-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
09-May-2023
ନାକଟିଦେଉଳ (କନ୍ଦର୍ପ ବେହେରା) ଏବେ ବି ଗ୍ରାମାଞ୍ଚଳରେ ଜାତି ସମାଜ କୁ ନେଇ କୋଠର ନିୟମ ରହିଛି ା ଏଥି ପାଇଁ ଜାତି ସମାଜ ମାନିବାକୁ ବାଧ୍ୟ ହୋଇଥାନ୍ତି ା ସେମିତି ଏକ ଘଟଣା ଘଟିଛି ନାକଟିଦେଉଳ କିସିଣ୍ଡା ଥାନା ଅଂଚଳରେ ା ଜନୈକ ବ୍ୟକ୍ତି ଅନ୍ୟଜାତିର ବିବାହ କରିଥିବାରୁ ନିଜର ଶବ ପଡ଼ି ରହିଲା ୨୪ ଘଣ୍ଟା l ଜାତି ସମାଜକୁ ସ୍ଥାନୀୟ ସରପଂଚ ତଥା ଗ୍ରାମବାସୀ ବୁଝାସୁଝା କରିଥିଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳି ପାରି ନ ଥିଲା l ଶେଷରେ ସମ୍ବଲପୁରରୁ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଆସି ଶବ ସତ୍କାର କରି ଉଦାହରଣ ପାଲଟିଲେ l ଏବେ ବି ଗ୍ରାମାଞ୍ଚଳର ଲୋକମାନେ ମାନବିକତା ଭୁଲିଯାଇଛନ୍ତି l
ସେମିତି ଏକ ଘଟଣା ଘଟିଛି ନାକଟିଦେଉଳ ବ୍ଲକ୍ କିସିଣ୍ଡା ଥାନା କଞ୍ଚନପୁର ଗ୍ରାମରେ l ଗ୍ରାମର ସନ୍ତୋଷ ଦେହୁରୀ (୫୫) ନାମକ ବ୍ୟକ୍ତିଙ୍କର ମ୍ରୁତ୍ୟୁ ହୋଇଯାଇଥିଲା ଗତକାଲି ା ହେଲେ ଗ୍ରାମର ଜାତିସମାଜ ଶବ ସଂସ୍କାର କରିବାକୁ ରାଜି ହେଲେ ନାଇଁ ା ଗ୍ରାମବାସୀ କହିବା ମୁତାବକ ମ୍ରୁତ ସନ୍ତୋଷ ନିଜ ଜାତିର ଝିଅ ବାହା ନ ହୋଇ ଅନ୍ୟ ଜାତିର ଝିଅକୁ ବିବାହ କରିଥିଲେ ା ତାଙ୍କ ଔରସରୁ କନ୍ୟାସନ୍ତାନଟିଏ ମଧ୍ୟ ରହିଛି ା ଗତ କାଲି ଜାତି ସମାଜର ଭାଇ ମାନେ ସନ୍ତୋଷ ଅନ୍ୟଜାତିର ବିବାହ କରିଥିବାରୁ ତାର ଶବକୁ ଉଠାଇବାକୁ ରାଜି ହୋଇ ନ ଥିଲେ l ଗିରିଶିଚନ୍ଦ୍ରପୁର ପଂଚାୟତର ସରପଂଚ ସୁରେନ୍ଦ୍ର ପ୍ରଧାନ ବହୁ ସମୟ ଧରି ଜାତି ଭାଇମାନଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ l ଏମିତି ୨୪ ଘଣ୍ଟାକାଳ ଶବ ନିଜ ଘରେ ପଡ଼ିରହିଥିଲା l ଶେଷରେ ସମ୍ବଲପୁରରୁ ସମ୍ବଳ ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀମାନେ ଆସି ଶବ ସଂସ୍କାର କରି ଏକ ଉଦାହରଣ ପାଲଟିଛନ୍ତି l