-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
09-May-2023
ବଲାଙ୍ଗୀର,(ପ୍ରେରଣା ଖବର ): ଆଜି ସ୍ଥାନୀୟ ଲାଲଟିକ୍ରା ସ୍ଥିତ ଓପିଟିସିଏଲ୍ ଗ୍ରୀଡ ଓ ଡେପୁଟି ଜେନେରାଲ ମ୍ୟାନେଜରଙ୍କ ସମ୍ମୁଖରେ ଓପିଟିସିଏଲ୍ ମ୍ୟାନେଜମେଣ୍ଟ ର ଶ୍ରମିକ ମାରଣ ଏବଂ ଟାଳଟୁଳ ନୀତି ବିରୁଦ୍ଧରେ ବଲାଙ୍ଗୀର ର ବିଦ୍ୟୁତ କର୍ମଚାରୀ ମାନେ କଲା ବ୍ଯାଚ୍ ପିନ୍ଧି ଧାରଣା ଦେଇଥିଲେ। ଶାଖାର ସଦସ୍ୟ ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ଉଦ୍ଧବ କରନ, ଅମିତାଭ ଦାସ, ରାମକୁମାର ସା, ଶେଷବିନ୍ଦୁ ପ୍ରଧାନ, ଅମିୟ
ପଶାୟତ, ଗୋକୁଲ ହାତୀ, ଶ୍ରୀଧର ପଣ୍ଡା, ବେଣୁଧର ସାହୁ, କମଲାକାନ୍ତ ରାଉତ, ଶିବପ୍ରସାଦ ମିସ୍ତ୍ରୀ,ସୁରେଶ ଭୋଇ, ସୂର୍ଯ୍ୟକାନ୍ତ ବାଗ, ହରିହର ପଧାନ, ଓ ଅନ୍ୟମାନେ ଏହି ଧାରଣାରେ ସାମିଲ ଥିଲେ। ଯଦି ଆଗାମୀ ଦିନରେ ଏଥିପ୍ରତି ପଦକ୍ଷେପ ନ ନେଲେ ଆସନ୍ତା ୧୬.୫.୨୦୨୩ ତାରିଖରେ ଭୁବନେଶ୍ଵର ଓପିଟିସିଏଲ୍ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସାରା ଓଡ଼ିଶାର ବିଦ୍ୟୁତ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ବିଦ୍ୟୁତ କର୍ମଚାରୀ ଏକତାମଞ୍ଚ ଆହ୍ବାନ ଦେଇଛି।