-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
23-May-2023
ମୁରିବାହାଲ (ସୁଦାମା ଚରଣ ବଘାର): ମୁରିବାହାଲ ପଂଚାୟତ ସମିତି ର ତ୍ରୁତୀୟ ଦ୍ବୀମାସିକ ବୈଠକ ସୋମବାର ଅଧ୍ଯକ୍ଷ ହରି ବନ୍ଧୁ ମେହେର ଙ୍କ ସଭାପତି ତ୍ବରେ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ କଣ୍ଟାବାଂ ଜୀ ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ସୁଚିନ୍ତିତ ପରାମର୍ଶ ଦେଇଥିଲେ। ବୈଠକ ରେ ବିଭିନ୍ନ ପ୍ରସନ୍ଗ କୁ ନେଇ ଉତ୍ତେଜନା ମୂଲକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବ୍ଲକ ର ସମସ୍ତ ଉନ୍ନୟନମୂଳକ କାମରେ ତାଙ୍କୁ ଅଣ ଦେଖା କରାଯାଉଥିବା ଅଭିଯୋଗ ଆଣିଥିଲେ ପତ୍ରାପାଲି ( ଖ) ସମିତି ସଭ୍ଯା ତଥା ବ୍ଲକ ଉପାଧ୍ୟକ୍ଷା ଯାନ୍ଗସେନୀ ହାତୀ କକ୍ଷ ତ୍ଯାଗ କରି ଥିଲେ। ସେହିପରି ମୁରିବାହାଲ ସମିତି ସଭ୍ଯ ଚକ୍ରଧର ହେଣ୍ଣାॆ ସଭାଗ୍ରୁହରେ ଗାନ୍ଧୀଜୀଙ୍କ ଫଟୋଚିତ୍ର ତଳେ ଧାରଣା ଦେଇଥିଲେ। ବହୁ ସମୟ ପରେ ବିଧାୟକ, ଅଧ୍ଯକ୍ଷ ଓ ବିଡିଓ ଙ୍କ ଅନୁରୋଧ ପରେ ଧାରଣାରୁ ଉଠିଥିଲେ। ବ୍ଲକର ସମସ୍ତ ଅନ୍ଗନୱାଡି କେନ୍ଦ୍ର କୁ ଯୋଗାଣ ହେଉଥିବା ଅଣ୍ଡା ସହ ଛତୁଆ ନିମ୍ନ ମାନ ର ହୋଇଥିବାରୁ ହିତାଧିକାରୀ ତାକୁ ନ ଖାଇ ଗୋଖାଦ୍ୟ ଓ ଲୁଣ ବଦଲାଉଥିବା ଇଛା ପଡା ସମିତି ସଭ୍ଯ ତୋଫାନ ନାଗ ଓ ଗୁଡିଘାଟ ସମିତି ସଭ୍ଯ ପୁଣ୍ଯ ହରପାଲ ଅଭିଯୋଗ ଆଣିଥିଲେ। ସିଡିପିଓ ସୁପ୍ରଭା ମହାପାତ୍ର ଏହୀର ତଦନ୍ତ କରାଯିବ ବୋଲି ପ୍ରକାଶ କରି ଥିଲେ। ବିଧାୟକ ଙ୍କ ସହ ସମସ୍ତ ଲୋକ ପ୍ରତିନିଧି ନିମ୍ନ ମାନ ର ଛତୁଆ ଯୋଗାଉଥିବା ଏସଏଚଜୀ ଓ ବ୍ଲକ ବାହାରର ଏସ ଏଚଜୀ କୁ ତୁରନ୍ତ ବନ୍ଦ କରି ବ୍ଲକ ର କୌଣସି ଏକ ଏସଏଚଜୀ କୁ ଦାୟିତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଖାଦ୍ୟ ସୁରକ୍ଷା ଯୋଜନା ରେ ସରପଂଚ ମାନ ଙ୍କୁ ଅଣଦେଖା କରାଯାଉଥିବା ଡଙ୍ଗରପଡା ସରପଂଚ ରାମଦାସ ମହାକୁର ଓ ଗୋଇମୁଣ୍ଡ ସରପଂଚ ଅଭିଯୋଗ କରିଥିଲେ। ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତେ।ଦ୍ଯୟ କାଡ ପ୍ରଦାନ, କମ୍ ଓଜନର ଚାଉଳ ଯୋଗାଣ ହେଉଥିବା ଇଛା ପଡା ଓ ମାଲିଶିରା ସମିତି ସଭ୍ଯ ଅଭିଯୋଗ କରିଥିଲେ। ବରାଜୁରା, ଡୁମେରପଡାର ଜଳ ଯୋଗାଣ ପ୍ରକଳ୍ପ