-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
03-Oct-2020
ଖୋର୍ଦ୍ଧା ୦୩।୧୦: ଓଟିଭି ଏମ୍ଡିଙ୍କ ନାଁରେ ଥାନାରେ ମାମଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଅଭିଯୋଗ କରାଯାଇଛି । ଏସ୍ସି / ଏସ୍ଟି ଆଇନ୍ରେ ରୁଜୁ ହୋଇଛି ମାମଲା । ଖୋର୍ଦ୍ଧା ସାରୁଅରେ ଜମି ମାଡ଼ି ବସିଥିବା ମାମଲାରେ ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ମାମଲାର ରୁଜୁ ହୋଇଛି ।
ଏଥି ସହିତ ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏସ୍ ସି- ଏସ୍ ଟି ଆଇନ୍ ୩ (୧)(ଏଫ)(ଜି), ୨(ଭିଏ) ଆଧାରରେ ଏହି ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୪୪୭, ୫୦୬, ୩୪୧ ପିସି ରେ ମାମଲା ରୁଜୁ ହୋଇଛି । ଓଟିଭି ଏମ୍ ଡିଙ୍କ ବିରୋଧରେ ଜମି ମାଡ଼ିବସିଥିବା ଅଭିଯୋଗରେ ଜିଲାପାଳଙ୍କ ପାଖରେ ଫେରାଦ ହୋଇଥିଲେ ଗ୍ରାମବାସୀ।
୨୦୧୩ ରେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ସାରୁଅ, ଜୟମଙ୍ଗଳ ଓ ଗୌଡ଼ପୁଟ ଗାଁରେ ଜମି କିଣିଥିଲେ । ସେଠାରେ ବଡ଼ ବଡ଼ ଘର ପାଚେରି, ପୋଖରୀ ଏବଂ ରାସ୍ତା ନିର୍ମାଣ କରିଥିଲେ । ତେବେ ରାସ୍ତା ବନ୍ଦ କରିଥିବାରୁ ଚାଷ ଜମିକୁ ଗାଁ ଲୋକେ ଯାଇ ପାରୁନଥିବା ଅଭିଯୋଗ ହୋଇଛି ।