-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଭୀମପାହାଡ ମହୋତ୍ସବ ଉଦଯାପିତ.. ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ-ସାଂସଦ ମୁନ୍ନା ଖାନ

21-May-2023



ବଲାଙ୍ଗୀର(ପ୍ରେରଣା ଖବର))-ବଲାଙ୍ଗୀର ଜିଲ୍ଲା ଦେଓଗାଁବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବ ଶନିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଭୀମପାହାଡ ମହୋତ୍ସବ ଏହି ଅଞ୍ଚଳର କଳା,ସଂସ୍କୃତିକୁ ଉଜ୍ଜିବିତ କରିବା ସହିତ ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୀତିର ବିକାଶରେ ସହାୟକ ହେଉଛି । ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟସରକାର ୯କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଅନୁଦାନ ଦେଲେଣି । ଏବେ ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ୫ଲକ୍ଷ ଟଙ୍କା ଦେଇଛନ୍ତି । ମହୋତ୍ସବ ମଣ୍ଡପ ପାଇଁ ଯାହା ଅନୁଦାନ ତାହା ରାଜ୍ୟସଭା ଲାଡପାଣ୍ଠିରୁ ଦିଆଯିବ ଓ ଆଗାମୀଦିନରେ ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବା ବୋଲି ଉଦଯାପନୀ ସଂଧ୍ୟାରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ରାଜ୍ୟସଭା ସାଂସଦ ମୁନ୍ନା ଖାନ କହିଛନ୍ତି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ଆବାହକତ୍ୱ ଓ କମିଟିର ସଭାପତି ପ୍ରମୋଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ସାମ୍ମାନୀତ ଅତିଥି ଭାବରେ ଯୁବନେତା ମନ୍ମଥବିଜୟ ସିଂଦେଓ ଯୋଗଦେଇ ମୁଖ୍ୟମନ୍ତ୍ରୀ ଭୀମପାହାଡ ପର୍ଯ୍ୟଟନସ୍ଥଳୀକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାରୁ ଧନ୍ୟବାଦ ଜଣାଇଥିଲେ ।

ଏହି ପର୍ଯ୍ୟଟନସ୍ଥଳୀ ଏତେ ସୁନ୍ଦର ହୋଇଛି ଯେ,ଥରେ ନୁହେଁ ଅନେକଥର ଏଠିକି ଆସିବାକୁ ମନହେଉଛି ବୋଲି କହି ଏହି ଅଞ୍ଚଳର ଲୋକଙ୍କୁ ଧରି ବିକାଶକାମ ଆଗେଇ ନିଆଯିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ପ୍ରମୋଦ ବହିଦାର ଭୀମଡୁଙ୍ଗୁରୀ ଉପରେ ସମ୍ୟକସୂଚନା ଦେବାସହିତ ଅତିଥି ପରିଚୟ ଦେଇଥିଲେ । କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ,ଉପଦେଷ୍ଟା ଶୈଳେନ୍ଦ୍ର ସାହୁ,କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରତିଦିନ ଭଲି ଉଦଯାପନୀ ସଂଧ୍ୟାରେ ମଧ୍ୟ ରବିନ୍ଦ୍ର ସାହୁ ଓ ସାଥିଙ୍କ ଦ୍ୱାରା ଅଭନୀତ ରାବଣଦରବାର ଦର୍ଶକଙ୍କୁ ଖୁବ ଆକର୍ଷିତ କରିଥିଲା । ଶେଷ ସଂଧ୍ୟାରେ ସହିଦ ଧରମସିଂ ମାଝୀ ମାନଧାତାଙ୍କ ବଂଶଧର ମାକରଚୁଆଁର ବନବିହାରୀ ମାଝୀ,ଆଦର୍ଶଶିକ୍ଷକ ବରକାନୀର ଅଭୟପ୍ରସାଦ ତ୍ରୀପାଠୀ,ତରଭାର ଚୁଡାଖାଇ ମହୋତ୍ସବ କମିଟି ଓ ତୁଷୁରାର ଡ.ଲଳାଟେନ୍ଦୁ ନାୟକଙ୍କୁ ଭୀମପାହାଡ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

 ରାବଣଦରବାର ସହିତ ରାଜ୍ୟ ତଥା ରାଜ୍ୟବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତୁଷୁରାର କୃଷ୍ଣପ୍ରୀୟାକଳା ପରିଷଦର ସାନବଡ ଓ ସାଥିଙ୍କ ଘୁଡୁକା ନାଚ,ପଶ୍ଚିମବଙ୍ଗ ପୁରୁଲିଆର ଦଳଗତନୃତ୍ୟ,ଭାଲେରର ସମ୍ବଳେଶ୍ୱରୀ କଳାପରିଷଦର ସମ୍ବଲପୁରୀ ନୃତ୍ୟ,ବଲାଙ୍ଗୀରର ଖୁସୀ ଡ୍ୟାନ୍ସଗ୍ରୁପ,ପୁରୀ ବ୍ରହ୍ମଗିରୀର ଗୋଟିପୁଅନାଚ,ଝାରଖଣ୍ଡ ଷଢେଇକଳାର କଳାକାରଙ୍କ ଝୁମେର ନୃତ୍ୟ ଖୁବ ଉଚ୍ଚକୋଟିର ପ୍ରଦର୍ଶିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ କବି ଅର୍ଜୁନ ସାହୁ ଓ ମାନସୀ ସାହୁ ସଂଯୋଜନା କରିଥିଲେ । ଗତ ୪ଦିନ ଧରି ଚାଲିଥିବା ଭୀମପାହାଡ ମହୋତ୍ସବରେ ଦେଓଗାଁ,ପୁଇଁତଳା,ଗୁଡଭେଲା,ବଲାଙ୍ଗୀର ସଦର ବ୍ଲକ ଓ ବଲାଙ୍ଗୀର ସହରର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ମୁଖ୍ୟତଃ ଲୋକମାନେ ମହୋତ୍ସବ ଦେଖିବା ସହିତ ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ବୁଲିବା ଓ ବୋଟିଂକରିବାର ମଜା ନେଉଥିବା ଦେଖାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like