-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ଜିଲ୍ଲା

ଆରପିଏଫ କନେଷ୍ଟବଲଙ୍କ ମୃତ ଦେହ ଗନ୍ଦାଗାଡ ଗ୍ରାମରେ ପହିଂବା ପରେ  ଶୋକାକୁଳ ପରିବେଶ, ଗାଁ ଶ୍ମଶାନରେ ଶବ ସଂସ୍କାର

12-May-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ କନ୍ଦାଗାଡ ଗ୍ରାମର ରେଳବାଇ ପୋଲିସ କନେଷ୍ଟବଲଙ୍କ ଗତକାଲି ରାତିରେ ଡିଉଟିରେ ଥିବା ବେଳେ ଟ୍ରେନ୍‌ରେ କଟି ମୃତ୍ୟୁ ଘଟିଥିଲା । ଆଜି ମଧ୍ୟାହ୍ନରେ ଶବ ଗାଁରେ ପହଂଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସୁଚନା ଅନୁସାରେ କନ୍ଦାଗାଡ ଗ୍ରାମର ବସୁଦେବ ନାଏକଙ୍କ ଚାରିପୁଅ । ଦ୍ୱିତୀୟ ପୁଅ ଗତ ୭/୮ବର୍ଷହେବ ଏକ ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ବେଳେ ସାନପୁଅ ସରୋଜ ନାଏକ(୪୦) ରେଲବାଇ ପୁଲିସରେ ଚାକିରୀ କରୁଥିଲେ ।  ଗତକାଲି ଅପରାହ୍ନ ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ତାଙ୍କୁ ଟିଉଟି ରହିଥିଲା । ସେ କ୍ଷେତରାଜପୁର ରେଲ ଷ୍ଟେସନର ୱାସିଂ ଲାଇନରେ ଡ୍ୟିଟିରେ ଥିବା ବେଳେ  ଏହି ଘଟଣା ଘଟିଥିବା ସହକର୍ମୀମାନେ ପ୍ରକାଶ କରିଥିଲେ ।  ସେ ଅନେକ ସମୟ ପର୍ଯ୍ୟନ୍ତ ଦେଖା ନ ଦେବାରୁ ତାଙ୍କୁ ଫୋନ କରାଯାଇଥିଲା । ଫୋନ ନଉଠାଇବାରୁ ଖୋଜାଖୋଜି କରିବା ପରେ ରେଳ ଧାରଣାରେ ଟ୍ରେନରେ କଟି ପଡିଥିବା ଦେଖିବାକୁ ପାଇଥିଲେ ।  ଜିଆରପି  ପୁଲିସ ପହଂଚି ମୃତ ଦେହକୁ ଉଦ୍ଧାର କରିଥିଲେ । ସେଠାରେ ଶବ ବ୍ୟବଚ୍ଛେଦ ପରେ ଆଜି ଗାଁକୁ ମଧ୍ୟାହ୍ନରେ ମୃତ ଦେହ

ପହଂଚିଥିଲା । ଗାଁରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ବୃଦ୍ଧବାପା ବସୁଦେବ ନାଏକ,  ମାଁ ଲତା ନାଏକ,  ସ୍ତ୍ରୀ କବିତା, ସାତବର୍ଷର ଏକମାତ୍ର  ପୁଅ ଇସାନ ଉପସ୍ଥିତ ଥିଲେ । ମୃତ୍ୟୁକୁ କେହି ବିଶ୍ୱାସ କରିପାରୁନଥିଲେ । ସ୍ତ୍ରୀ କବିତା ସ୍ୱାମୀଙ୍କ  ଉପରେ ଲୋଟି ପଡି ଯାଇଥିଲେ । କ୍ଷଣକୁ କ୍ଷଣ ସେ ସଂଜ୍ଞାହୀନ ହୋଇ ପଡୁଥିଲେ । ବାପା କିଛି ବର୍ଷତଳେ ଗୋଟିଏ ପୁଅକୁ ହରାଇଥିବା ବେଳେ ଆଜି ଆଉ ଏକ ଜବାନ ପୁଅକୁ ହରାଇ ବାକ୍‌ଶୂନ୍ୟ ହୋଇ ପଡିଥିଲେ ।  ଗାଁରେ ଏଭଳି ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ଯେ ଗାଁ ସାରା ସରୋଜକୁ ଝୁରି ହେଉଥିଲେ । ଗାଁ ଶ୍ମଶାନରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ପୁଅ ଇଶାନ ମୁଖାଗ୍ନି ଦେଇଥିଲେ । ଆରପିଏଫ ପକ୍ଷରୁ ସମ୍ବଲପୁର ଆସିସଷ୍ଟାଣ୍ଟ କମାଡେଂଟ ମୁକେଶ କୁମାର, ଆଇଆଇସି ମୁନ୍ନା ଯାଦବଙ୍କ ସମେତ ବହୁ ରେଲବାଇ ଅଧିକାରୀ ଉପସ୍ଥିତ ରହି ଗାର୍ଡ ଅଫ୍ ଅର୍ନର ଦେଇଥିଲେ । ଶବରେ ଜାତୀୟ ପତାକା ଘୋଡାଇ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ରେଳବାଇ ଆରପିଏଫ ପକ୍ଷରୁ ପ୍ରଦାନ କରାଯାଇଥିଲା । ଗାଁରେ ଶବକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ କିଛିସମୟ ରଖାଯାଇଥିଲା । ରାମପୁର ଥାନା ସବ୍ ଇନ୍‌ସପେକ୍ଟର ଅବିନାଶ ପଧାନଙ୍କ ସମେତ ପୋଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।  
           


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like