-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ପାଟଣାଗଡ଼(ଦିଲୀପ ପଣ୍ଡା ): ପାଟଣଗଡ ତହସିଲ ତଥା ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟରତ ତହସିଲ କିରାଣୀ ମାନଙ୍କର ରାଜ୍ୟ ସରକାର ଦରମା ବୃଦ୍ଧି କରୁନଥିବାରୁ ସମସ୍ତେ ଆଜିଠୁ କଳାଵ୍ୟାଚ ପିନ୍ଧି ନିଜନିଜ କାର୍ଯ୍ୟରେ ଯୋଗଦେଇଛନ୍ତି । ଏପରିକି ମଇ ୧ ତାରିଖ ପର୍ଯ୍ୟନ୍ତ ସରକାର ସେମାନଙ୍କ ଦାବି ପୂରଣ ନକଲେ ସାମୁହିକ ଛୁଟିରେ ଯିବେ ଵୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ସୂଚନା ଅନୁସାରେ ୩୦ ଗୋଟି ଜିଲ୍ଲାରେ କାର୍ଯ୍ୟରତ ତହସିଲ କିରାଣୀ ମାନଙ୍କ ଦରମା ସରକାର ବୃଦ୍ଧି କରୁନଥିବାରୁ ଗତ ଏପ୍ରିଲ ୨୨ ତାରିଖ ଦିନ ଜିଲ୍ଲାପାଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ମାନ ଦେଇଥିଲେ । ଏହାପରେ ମଧ୍ୟ ସରକାର ସେମାନଙ୍କ ଦାବିକୁ ପୁରଣ କରି ନଥିବାରୁ ପୁଣି ସେମାନେ ମଇ ୧ ରେ ପୁନର୍ବାର ଏହି ସମସ୍ୟାକୁ ନେଇ ଅବଗତ କରାଇଥିଲେ । ଏହା ସ୍ବତ୍ବେ ମଧ୍ୟ ସରକାର ତାଙ୍କ ଦାବି ପୂରଣ କରିନଥିବାରୁ ଆଜିଠୁ ପାଟଣାଗଡ ତହସିଲରେ କାର୍ଯ୍ୟରତ କିରାଣୀ ମାନେ ତାଙ୍କ ସଂଘର ନିର୍ଦ୍ଦେଶ କ୍ରମେ କଳାବ୍ୟାଚ ମାନ ପରିଧାନ କରି ନିଜନିଜ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଆସନ୍ତା ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ସରକାର ସେମାନଙ୍କର ଦାବି ପୂରଣ ନକଲେ ସାମୁହିକ ଭାବରେ ସମସ୍ତ କିରାଣୀ କାର୍ଯ୍ୟରେ ଯୋଗ ନ ଦେଇ ଛୁଟିରେ ରହିବାର ଚେତାବନୀ ଦେଇଥିବା ଅଫିସରେ କାର୍ଯ୍ୟରତ ସେକ୍ସସନ ଅଫିସର ଅନିରୁଦ୍ଧ ବୁଡେକଙ୍କ ଠାରୁ ଜଣାପଡିଛି ।