-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
09-May-2023
ବଲାଙ୍ଗିର(ଦେବାଶିଷ ବହିଦାର): ବାଇକ ଧକ୍କା ଦେଲା ବସ | ସାନ ଝିଅ ମୃତ | ବଡ ଝିଅ ଓ ବାପା ଗୁରୁତର | ଉତ୍ୟକ୍ତ ଲୋକଙ୍କ ରାସ୍ତା ରୋକ | ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ୫୭ ନମ୍ବର୍ ଜାତୀୟ ରାଜପଥ ଗଇଁତଲା ଛକ ଠାରେ | ପୁଇଁତଲା ବ୍ଲକ ବ୍ରାହ୍ମଣୀପାଲିର ବୀଣାପାଣି ପାଣ୍ଡେ ଦୁଇ ଝିଅ ସହିତ ଆଧାରକାର୍ଡ଼ ଅପଡେଟ ପାଇଁ ପୁଇଁତଲା ବ୍ଲକକୁ ଆସୁଥିଲେ | ହଠାତ ଦ୍ରୁତ ଗତିରେ ଆସୁଥିବା
ଘରୋଇ ବସ ବାଇକକୁ ପଛପଟୁ ଘୋଷାଡ଼ି ଦେଇଥିଲା | ଘଟନସ୍ଥଳରେ ୧୪ବର୍ଷୀୟ ଝିଅ ର ମୃତ୍ୟୁ ହୋଇଛି | ବଡ ଝିଅ ଓ ବାପା ବଲାଙ୍ଗୀର ହସ୍ପିଟାଲରେ ଭର୍ତି
ହୋଇଛନ୍ତି l କ୍ଷତିପୂରଣ ଦାବିରେ ଗଇଁତଲା ଛକ ଠାରେ ଶବ ରଖି ରାସ୍ତାରୋକ କରିଛନ୍ତି ଉତ୍ୟକ୍ତ ଲୋକେ | ଉତ୍ତେଜନା ଜାରୀ ରହିଛି | ପୁଇଁତଲା ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଜା କରୁଛି l