-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
22-May-2023
ପାଟଣାଗଡ଼(ଦିଲୀପ ପଣ୍ଡା): ପାଟଣାଗଡ଼ ଏନଏସି ୱାର୍ଡ ନଂ ୭ କଲ୍ୟାଣ ନଗରରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ପାଇଁ ପଡାବାସୀ ବାରମ୍ବାର ଏନଏସି ପ୍ରଶାସନକୁ ଅଭିଯୋଗ ମାନ କରିଆସୁଥିଲେ । ଅଭିଯୋଗ ସ୍ବତ୍ବେ ଏନଏସି ପ୍ରଶାସନ ସେମାନଙ୍କର ଦାବିକୁ ବିଭିନ୍ନ ପ୍ରକାର ଆଳଦେଖାଇ ଦିନ ଗଡାଇ ଚାଲିଥିଲେ ଯାହା ଫଲରେ ଉକ୍ତ ପଡାରେ ବସବାସ କରୁଥିବା ମହିଳାମାନେ ସାମୁହିକ ଭାବରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଆଜି ଘେରାଉ କରିଥିଲେ । କାର୍ଯ୍ୟ ନିର୍ବାହୀଙ୍କ ପ୍ରତିଶ୍ରୁତି ପରେ ମହିଳାମାନେ ତାଙ୍କ ଦାବିରୁ ଓହରି ଯାଇଥିଲେ । ସୂଚନା ଅନୁସାରେ, କଲ୍ୟାଣ ନଗର ପଡାରେ ଡ୍ରେନ ସୁବିଧା ନଥିବାରୁ ନିତ୍ୟବ୍ୟବହାର୍ଯ୍ୟ ପାଣି ସହ ବର୍ଷା ପାଣି ନିଷ୍କାସିତ ହୋଇପାରୁନଥିବାରୁ ପଡାବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଏନଏସି ପ୍ରଶାସନକୁ ସେମାନେ ଦୀର୍ଘଦିନରୁ ଅଭିଯୋଗ କରିଆସୁଥିଲେ । ହେଲେ ଏନଏସି ପ୍ରଶାସନ ସେମାନଙ୍କର ଅଭିଯୋଗ ସ୍ଵତ୍ବେ କର୍ଣ୍ଣପାତ କରୁନଥିଲେ । ଆଜି ପଡାରେ ବସବାସ କରୁଥିବା ଶତାଧିକ ମହିଳା ଏକତ୍ରିତ ହୋଇ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୈ।ରହରି ମହନ୍ତଙ୍କ କାର୍ଯ୍ୟାଳୟକୁ ଧସେଇ ପସି ତାଙ୍କୁ ଘେରି ଯାଇଥିଲେ । ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏହି ଡ୍ରେନ ସମସ୍ୟାର ଖୁବଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଲାପରେ ମହିଳା ମାନେ ତାଙ୍କ ଦାବିରୁ ଓହରି ଯାଇଥିବା ସହ ୩ ଦିନ ମଧ୍ୟରେ ଡ୍ରେନ କାମ ଆରମ୍ଭ ନକଲେ ସେମାନେ ଅଫିସ୍ ସମ୍ମୁଖରେ ଧାରଣରେ ବସିବାର ଚେତାବନୀ ଦେଇଥିବା ଜଣାପଡିଛି ।