-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ବଲାଙ୍ଗୀର/ତରଭା(ପ୍ରେରଣା ଖବର)-ତରଭା ବ୍ଲକ ଅନ୍ତର୍ଗତ ରାଜପାଲି ବାରପାହାଡ ଖୋଲରେ ଚାଲିଥିବା ଚ୍ୟାକଡ୍ୟାମ କାମକୁ ବନବିଭାଗ ଅନ୍ୟତ୍ର ସ୍ଥାନାନ୍ତର କରିନେଇଥିବାରୁ ଏହି ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ସୋନପୁର ଜିଲ୍ଲାପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ଏନେଇ ବନବିଭାଗକୁ ଟାର୍ଗେଟ କରିଥିଲେ । ଏପରିକି ବୈଠକରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାହାରୀ ଓ ସୁୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଡିଏଫଓଙ୍କୁ ତାଗିଦ କରିଥିଲେ । ଉକ୍ତଦିନ ସରଜମିନ ତଦନ୍ତ କରି ଡିଏଫଓ ସ୍ଥିତିର ଅନୁଧ୍ୟାନ କରିବାକୁ ବୈଠକରେ ନିର୍ଦ୍ଦେଶ ହୋଇଥିଲା । ସୋନପୁର ଡିଭିଜନର ଡିଏଫଓ ନିଜେ ତାଙ୍କ ଷ୍ଟାଫଙ୍କ ସହିତ ଆସି ବନ୍ଦ ହୋଇଥିବା ଚ୍ୟାକଡ୍ୟାମର ସ୍ଥିତି ଦେଖିଥିôଲେ । ଚ୍ୟାକଡ୍ୟାମକାମ ନିମ୍ନମାନର ହେଉଥିବା ସ୍ଥାନୀୟ ଯୁବକମାନେ ଅଭିଯୋଗ କରିଥିଲେ । ସତକୁ ସତ କାମଟି ନିମ୍ନମାନର ହେଉଥିବା ଓ ଫିଜିବିଲିଟି ଠିକ ନଥିବା ଡିଏଫଓ ମଧ୍ୟ ହୃଦବୋଧ କରିଥିଲେ । ଆଜି ସୋନପୁର ଡିଏଫଓଙ୍କ ନିର୍ଦ୍ଦେଶରେ ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ପୁଣିଥରେ ଆସି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରି ଫିଲ୍ଡଭିଜିଟ କରିଛନ୍ତି । ଯେଉଁଠାରେ ଚ୍ୟାକଡ୍ୟାମ ନିର୍ମାଣ ହେଉଥିଲା ତାହାର ଫିଜିବିଲିଟି ଠିକ ନଥିଲା ତେଣୁ ତାତଳକୁ ଝରଣାରେ ଚ୍ୟାକଡ୍ୟାମ ନିର୍ମାଣ କରିବା, ଚ୍ୟାକଡ୍ୟାମର ଉଭୟପଟେ ମାଟିଆଡିବନ୍ଧ ନିର୍ମାଣ କରିବା ସହିତ ଉଭୟ ପଟେ ବ୍ଲକ ପ୍ଲାଣ୍ଟେସନ କରାଇବାକୁ ଉପସ୍ଥିତ ଅଞ୍ଚଳବାସୀ ଅନୁରୋଧ କରିଥିଲେ । ପ୍ରଥମେ ଡ୍ରୋନସର୍ଭେ କରିବା ସହିତ ଲେଭେଲିଂ ନେଇ ଚ୍ୟାକଡ୍ୟାମର ଅଟକଳ କରିବାକୁ ଫରେଷ୍ଟର ସମ୍ମତି ଦେଇଥିଲେ । ଏହି ଆର୍ଥିକ ବର୍ଷରେ ଏହାର ପ୍ରସ୍ତାବକୁ ଅନୁମୋଦନ କରାଇ ଅକ୍ଟୋବର ମାସ ବେଳକୁ କାମ ଆରମ୍ଭ କରିବାକୁ ପ୍ରସ୍ତାବ କରାଯାଇଥିଲା । ଏହି ବାରପାହାଡ ପୀଠଟି ଅଞ୍ଚଳର ଲୋକଙ୍କ ଆଧ୍ୟାତ୍ମିକ ଭାବନା ସହିତ ଜଡିତ ଥିବାରୁ ଏହାର ବିକାଶ କରାଯାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯିବ ବୋଲି ବୈଠକରେ ଉପସ୍ଥିତ ଥିବା ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ କହିଥିଲେ । ସେହିପରି ବୁର୍ଡା-ଅର୍ଜୁନପୁର ପୂର୍ତ୍ତବିଭାଗ ରାସ୍ତାରୁ ପ୍ରକଲ୍ପ ପର୍ଯ୍ୟନ୍ତ ରାସ୍ତାନିର୍ମାଣ ଓ ପାହାଡତଳୁ ବାରପାହାଡ ଦେବୀଙ୍କ ଗୁମ୍ଫା ପର୍ଯ୍ୟନ୍ତ ପାହାଡକୁ ପାହାଚ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଏହି ପରିଦର୍ଶନ ଓ ଆଲୋଚନାରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ପାଇକବାହାଲ ଗ୍ରାମପଞ୍ଚାୟରର ସରପଞ୍ଚ ଗଣନାଥ ସାହୁ, ନାରାୟଣପୁର ସେକ୍ସନ ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର, ଦେଉଳପଦର ପେକ୍ସ ସଭାପତି ରାଜେନ୍ଦ୍ର ପଣ୍ଡା, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ରାଜପାଲି ଗ୍ରାମର ଶତୃଘ୍ନ ପଣ୍ଡା, ମଦନମୋହନ ପଣ୍ଡା,କିଶୋର ପଣ୍ଡା,ଦାମୋଦର ଶିକା, ଭକ୍ତ ଶିକା, ବ୍ରାହ୍ମଣୀପାଲି ଗ୍ରାମର ଭାଗିରଥି ସାହୁ, ଗଣେଶ ସାହୁ, ଜଗନ୍ନାଥ ଷାଣ୍ଢ,ଫଗୁ ମେହେର, ସୁରଥ ନାଗ, ଦେବହରୀ ଛତ୍ରୀ, ଡାହିମାଲର ନାଥ ସା, ଚିତ୍ତ ସା,ବିଶ୍ୱାମିତ୍ର ସା,ମେଣ୍ଡାର ମହାଦେବ ଜେନା, ଡୁବୁଲ ଦଣ୍ଡସେନା,ତିଲେଇମାଲର ଅଯୋଧ୍ୟା ଭୁଏ ପ୍ରମୁଖଙ୍କ ସହିତ ଅଞ୍ଚଳର ଶତାଧିକ ଲୋକ ଯୋଗ ଦେଇଥିଲେ ।