-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ରାଜ୍ୟ

ସାନଫାସଡର ବାବା ଭୁବନେଶ୍ୱର ଶୈବପୀଠ, ଭକ୍ତଙ୍କ ମାନସିକ ପୁରଣ କରୁଥିବା ଶୈବପୀଠ ନିଜେ ଅବହେଳିତ

28-May-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର):ଭକ୍ତ ନିଜର ମନସ୍କାମନା ପୂରଣ, କାଳକଣ୍ଟକ ଦୂର କରିବା, ବିପଦରୁ ସୁରକ୍ଷା ପାଇଁ ବାବାଙ୍କ ଶରଣରେ ପାଦ ଦେଇ ଥାଏ ଭକ୍ତ । ଏଭଳି ଏକ ଶୈବପୀଠ ରହିଛି ଅବିଭକ୍ତ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲର ସାନଫାସଡ ଗ୍ରାମର ଅଙ୍ଗନଦୀ କୂଳରେ । ଉଭୟ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପୂଜାଅର୍ଚ୍ଚନା ପାଇଁ ଛୁଟି ଆସିଥାନ୍ତି ଏହି ଶୈବପୀଠକୁ । ବଲାଙ୍ଗିର ଜିଲ୍ଲାରେ ଯେତିକି ଜଣାଶୁଣା ତାଠାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଜଣାଶୁଣାରେ କମ୍ ନାହିଁ ।  ସୁବର୍ଣ୍ଣପୁର ଜିଲ୍ଲା ଶୁଖା, କର୍ଲାଯୁରୀ, ଦିଗସିରା, ଚେରୁପାଲି, ଡୁଙ୍ଗୁରିପାଲି ,ସର୍ଗୁଲ, ଇଚ୍ଛାପୁର, ହଲଦି ଅଂଚଳରୁ ଅନେକ ଭକ୍ତ ଏହି ଶୈବପୀଠକୁ ଯାଇଥାନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାର ସାଲେଭଟା, ଲୁହୁରାମୁଣ୍ଡା, ଡୁଡୁକା, ଆଗଲପୁର, ରୋତ, ଛେଲଖାଇ ପ୍ରଭୃତି  ଅଂଚଳର ଭକ୍ତମାନେ ଏହି ମନ୍ଦିରକୁ ନିଜର ମାନସିକ ପରିପୂର୍ଣ୍ଣ ପାଇଁ ପୂଜା ହୋମ ଉଦ୍ଦେଶ୍ୟରେ ଆସିଥାନ୍ତି । 
 ଅଙ୍ଗନଦୀ କୂଳର ଏକ ସବୁଜ ପରିବେଶ ମଧ୍ୟରେ ଉକ୍ତ ମନ୍ଦିର ରହିଛି । ମନ୍ଦିରର ତିନି ପାଶ୍ୱର୍ରେ ସବୁଜ ଗୃକ୍ଷ ଲତାର ସମ୍ଭାର ରହିଥିବା ବେଳେ  ଉତ୍ତର ପାଶ୍ୱର୍ରେ ରହିଛି ଅଙ୍ଗନଦୀ । ବିଭିନ୍ନ ସମୟରେ ଭକ୍ତମାନେ ଏହି ମନ୍ଦିରକୁ ଆସିଲେ ପରିବେଶକୁ ଦେଖିଲେ ତାଙ୍କ ମନରେ ଭକ୍ତିଭାବ ଦେଖା ଦେବା ସହ ପ୍ରକୃତିର ସୌନ୍ଦର୍ଯ୍ୟକୁ ମଧ୍ୟ ଉପଭୋଗ କରିଥାନ୍ତି । ମନ୍ଦିରଠାରୁ ନଦୀକୁ ଯିବାକୁ ଏକ ପାହାଚ ମଧ୍ୟ ନିର୍ମାଣ କରାଯାଇଛି । ମନ୍ଦିର ପରିସରରେ ଏକ ବିରାଟ ଆମ୍ବ ବୃକ୍ଷ ରହିଛି । ଏହାରି ତଳେ ପୂଜା ପାଇଁ ଆସିଥିବା ଭକ୍ତମାନଙ୍କ ସମାଗମ ତଥା ସେଠାରେ ରହିଥାନ୍ତି ।  ମନ୍ଦିରରେ ରହିଛି ଭୋଗ ମଣ୍ଡପ, ପୂଜା ମଣ୍ଡପ, ଏକ ବୃଷକ କୁଟିର ମଧ୍ୟ ରହିଛି ଯେଉଁଠାରେ ବୃଷଭମାନେ ରହିଥାନ୍ତି । ମନ୍ଦିରର ସମ୍ମୁଖ ପାଶ୍ୱର୍ରେ ମାଁ ଚଣ୍ଡୀଙ୍କ ମଧ୍ୟ ଏକ ମନ୍ଦିର ରହିଛି । 
    

ମନ୍ଦିର ବିଷୟରେ କୁହାଯାଏ ଯେ,  ସୁବର୍ଣ୍ଣପୁର ଜିଲ୍ଲା ଶୁଖା ଗ୍ରାମର ଜଣେ  ଗାଈ ଚରାଳୀ ପ୍ରତିଦିନ ଗାଈମାନଙ୍କୁ ଚରାଇବାକୁ ନଦୀ କୂଳକୁ ଆଣିଥିଏ । ଗାଈପଳରେ ଏକ କାଳୀ ଗାଈ ପ୍ରତ୍ୟେହ ନଦୀ ପାର ହୋଇ ଅନ୍ୟ ପଟକୁ ଆସିଥାଏ । ଏଭଲି କେତେଦିନ ଚରାଳୀ ଦେଖିବା ପରେ ଦିନେ ନଦୀରେ ପୁରାପାଣି ଆସୁଥାଏ । ଗାଈଟି ଯେମିତି ନଦୀକୁ ଡେଇଁ ପଡିଛି ଚରୁଆଳୀ ଜଣକ ଗାଈର ଲାଞ୍ଜକୁ ଧରି ପକାଇ ପହଁରି ଆସିଥିଲା ।ନଦୀ ଡେଇଁବା ପରେ ଯେଉଁଠାରେ ମନ୍ଦିର ରହିଛି ସେଠାରେ ଗାଈଟି ଠିଆ ହେବା ପରେ ତାଙ୍କ ପହ୍ନାରୁ ଆପେ ଆପେ କ୍ଷୀର ବାହାରି ଥିଲା । ।କ୍ଷୀର ଦେଇ ପୁଣି ଗାଈଟି ଲେଉଟି ଯାଇଥିଲା ଆରକୂଳକୁ । ଏହି ଘଟଣା ଗାଈ ଜଗୁଆଳୀଙ୍କ ଠାରୁ ଶୁଖା ଜମିଦାର ଜାଣିବାକୁ ପାଇଥିଲେ । ଉକ୍ତ ସ୍ଥାନକୁ ଖନନ ପରେ ସେଠାରେ ଶିବଙ୍କ ଶକ୍ତିର ଆବିର୍ଭାବ ଦେଖା ଦେଇଥିଲା । ପ୍ରଥମେ ସେଠାରେ କର୍ଲାଯୁରୀ ଗ୍ରାମର ଜଣେ ଭକ୍ତ ଏକ ଚାଳ  କରିଥିଲା । ପରବର୍ତ୍ତୀ ସମୟରେ ଶୂଖା ଜମିଦାର ଏବଂ ସାନଫାସଡ  ଗ୍ରାମର ଗୌନ୍ତିଆଙ୍କ ମିଳିତ ଉଦ୍ୟମରେ ଛପର ହୋଇଥିଲା । ପରବର୍ତ୍ତି ସମୟରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଗ୍ରାମର ସ୍ୱର୍ର୍ଗତ କହ୍ନେଇଲାଲ ଅଗ୍ରୱାଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ  ଭବ୍ୟ ମନ୍ଦିର ନିର୍ମାଣ ହୋଇଥିଲା । ମନ୍ଦିର ସଂପୂର୍ଣ୍ଣ ହେବା ପରେ ୨/୩/୧୯୭୯ରେ ଏହା ପ୍ରତିଷ୍ଠା ହୋଇଥିଲା । ବର୍ତ୍ତମାନ ମଧ୍ୟ ଉକ୍ତ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱ ତାଙ୍କର ପରିବାର ବର୍ଗ କରିଆସୁଛନ୍ତି । କିନ୍ତୁ ଉକ୍ତ ମନ୍ଦିର ଶହ ଶହ ବର୍ଷର ପୂର୍ବରୁ ଜଣାଶୁଣା ବୋଲି ଲୋକେ ପ୍ରକାଶ କରିଛନ୍ତି । 
    ବରଗଡ-ବୋରିଗୁମ୍ମା ୨୬ନମ୍ବର ଜାତୀୟ ରାଜପଥ ବଲାଙ୍ଗିରଠାରୁ ୩୦ କିମ ଦୂର ଉତ୍ତରକୁ ଆସିଲେ ସାଲେଭଟା । ସେଠାରୁ ଆଗଲପୁର ରାସ୍ତାରେ ୪କିମି ପକ୍କା ରାସ୍ତାରେ ଗଲେ ସାନଫାସଡ ଗ୍ରାମ । ସେଠାରୁ ପାହଡିଆ, ଜଙ୍ଗଲି ରାସ୍ତାରେ ଦେଢ  କିମି ଗଲେ ପଡେ ମନ୍ଦିର । ରାସ୍ତା ଉଭୟ ପାଶ୍ୱର୍ରେ ସବୁଜ ବଜାନୀ । ମାଟି ପାହାଡିଆ ସର୍ପିଲ ରାସ୍ତା । ମନୋହର ପରିବେଶ । 
    ଗମନାଗମନ ଦୃଷ୍ଟିରୁ ଉକ୍ତ ଦେଢ କିମି ରାସ୍ତା ଠିକ୍ ନାହିଁ । ବର୍ଷାଦିନେ ଏହି ରାସ୍ତାରେ ଯିବା ସହଜ ନୁହେଁ । ମଝିରେ ଏକ ବାହାଲ ଜମି ରହିଛି । ଯାହାକି ନଦୀର ପାଣି ଆସିଯିବାରୁ ରାସ୍ତା ମଧ୍ୟ ବେଳେ ବେଳେ ବନ୍ଦ ରହିଥାଏ ।  ମନ୍ଦିରକୁ ଲାଗି ନଦୀ ରହିଛି । ଶୁଖା ଗ୍ରାମରୁ ପୂର୍ବ ଦିଗକୁ ନଦୀ ସେଠାରେ ଟିକିଏ ବଙ୍କା ରହି ମନ୍ଦିର ପାଶ୍ୱର୍କୁ ପାଣି ମାଡ ହୋଇଥାଏ । ଫଳରେ ଧିରେଧିରେ ମନ୍ଦିର ଆଡକୁ ପାଣି ମାଡି ମାଟି ଖସି ଯାଉଛି । ଯାହାକି ଆହୁରି ଆଗକୁ କିଛି ବର୍ଷ ପରେ ମନ୍ଦିରକୁ ନଦୀକୂଳ ଲାଗି ଯିବାର ସମ୍ଭାବନା ରହିଛି । 

ସେମାନେ ଯାହା କହନ୍ତି-


ଶ୍ରୀମତୀ ବିଣାପାଣି ହୋତା(ଜିଲ୍ଲପରିଷଦ ସଭ୍ୟା, ଆଗଲପୁର ବ୍ଲକ)-

ମନ୍ଦିର ଆମ ଗାଁର ପରିଚୟ । ସାନଫାସଡ କହିଲେ ଲୋକେ ବୁଝୁନଥିବା ବେଳେ ମନ୍ଦିର ଫାସଡ କହିଲେ ସମସ୍ତେ ବୁଝନ୍ତି । ଗାଁର ବିଭିନ୍ନ ସଂସ୍କୃତି ଓ ପରମ୍ପରା ମଧ୍ୟ ମନ୍ଦିର ସହିତ ଜଡିତ । ମନ୍ଦିର ଯୋଗୁଁ ଆମ୍ଭେ ଗ୍ରାମବାସୀ ଗର୍ବିତ । ବିଭିନ୍ନ ସମୟରେ ଆସୁଥିବା ଭକ୍ତମାନେ ମନ୍ଦିରର ପ୍ରାକୃତିକ ପରିବେଶ ଦେଖି ଖୁସିବ୍ୟକ୍ତି କରିଥାନ୍ତି । ବର୍ତ୍ତମାନ ସରକାରଙ୍କ ପକ୍ଷରୁ ୨କୋଟି ଟଙ୍କା ଅନୁଦାନ ଅନୁମୋଦନ ହୋଇଛି ଏହାର ଚତୁପାଶ୍ୱର୍ରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବାକୁ । ଏହା ସଂପୂର୍ଣ୍ଣ ହେଲେ ଗମନା ଗମନ, ରହିବା ପ୍ରଭୃତିରେ ଅସୁବିଧା ହେବ ନାହିଁ । ମନ୍ଦିରର ବିକାଶ ପାଇଁ ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ମାଧ୍ୟମରେ ସରାକାରଙ୍କୁ ଜଣାଇ ଆସୁଛନ୍ତି ।


ବିନୋଦ ଥନାପତି- ମନ୍ଦିର ପୁଜାରୀ-

ମନ୍ଦିରର ଇତିହାସ ବହୁ ପୁରାତନ । ଦୀର୍ଘ ୪ଶହ ବର୍ଷ ହେବ ଏହି ଶୈବ ପୀଠ । ପ୍ରତ୍ୟେହ ବହୁ ସଂଖ୍ୟାରେ ଭକ୍ତ ଆସୁଛନ୍ତି ।  ଶ୍ରାବଣ, କାର୍ତ୍ତିକ , ମାଘମାସରେ ପ୍ରବଳ ଭିଡ ହୋଇଥାଏ । ସେହି ଦୃଷ୍ଟିରୁ ଏହା ଉନ୍ନତି ଆହୁରି ଆବଶ୍ୟକ । ଗ୍ରାମବାସୀଙ୍କ ସହ ଯୋଗୀ ମନୋଭାବ ଯୋଗୁଁ ଭକ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃ୍‌ଦ୍ଧି ହେବାରେ ଲାଗିଛି ।

ବିରାଜନନ୍ଦ ପାଢୀ-ସାମ୍ବାଦିକ, ସାଲେଭଟା

ଫାସଡ ଗ୍ରାମର ବାବା ସୁପ୍ରସିଦ୍ଧ ଭୁନେଶ୍ୱରଙ୍କ ଶିବ ମନ୍ଦିର ବିଲିନ ହେବାକୁ ଯାଉଥିବା ଗ୍ରାମବାସୀ ଅଭିଯୋଗ କରନ୍ତି । ବିଗତ ବହୁ ବର୍ଷ ପୁର୍ବେ ଝାଟି ମାଟିରୁ ଆଜି ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । ମନ୍ଦିରର ସୁପ୍ରସିଦ୍ଧ ଯୋଗୁଁ ଶହ ଶହ ଭକ୍ତ ବାବାଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଏଠାରେ ବିବାହ, ଯଜ୍ଞାଦି କାର୍ଯ୍ୟ ଦେଖିବାକୁ ମିଳେ । ଏଠାରେ  କେଉଁ ଆବାହମାନ କାଳରୁ ଅଙ୍ଗନଦୀ ପ୍ରବାହିତ ହୋଇ କୂଳ ଲଙ୍ଘି ଅବବାହିକା କ୍ଷୟ ହେବାରେ ଲାଗିଛି । ଇତି ମଧ୍ୟରେ କୂଳ ଲଙ୍ଘି ମନ୍ଦିର ନିକଟତର ହେବାରୁ ଚିନ୍ତାପ୍ରକଟ କରାଯାଇଛି । ଏଠାରେ ତୁରୁନ୍ତ ଏକ ଚିର ନିର୍ମାଣ କରାନଗଲେ ଏହି ସୁପ୍ରସିଦ୍ଧ ବାବା ଭୁନେଶ୍ୱରଙ୍କ ମନ୍ଦିର କାଳଗର୍ଭରେ ବିଲିନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like