-+91-9937148622 |

prerana_bgr@rediffmail.com |

  Thursday 25th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||      ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର    (25-Jun-2026)       ||      ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   (25-Jun-2026)       ||      ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   (25-Jun-2026)       ||      କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର    (25-Jun-2026)       ||      ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ    (25-Jun-2026)       ||      ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   (24-Jun-2026)       ||      ଝାରମୁଣ୍ଡା ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (24-Jun-2026)       ||      ରକ୍ତଦାତା ଦିବସ -୨୦୨୬ ରେ ସମ୍ମାନିତ ହେଲେ ରେଡ଼କ୍ରସ ସ୍ବେଛାସେବୀ - ସତ୍ୟନାରାୟଣ    (24-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଆଜି ସରଗାଡ଼ ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ    (24-Jun-2026)       ||      ପାଟଣାଗଡ଼ରେ ଓ ୟୁ ଜେ ର କାର୍ଯ୍ୟକାରିଣୀ ବୈଠକ   (24-Jun-2026)       ||      ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା ୪ଗିରଫ,ଏବେ ବି ଫେରାର ଅଛନ୍ତି ୩ରୁ ୪ଦୁର୍ବୁତ୍ତ(ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ସୂଚନା   (24-Jun-2026)       ||      ଆସନ୍ତାକାଲି ସୁଜାତା କାର୍ତ୍ତିକେୟନ ବିଜେଡିରେ ମିଶିବା ନେଇ ଚର୍ଚ୍ଚା   (24-Jun-2026)       ||      ଜିଲ୍ଲା ସ୍ତରୀୟ ଜନ ସମ୍ପର୍କ ଓ ନାଗରିକ ସହାଭାଗିତା କାର୍ଯ୍ୟକ୍ରମରେ ବିକାଶମୂଳକ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା   (24-Jun-2026)       ||      ଯାଜପୁରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ   (24-Jun-2026)       ||     

HOME   ଜିଲ୍ଲା

୫-ଟି ସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସ,ଶେଷ ଦିନରେ ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ, ୫-ଟି ସ୍କୁଲ ରୂପାନ୍ତରଣରେ ଭଲ କାମ କରୁଥିବା ପ୍ରତ୍ୟେକ ଜିଲ୍ଲାକୁ ଦିଆଯିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବ୍ଲକ  ,ପଞ୍ଚାୟତ  ପୂରାତନ  ଛାତ୍ରଛାତ୍ରୀ  ,ପ୍ରଧାନ  ଶିକ୍ଷକ  ସମସ୍ତେ  ପୁରସ୍କୃତ  ହେବେ

08-May-2023



ଯାହା ଆମ ସ୍ବପ୍ନ ବି ନ ଥିଲା, ତାହା ଆଜି  ସ୍କୁଲ  ରୂପାନ୍ତର ରୁ ଆମେ ପାଇଛୁ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ – ଛାତ୍ରଛାତ୍ରୀ

ଆଜି ଥିଲା ତୃତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣର ଶେଷ ଦିନ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍କୁଲ ରୂପାନ୍ତରଣର ଉଲ୍ଲେଖନୀୟ କାର୍ଯ୍ୟରେ ଖୁସି ପ୍ରକାଶ କରି ଏଥିରେ ଭଲ କାମ କରୁଥିବା ଜିଲ୍ଲା ମାନଙ୍କୁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ .

ସ୍କୁଲ  ରୂପାନ୍ତର ରେ ଭଲ  କାମ  କରିଥିବା  ଜିଲ୍ଲା  ମାନଙ୍କ ପାଇଁ 

 । ପ୍ରଥମ ପୁରସ୍କାର ୩ କୋଟି ଟଙ୍କା, ଦ୍ବିତୀୟ ପୁରସ୍କାର ୨ କୋଟି ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୧ କୋଟି ଟଙ୍କା ଦିଆଯିବ ବୋଲି ସେ କହିଥିଲେ । ଏଥିପାଇଁ ରାଜ୍ୟସ୍ତରରେ ଏକ ବର୍ଣ୍ଣାଢ୍ୟ ଉତ୍ସବର ଆୟୋଜନ କରାଯାଇ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଥିଲେ । ସେହିପରି  ଏ  କ୍ଷେତ୍ରରେ  ଭଲ  କାମ  କରିଥିବା  ବ୍ଲକ  ମାନଙ୍କ  ମଧ୍ୟରୁ  ଶ୍ରେଷ୍ଠ  ଦଶଟି ବ୍ଲକ  କୁ  ପଚାଶ  ଲକ୍ଷ ଟଙ୍କା  ଲେଖାଏଁ  ପୁରସ୍କାର  ଭାବରେ  ଦିଆଯିବ  .

ଏହି ପୁରସ୍କାରର  ବିସ୍ତୃତ ବିବରଣୀ ଦେଇ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ ଯେ ରାଜ୍ୟରେ ଶିକ୍ଷା ଉପରେ ଯେତେ ଅଧିକ ପ୍ରତିଯୋଗୀତା ହେବ, ଶିକ୍ଷାର ଗୁଣାତ୍ମକ ମାନ ସେତେ ବୃଦ୍ଧି ପାଇବ। Let’s celebrate education. ଚାଲନ୍ତୁ ଶିକ୍ଷାକୁ ଆମେ ଏକ  ମହୋତ୍ସବ ଭାବେ ପାଳିବା। ପ୍ରତିଯୋଗୀତା ମନୋଭାବ ନେଇ ଶିକ୍ଷାର ଉତ୍କର୍ଷ ଲାଭ କରିବା । ସେ କହିଥିଲେ ଯେ କେବଳ ଜିଲ୍ଲା ନୁହେଁ, ବ୍ଲକ୍‌ ନୂହେଁ , ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ପଞ୍ଚାୟତ ପ୍ରତିନିଧି ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କରିଥିଲେ ।

ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶେଷ ଦିନରେ  ୪ଟି ଜିଲ୍ଲାର ୩୩୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ କଟକ ଜିଲ୍ଲାର ୯୮ଟି ହାଇସ୍କୁଲ, କଳାହାଣ୍ଡି ଜିଲ୍ଲାର ୧୧୫ଟି, ମାଲକାନଗିରି ଜିଲ୍ଲାର ୪୯ଟି ଏବଂ ଯାଜପୁର ଜିଲ୍ଲାର ୭୩ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ  ସମୁଦାୟ ୨୧୫୧ଟି  ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା। ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି  ସ୍କୁଲ ରୂପାନ୍ତରିତ ହୋଇଥିଲା । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ରୂପାନ୍ତରର  ପ୍ରତ୍ୟେକ ସ୍ତରରେ ଜନସାଧାରଣ ସାମିଲ ହୋଇଛନ୍ତି। ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓ ସ୍ଥାନୀୟ ଜନସାଧାରଣ ରୂପାନ୍ତରିତ ସ୍କୁଲର ପରିକଳ୍ପନା ଠାରୁ ଆରମ୍ଭ କରି ରୂପାୟନର ସବୁ ସ୍ତରରେ ସଂଶ୍ଲିଷ୍ଟ ହୋଇଛନ୍ତି । କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହେଉଛି, ସେ ବିଷୟରେ ମଧ୍ୟ ସେମାନେ ଜାଣନ୍ତି। ତେଣୁ ସ୍କୁଲ ରୂପାନ୍ତର ହେଉଛି, ଜନ ଭାଗିଦାରୀର ଏକ ପ୍ରକୃଷ୍ଟ ଉଦାହରଣ ।  ଆଜି ସ୍କୁଲ ରୂପାନ୍ତରର ତୃତୀୟ ପର୍ଯ୍ୟାୟର ଚତୁର୍ଥ ଦିନରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। 

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ ।  ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ  ଠିକ୍‌ ସମୟରେ ଶେଷ କରାଯାଇଛି  ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।  

 ଏହି ଅବସରରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ସ୍କୁଲ ଗୁଡିକରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫-ଟିର ଉପଯୋଗ  ସଂପର୍କରେ ବୁଝାଇ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍‌ନୋଲୋଜିର ଯୁଗ । ଜୀବନର ସବୁ କ୍ଷେତ୍ରକୁ ଟେକ୍‌ନୋଲୋଜି ପ୍ରଭାବିତ କରୁଛି। ତେଣୁ ପିଲାମାନେ  ନୂଆ ନୂଆ ଟେକ୍‌ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ । ଏହାଦ୍ବାରା ସେମାନେ ଆଧୁନିକ ଯୁଗରେ ସବୁ କ୍ଷେତ୍ରରେ ଆଗରେ ରହିପାରିବେ।

 

ସେହିପରି ସମୟ ଉପରେ ଗୁରୁତ୍ବ ଦେବକୁ ପରାମର୍ଶ ଦେଇ ସେ କହିଲେ ଯେ ସମୟର ଗୁରୁତ୍ବ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ପିଲାମାନେ ସମୟର ଉପଯୋଗ ଠିକ୍‌ ଭାବରେ କରିପାରିଲେ, ସବୁକ୍ଷେତ୍ରରେ ନିଶ୍ଚୟ ଆଗରେ ରହିବେ। ନିଜ ନିଜ ଜୀବନରେ ୫-ଟିର ଉପଯୋଗ ପାଇଁ ପିଲାଙ୍କୁ ପରାମର୍ଶ ଦେଇ ସେ କହିଲେ ଯେ ଏହାଦ୍ବାରା ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ । ଦ୍ବିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ । ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା । ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ସେମାନଙ୍କ ଜୀବନରେ ଆସିବ ରୂପାନ୍ତର ବା ସଫଳତା।

 

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଛାତ୍ରଛାତ୍ରୀ ମାନଙ୍କ ସଫଳତା ହେଉଛି ଓଡିଶାର ସଫଳତା । ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

ଆଜି ଶେଷ ଦିନରେ ସୁଦୂର ମାଲକାନଗିରିଠାରୁ ଆରମ୍ଭ କରି କଳାହାଣ୍ଡି, କଟକ ଓ ଯାଜପୁର ଆଦି ଜିଲ୍ଲାରେ ଆଜି ପିଲାମାନଙ୍କ ମଧ୍ୟରେ ଥିଲା ଅଶେଷ ଉତ୍ସାହ । ମାଲକାନଗିରିର ଛାତ୍ରୀ ସୁପ୍ରିୟା ରାୟ କହିଥିଲେ ଯେ ଆମ ଯେତେବେଳେ ସରକାରୀ ସ୍କୁଲରେ ପାଠ ପଢିଲୁ, ଆମେ ଭାବୁଥିଲୁ ଯେ ବଡ ବଡ ସହର ଭଳି ଆମ ସ୍କୁଲରେ କଣ ଆଧୁନିକ ସୁବିଧା ସୁଯୋଗ ମିଳିପାରିବ ? କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ ସ୍ବପ୍ନରୁ ବାହାରେ ଥିବା ସୁବିଧା ସୁଯୋଗ ଆମକୁ ଦେଇଛନ୍ତି । ଆମ କମ୍ପୁଟର ଓ ଇଣ୍ଟରନେଟ୍‌ରେ ପାଠ ପଢୁଛୁ । ଆଧୁନିକ ପାଠାଗାର ଓ  ଲାବୋରେଟୋରୀର ସୁବିଧା ପାଇଛୁ । ତେଣୁ ଆମ ସ୍ବପ୍ନ ମଧ୍ୟ ଆହୁରି ବଡ ହେଉଛି । ମୁଖ୍ୟମନ୍ତ୍ରୀ ଆମ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରିଛନ୍ତି । ଆମେ ଏ ସୁବିଧାର ସୁଯୋଗ ନେବୁ ଓ ଭବିଷ୍ୟତରେ ବଡ ହୋଇ ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ବପ୍ନ ପୂରଣ କରିବୁ । ବଡ ହେଲେ ସୁପ୍ରିୟା ଜଣେ ଡାକ୍ତର ହେବେ ବୋଲି ଆଶା ରଖିଛନ୍ତି । ସେହିପରି କଟକର ଜୟଶ୍ରୀ ପଣ୍ଡା  ଜଣେ ଆଇ.ଏ.ଏସ ଅଫିସର ଓ ଯାଜପୁରର ବିଶ୍ବଜିତ ବେହେରା ଜଣେ ଆଇ.ପି.ଏସ୍‌ ହେବେ ବୋଲି ଆଶା ରଖିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଶୀର୍ବାଦ ଦେଇଥିଲେ ।

 

କଳାହାଣ୍ଡିର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ଭବିଷ୍ୟତରେ ପାଇଲଟ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଶତାଦ୍ଦୀର ଶ୍ରେଷ୍ଠ ପାଇଲଟ ବିଜୁ ବାବୁଙ୍କ ସଂପର୍କରେ ପ୍ରକାଶିତ ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯିବ ବୋଲି ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ କହିଥିଲେ।

 

        କାର୍ଯ୍ୟକ୍ରମରେ ଉପସ୍ଥିତ କଟକ ଜିଲ୍ଲାରେ କୃଷି ଓ ପଶୁବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଳାହାଣ୍ଡିରେ ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଂକର ମିଶ୍ର,  ମାଲକାନଗିରିରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଶାମାରୀ ଟାଙ୍ଗଲୁ ଓ ଯାଜପୁରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ  ପ୍ରମୁଖ ସେମାନଙ୍କ ମତାମତ ରଖି କହିଥିଲେ ଯେ  ଆଜି ସ୍କୁଲ ରୂପାନ୍ତର ଦ୍ବାରା ଆଜି ପିଲାମାନଙ୍କ ସ୍ବପ୍ନରେ ଡେଣା ଲାଗିଛି। ଶିକ୍ଷା ହିଁ ସବୁ ସମସ୍ୟାର ସମାଧାନ। ତେଣୁ ମୁଖ୍ୟମନ୍ତ୍ରୀ ଆଜି ଶିକ୍ଷା ଜରିଆରେ ଓଡିଶାର ରୂପାନ୍ତର ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି ବୋଲି ସେମାନେ କହିଥିଲେ ।  

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅଶ୍ବଥୀ ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ସ୍ବତନ୍ତ୍ର ପ୍ରୋଜେକ୍ଟ ଡାଇରେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ ।  ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ଜେନା, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   25-Jun-2026
  ଜିଲ୍ଲା  
ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   25-Jun-2026
  ରାଜ୍ୟ  
ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   25-Jun-2026
  ଜିଲ୍ଲା  
୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ   25-Jun-2026
  ଜିଲ୍ଲା  
ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   25-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ସମ୍ବନ୍ଧୀୟ ଟାସ୍କ ଫୋର୍ସ ଦ୍ଵାରା ବିଭିନ୍ନ ସଂସ୍ଥା ଉପରେ ଚଢାଉ,୧୫ ଜଣ କିଶୋର ଓ ଜଣେ ଶିଶୁ ଶ୍ରମିକ ଉଦ୍ଧାର   25-Jun-2026
  ଜିଲ୍ଲା  
ସୁଜନପୁର ରେ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ   25-Jun-2026
  ରାଜ୍ୟ  
ବଲାଙ୍ଗୀର ପାୟୋନିଅର ୧୯ ବର୍ଷରୁ କମ୍ ଲିଗ୍ ଓ ନକଆଉଟ କ୍ରିକେଟ ଉଦଯାପିତ   25-Jun-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ବିଜେଡି ର ପ୍ରଶିକ୍ଷଣ ଶିବିର   25-Jun-2026
  ଜିଲ୍ଲା  
ରତାଖଣ୍ଡି ପଂଚାୟତ ରେ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ବିନିକା ବ୍ଲକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା : ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଓ ଧଳା କାର ଜବତ : ୪ ଗିରଫ   24-Jun-2026

You Might Also Like