମେଟ ୧୭ ଲକ୍ଷ ୮୦ ହଜାର ୨୭୪ ଟଙ୍କା ଥିଲା । ଏଥିରେ ମନ୍ଦିର ପୂଜାରୀଙ୍କ ଆବାସିକ ଘର ନିର୍ମାଣ ପାଇଁ ୪ ଲକ୍ଷ ୮୨ ହଜାର ୮୨ ଟଙ୍କା, ମନ୍ଦିରର ଭିତର ବାହାରର ବିଭିନ୍ନ କାର୍ଯ୍ୟ ପାଇଁ  ୨ ଲକ୍ଷ ୯୯ ହଜାର ୬୩୨ ଟଙ୍କା, ୪ ଲକ୍ଷ ୯୮ ହଜାର ୯୩୬ ଟଙ୍କା ଓ ୪ ଲକ୍ଷ ୯୯ ହଜାର ୫୯୭ ଟଙ୍କା ବିଭିନ୍ନ କାର୍ଯ୍ୟ ପାଇଁ ଏଷ୍ଟିମେଟ କରାଯାଇଥିଲା । ଏହା ହେଉଛି ୨୦୨୨ ମସିହା ଜୁଲାଇ ୧୫ ତାରିଖରେ ଦିଆଯାଇଥିବା ପ୍ରସ୍ତାବ ।   ମା’ ପାଟଣେଶ୍ୱରୀ ମନ୍ଦିରର ମରାମତି କାର୍ଯ୍ୟ ପାଇଁ ୩ ଟି ପ୍ରସ୍ତାବ ଯାଇଥିଲା ।

ଏଥିରେ ସିସି ଫ୍ଲୋରିଂ,ପେଟିଂ ଓ ଏସଏସ ରେଲିଂ ପାଇଁ ୪ ଲକ୍ଷ ୮୯ ହଜାର ୩୮୪ ଟଙ୍କା, ଷ୍ଟିଲ କଲର ସିଟ୍ ରୁଫିଙ୍ଗ ପାଇଁ ୮୬ ହଜାର ୧୦୨ ଟଙ୍କା ଓ ମନ୍ଦିରର ଝରକା, କବାଟ ଓ ପାକିଂ ଅଂଚଳରେ ପେଭର ବ୍ଲକ ପାଇଁ ୪ ଲକ୍ଷ ୮୬ ହଜାର ୩୧୨ ଟଙ୍କା ଏଷ୍ଟିମେଟ ଗତ ୨୦୨୨ ମସିହା ଜୁନ ୧୬ ତାରିଖରେ ଉପଜିଲାପାଳ ଦେବୋତର କମିଶନରଙ୍କୁ ଏଷ୍ଟିମେଟ ପ୍ରସ୍ତବର ମଞ୍ଜୁରୀ ପାଇଁ ଦେଇଥିଲେ । କିନ୍ତୁ ସବୁକିଛି ଫାଇଲରେ ପଡିରହିଛି ।  ସେହିପରି ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ୧୦ ଲକ୍ଷ ଟଙ୍କାର ଏପ୍ରୋଭାଲ ହେଲା ବୋଲି ଚିଠି କରି କୁହାଗଲା । କିନ୍ତୁ ସେହି ଟଙ୍କାରେ ସେଭଳି କିଛି ଆଖି ଦେଖାଗଲା ଭଲି କାର୍ଯ୍ୟ କରାଗଲା ନାହିଁ । ତେବେ ବଲାଙ୍ଗିର ଦେବେତର ବିଭାଗ ତରଫରୁ ଯେଉଁ ପ୍ରସ୍ତାବ ଗୁଡ଼ିକ ମଞ୍ଜୁରୀ ପାଇଁ ପଠାଯାଉଛି ତାକୁ କାହିଁକି ଗୁରୁତ୍ୱ ପ୍ରଦାନ କରାଯାଉନାହିଁ? ବଲାଙ୍ଗିର ଦେବୋତର ବିଭାଗ ଦେବୋତର ସମ୍ପତିରୁ ଲକ୍ଷାଧିକ ଟଙ୍କା ରାଜସ୍ୱ ପାଉଛି । ସେହି ଟଙ୍କା ଯାଉଛି କୁଆଡେ? ସେ ସବୁ କେଉଁଠି ଖର୍ଚ୍ଚ କରାଯାଉଛି? ଏହା କେବଳ ଆମ ପ୍ରଶ୍ନ ନୁହେଁ,ବଲାଙ୍ଗିରବାସୀଙ୍କ ପ୍ରଶ୍ନ । ଆଗକୁ ବର୍ଷା ଦିନ ଆସୁଥିବା ବେଳେ ଅପ୍ରସ୍ତୁତ ଦେବୋତର ବିଭାଗ । ବର୍ଷା ଦିନରେ ମନ୍ଦିର ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇପଡେ । ଏହା ସମସ୍ତେ ଦେଖିଛନ୍ତି,ସମସ୍ତେ ଜାଣିଛନ୍ତି । ପ୍ରଶାସନ ମଧ୍ୟ ଅବଗତ ଅଛି । ହେଲେ ଦିନ ପରେ ଦିନ,ମାସ ପରେ ମାସ ଗଡୁଛି । କିନ୍ତୁ ଦେବାଳୟ ଗୁଡ଼ିକର ବିକାଶ କାହିଁକି ହେଉନାହିଁ? ସାରା ରାଜ୍ୟରେ ୫ଟି ସଚିବ ଦେବାଳୟ, ମନ୍ଦିରର ଗୁଡ଼ିକ ପରିଭ୍ରମଣ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମନ୍ଦିର ଗୁଡ଼ିକର ସୁରକ୍ଷା ଓ ବିକାଶ କରୁଥିବା କଥା କହୁଛନ୍ତି । କିନ୍ତୁ ଆମ ବଲାଙ୍ଗିର ସହରର ମନ୍ଦିର ଗୁଡ଼ିକୁ କାହିଁ ହତାଦର କରାଯାଉଛି? ଏଠାକାର ନିର୍ବାଚିତ ଜନ ପ୍ରତିନିଧି ଚିଠି ଲେଖି ଦେଇ ଚୁପ୍ ରହୁଥିବା ବେଳେ ବଲାଙ୍ଗିରରୁ ରାଜଧାନୀ ଗଲେ ଭୁଲିଯାଆନ୍ତି । ବିକାଶର ସ୍ୱପ୍ନ ଦେଖାଉଥିବା ନେତାମାନେ ମଧ୍ୟ ମା’ଙ୍କ ମନ୍ଦିର ବିକାଶରେ ନିରବ । ଏହା ବଲାଙ୍ଗିରର ଦୁର୍ଭାଗ୍ୟ ଯେ, ଆମେ ଏଭଳି ନେତାଙ୍କୁ ଚୟନ କରିଛୁ । ଆମେ ଆଜି ଆହ୍ୱାନ ଦେଉଛୁ ୫ଟି ସଚିବ ବଲାଙ୍ଗିର ପରିଭ୍ରମଣରେ ଆସନ୍ତୁ । ମନ୍ଦିର ଗୁଡ଼ିକୁ ଦେଖିକରି ଥରେ ଯାଆନ୍ତୁ । ଏହା ସହ ରାଜ୍ୟ ସରକାରଙ୍କ ଠାରେ ଦାବି ରଖୁଛୁ ଯେ, ମନ୍ଦିରର ଅର୍ଥ ମନ୍ଦିରର ଉନ୍ନତିରେ ବିନିଯୋଗ କରାଯାଉ । ମନ୍ଦିରର ଟଙ୍କା ସରକାର କି ସରକାରୀବାବୁମାନେ ଖାଇବାକୁ ଚେଷ୍ଟା କରନ୍ତୁ ନାହିଁ । ମନ୍ଦିରର ଟଙ୍କା ଖାଇଲେ ବଲାଙ୍ଗିରବାସୀ ବରଦାସ୍ତ କରିବେ ନାହିଁ । ପୂର୍ବରୁ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇ ସାରିଛୁ । ବର୍ଷା ପୂର୍ବରୁ ଦେବାଳୟ ଗୁଡ଼ିକର ସୁରକ୍ଷା କରାଯାଉ । ନଚେତ୍ ଦେବାଳୟ ସୁରକ୍ଷା କମିଟି ଆନ୍ଦୋଳନ ପନ୍ଥା ଆପଣେଇବାକୁ ବାଧ୍ୟ ହେବ । ଏଥି ପାଇଁ ଯେଉଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥି ପାଇଁ ଜିଲା ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ରହିବେ ।  
                                   


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like