-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-May-2023
ବିନିକା(ହିମାଂଶୁ ଶେଖର ପୁଟେଲ): ନିଜର ଧର୍ମପତ୍ନୀକୁ ଲୁହା ଛଡ଼ରେ ପିଟି ପିଟି ଉଧ୍ୟକ୍ତ ସ୍ବାମୀ ମାରି ଦେଇଥିବା ଭଳି ଏକ ଅଭାବନୀୟ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗ୍ରାମବାସୀ ଏକତ୍ରିତ ହୋଇ ଏହାର ପର୍ଦ୍ଦାଫାଶ ସହ ଅଭିଯୁକ୍ତ ସ୍ଵାମୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି ।ଘଟଣାଟି ହେଉଛି ବିନିକା ଥାନା ଅଧୀନସ୍ଥ ଅଡାକସା ଗ୍ରାମର ।ସାରା ଗ୍ରାମବାସୀ ଦସ୍ତଖତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ଗ୍ରାମର ଦୁଃଖୀଶ୍ୟାମ ଭୁଏ ନାମକ ଜଣେ ବ୍ୟକ୍ତି ଗତ ୩/୪ବର୍ଷ ହେଲା ଏକ ଛୋଟିଆ ଢାବା ଦୋକାନ ଖୋଲି କୁକୁଡ଼ା ମାଂସ ବିକ୍ରୀ କରି ଆସୁଛି ।କୌଣସି କାରଣରୁ ଗତ ୧୭ତାରିଖ ରାତ୍ର ସମୟରେ ତା ନିଜ ଧର୍ମପତ୍ନୀକୁ ଲୁହା ଛଡରେ ପିଟି ପିଟି ମାରିଦେଇଥିଲା ।ଦୋକାନରେ ଶ୍ରମିକ ଭାବେ କାମ କରୁଥିବା ପ୍ରଫୁଲ୍ଲ ମେଲ୍ଲି ଅଭିଯୁକ୍ତ ସ୍ୱାମୀକୁ ଏହି ଘଟଣାରେ ସାହାଯ୍ୟ କରିଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ବିଧାନ କରିବା ନେଇ ଆଜି ଗ୍ରାମବାସୀଙ୍କ ତରଫରୁ ଉକ୍ତ ଗ୍ରାମର ସଚେତନ ନାଗରିକ କପିଳେଶ୍ୱର ପଧାନ,ୱାର୍ଡ ମେମ୍ବର ଭୁଜ ଧରୁଆ,ରବି ମଲ୍ଲିକ,ରାମ କୁମ୍ବାର ବିନିକା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି ।