-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
12-May-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଆରଏମସି ଛକଠାରେ ଆଜି ଭୁବନ ବେହେରାଙ୍କ ଆୟୋଜନରେ ଥଣ୍ଡା ଦହିପାଣି ବଂଟନ କରାଯାଇଛି । ଡୁଙ୍ଗୁରିପାଲି ସାପ୍ତାହିକ ବଜାରକୁ ଆସୁଥିବା ଲୋକମାନଙ୍କୁ ଥଣ୍ଡା ପାଣି ଯୋଗାଇ ଦେବା ଉଦ୍ଦେଶ୍ୟରେ ଛକଠାରେ ସାପ୍ତାହିକ ଜଳଛତ୍ର ଖୋଲା ଯାଇଛି । ବଜାରକୁ ଆସୁଥିବା ଲୋକେ ଏହି ଥଣ୍ଡା ପାଣି ପିଇଥାନ୍ତି । ଏଥିରେ ଜୁନିୟର ରେଡକ୍ରସ କୋଅଡିନେଟର ରବିଚନ୍ଦ୍ର ପଶାୟତ, ପୁର୍ବତନ ଜେଆରସି ସୁରେଶ ପଧାନ, ବିସିସି ନିମାଇଁ ଚରନ ମଲ୍ଲିକ, ହୃଷିକେଶ ଡାଙ୍ଗ,ଚନ୍ଦ୍ରମଣି ବାଗ, ତମାମୁରା ହାଇସ୍କୁଲର ଶିକ୍ଷକ ଧୃବଚରଣ ବାରିକ, ଦୌଲତ ସା, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର କୁମୁଦ ମଟାରୀ, ଦିଗସିରା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଅମ୍ଲାନ କୁମାର ପାଣ୍ଡିଆ, ଦିଲିପ ପଧାନ , ଇନ୍ଦ୍ରଜିତ ସାହୁ ପ୍ରମୁଖ ସହ ଯୋଗ କରିଥିଲେ । ସେହିପରି ବଜାରର ଅନ୍ୟ ଏକ ସ୍ଥାନରେ ବିଦ୍ୟାପୀଠ କୋଚିଂ ସେଂଟର ଏବଂ ଜଗଦିସ ଟେକ୍ସଟାଇଲର ମିଳିତ ଆନୁକୁଲ୍ୟରେ ମଧ୍ୟ ଲୋକଙ୍କୁ ଥଣ୍ଡା ଦହି ପାଣି ବଂଟନ କରାଯାଇଥିଲା ।