-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
27-May-2023
ବ୍ରହ୍ମପୁର(ଝିଲ୍ଲି କୁମାରୀ ସାହୁ): ଧୁମଧାମରେ ଚାଲିଛି ଲାଞ୍ଜିପଲ୍ଲୀ ତାରା ଦେବୀଙ୍କ ଯାତ୍ରା l ସମାଜସେବୀ ତଥା ରାଜ୍ୟ କିନ୍ନର ମହାସଂଘର ସଭାପତି ଶ୍ରୀମତୀ ସ୍ୱିଟି ସାହୁ, ଯାତ୍ରାରେ ୪ ହଜାର ଲୋକଙ୍କୁ ଖାଦ୍ୟ ବିତରଣ କରିଛନ୍ତି l ଲୋକେ ଯାତ୍ରାକୁ ଆସି ମଜା ନେଇଥିଲେ ବିତରଣ ହେଉଥିବା ପୋଲିହାରୀ ଓ ମିଷ୍ଟାନ୍ନ ମଜା ନେଉଥିଲେ l ହଜାର ହଜାର ଲୋକଙ୍କ ଭିଡ଼ ନିଜ ହାତରେ ପରସି ଦେଉଥିଲେ ଶ୍ରୀମତୀ ସାହୁ ଆବାଳ ବୃଦ୍ଧ ବନିତା ଅତି ଆନନ୍ଦର ସହ ଶୃଙ୍ଖଳିତ ଭାବରେ ଖାଦ୍ୟକୁ ଗ୍ରହଣ କରୁଥିଲେ l
ସ୍ୱାଦିଷ୍ଟ ଖାଦ୍ୟ ପ୍ରଶଂସା କରିବା ସହ ଆଶୀର୍ବାଦ ଦେଇଥିଲେ ଯାତ୍ରୀମାନେ l ଅଳ୍ପ ଦିନ ତଳେ ଯାତ୍ରାରେ ଶୀତଳ ପାନୀୟ ଓ ଆଇସକ୍ରିମ ବଣ୍ଟନ କରି ଶ୍ରୀମତୀ ସ୍ବୀଟି ସାହୁ ବହୁ ପ୍ରଶଂସିତ ହୋଇଥିବା ବେଳେ ଏବେ ପୁଣି ୪ ହଜାର ଲୋକଙ୍କୁ ଖାଦ୍ୟ ବଣ୍ଟନ କରି ବିଭିନ୍ନ ମହଲରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି l ସେହି ଅଞ୍ଚଳବାସୀ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ସ୍ୱିଟି ସାହୁ , ବିନି ପଟ୍ଟନାୟକ, ବାବୁଲା ମହାପାତ୍ର, ଛବି ମହାନ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।