-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା ଜୀବନ ବଞ୍ଚାଇବା ପାଇଁ ସ୍ତ୍ରୀ ସହ ୩ଝିଅ ଦୋୖଡି ଦୋୖଡି ନୟାନ୍ତ(ହାତୀ ଆକ୍ରମଣରେ ଜିବର୍ଦ୍ଧନର ମୃତ୍ୟୁ ୫ବର୍ଷ ୬ମାସ ପରେ ବି ପତ୍ନୀକୁ ମିଳିନି ଚାକିରୀ)         

08-May-2023



 ବିନିକା(ହିମାଂଶୁ ଶେଖର ପୁଟେଲ)ହାତୀ ଆକ୍ରମଣରେ ଜିବର୍ଦ୍ଧନ କର୍ଣ୍ଣଙ୍କ ମୃତ୍ୟୁ ଘଟଣାକୁ ୫ବର୍ଷ ୬ମାସ ପୁରିଥିଲେ ମଧ୍ୟ ସେହି ସମୟରେ ଜିଲ୍ଲା ପ୍ରଶାସନ ଦେଇଥିବା ଲିଖିତ ପ୍ରତିଶ୍ରୁତି ଜିବର୍ଦ୍ଧନଙ୍କ ପତ୍ନୀ ଜୟନ୍ତୀକୁ ଅଦ୍ୟାବଧି ସରକାରୀ ଚାକିରୀ ମିଳିପାରିନାହିଁ ।ଫଳରେ ସ୍ତ୍ରୀ ଜୟନ୍ତୀ ଓ ୩ଝିଅଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି ।ପ୍ରଶାସନ ଦେଇଥିବା ପ୍ରତିଶୃତି ପ୍ରତିଫଳିତ ହେବ ଭାବି ସ୍ତ୍ରୀ ଜୟନ୍ତୀ ଓ ୩ଝିଅ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ତାଙ୍କ ପାଇଁ ସାର ହୋଇଛି । କାଳେ ପ୍ରଶାସନ ଆମ ଗୁହାରୀ ଶୁଣିବ,ଦେଇଥିବା ଲିଖିତ ପ୍ରତିଶ୍ରୁତି ପାଳନ ହେବ ଭାବନା ନେଇ ସ୍ତ୍ରୀ ଜୟନ୍ତୀ ଓ ୩ଝିଅ ଅନେକ ଥର ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପାଖକୁ ଯାଇ ଜିଲ୍ଲା ଶିକ୍ଷାଧିଶ,ଜିଲ୍ଲାପାଳ,ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳଙ୍କୁ ଭେଟୁଛନ୍ତି ।ସେହିପରି ବିନିକା ଠାରେ ଯଦି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଆୟୋଜନ ହୁଏ ଖବର ପାଇଲା ମାତ୍ର ଅଭିଯୋଗ ପ୍ରକୋଷ୍ଟକୁ ଆସି ଗୁହାରୀ କରୁଛନ୍ତି ।ହେଲେ ସେଠାରେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡ଼ା ଆଉକିଛି ମିଳୁନାହିଁ ।ଯାହା ଫଳରେ ମାସ ମାସ ଧରି ଅପେକ୍ଷା କରିବାକୁ ପଡ଼ୁଥିଲେ ମଧ୍ୟ ତାହା ସଫଳ ହେଉନାହିଁ । ବରଂ ପ୍ରଶାସନର ପ୍ରତିଶ୍ରୁତି ସ୍ୱାମୀକୁ ହରେଇଥିବା ଜୟନ୍ତୀ ପାଇଁ ପ୍ରତାରଣା ସଦୃଶ ହୋଇଛି ବୋଲି ସବର୍ତ୍ରରେ ଆଲୋଚନା ହେଉଛି ।ସୂଚନା ଯୋଗ୍ୟ ଯେ ଗତ ୨୦୧୭ମସିହା ନଭେମ୍ବର ମାସ ୨୭ତାରିଖ ସନ୍ଧ୍ୟା ପ୍ରାୟ ୯ଘଣ୍ଟା ସମୟରେ  ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଜିବର୍ଦ୍ଧନ କର୍ଣ୍ଣ କାମ ସାରି ନିଜ ଗ୍ରାମ ଫୁଲମୁଠୀକୁ ଫେରୁଥିବା ବେଳେ ଗାଁ ମୁଣ୍ଡ ସ୍କୁଲ ନିକଟରେ ବଣୁଆ ହାତୀପଲଙ୍କ ହାବୁଡ଼ରେ ପଡ଼ି ଜୀବନ ହରେଇଥିଲେ ।ସକାଳେ ଗ୍ରାମବାସୀ ଓ ଅଞ୍ଚଳର ଶତାଧିକ ଲୋକ ବିନିକା-ସୋନପୁର ମୁଖ୍ୟରାସ୍ତା ଅବରୋଧ କରି କ୍ଷତିପୂରଣ ଓ ପରିବାର ପରିପୋଷଣ ପାଇଁ ଜୟନ୍ତୀ କୁ ଚାକିରୀ ଯୋଗାଇଦେବାକୁ ଦାବୀ ରଖିଥିଲେ ।ଲୋକଙ୍କ ଦାବିରେ ପ୍ରଶାସନ ମୁଣ୍ଡନୁଆଇଁ ଥିଲା ।ସ୍ଥାନୀୟ ପ୍ରଶାସନ ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ସେହି ସମୟରେ କାର୍ଯ୍ୟରତ ସୋନପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ ବିନିକା ଠାରେ ଆଦର୍ଶ ବିଦ୍ୟାଳୟ ଖୋଲିଲେ ଜୟନ୍ତୀକୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ମିଳିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ।କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଆଦର୍ଶ ବିଦ୍ୟାଳୟ ଖୋଲିବାର ୪ବର୍ଷ ବିତି ଯାଇଥିଲେ ମଧ୍ୟ ଜୟନ୍ତୀ ଚାକିରୀ ପାଇନାହିଁ ।୩ଝିଅ ଗାୟତ୍ରୀ(୧୬),ଧରିତ୍ରୀ(୧୩),ଅନନ୍ୟା(୮)ଙ୍କ ଲାଳନ ପାଳନ ସହ ତାଙ୍କର ଭବିଷ୍ୟତ ଗଠନ ନେଇ ଚିନ୍ତାରେ ଭାଙ୍ଗିପଡିଛନ୍ତି ଜୟନ୍ତୀ ।ଆଶା ରଖି ଜୟନ୍ତୀ ୩ଝିଅଙ୍କୁ ସାଥିରେ ଧରି ଆଜି ବିନିକା ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଶୁଣାଣି ଶିବିରକୁ ଆସି ପୁନର୍ବାର ଲିଖିତ ଅଭିଯୋଗ କରିବା ପରେ ପ୍ରଶାସନିକ ଅଧିକାରୀ ଋଣ ନେଇ ସ୍ବାବଲମ୍ବୀ ହୁଏ ବୋଲି କହିଥିଲେ ।ପୁଣି ଅଭିଯୋଗ ପତ୍ରକୁ ଡିଇଓଙ୍କ ପାଖକୁ ପଠାଇଦେଇଛନ୍ତି । ଯାହା ଫଳରେ ଜୟନ୍ତୀ ଓ ୩ଝିଅ ପୁଣି ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳିଥିଲା ।ତେବେ ଚାକିରୀ ପାଇଁ ଦୋୖଡି ଦୋୖଡି ନୟାନ୍ତ ଅସହାୟ ଜୟନ୍ତୀ ପରିବାର ଉପରେ ଜିଲ୍ଲା ପ୍ରଶାସନର ଆଶୀର୍ବାଦ ପଡ଼ିବ ନା ପ୍ରତିଶ୍ରୁତି ପ୍ରତାରଣା ହେବ ତାହା ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like