-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
21-May-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ଆସନ୍ତା ୨୩ତାରିଖ ମଙ୍ଗଳବାର ଦିନ ସକାଳ ୭ ଘଣ୍ଟା ବେଳେ ସୋନପୁର ରାମେଶ୍ୱର ଷ୍ଟାଡିଅମ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ଜ଼ିଲ୍ଲାସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଏହି ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଇଛୁ୍କ ବାଳକ ବାଳିକା ନିଜର ଜନ୍ମ ଗତ ପ୍ରମାଣ ପତ୍ର, ଆଧାର କାର୍ଡ, କିମ୍ବା ଜ଼ିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ସ୍ୱୀକୃତି ପ୍ରମାଣ ପତ୍ର ନେଇ ଆସନ୍ତା କାଲି ସୋମବାର ସନ୍ଧ୍ୟା ୫ଘଣ୍ଟା ସୁଦ୍ଧା ହେଡ଼ କୋଚ ଶ୍ରୀ ପାଣ୍ଡେଙ୍କ ମୋ -୭୦୦୮୩୮୮୨୯୩ ଏବଂ ସହକାରୀ କୋଚ ଶ୍ରୀ ବାଘ ଙ୍କ ମୋ. ୮୬୫୮୫୫୩୮୦୪ କୁ ଯୋଗାଯୋଗ କରି ପାରିବେ l ଏବଂ ଏହାର କୃତି ଖେଳାଳି ଆସନ୍ତା ଜୁନ ମାସ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିପାରିବେ ବୋଲି ଏ ସଂଘ ର ସମ୍ପାଦକ ଜୟ ନାରାୟଣ ମେଣ୍ଡଳୀ ସୂଚନା ଦେଇଛନ୍ତି l