-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ବିଶ୍ଵ ରେଡ଼କ୍ରସ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅଫିସ ଅତିଥି ଭବନ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ରେଡ଼କ୍ରସର ମିଳିତ ସହଯୋଗରେ ଆୟୋଜିତ ଏହି ରକ୍ତ ଦାନ ଶିବିରକୁ ଜ଼ିଲ୍ଲାପାଳ ଶ୍ରୀ ଦାଶ ଉଦଘାଟନ କରିଥିବା ବେଳେ ଏଡିଏମ଼୍ ନିଶି ପୁନମ ମିଞ୍ଜ, ଜିଲ୍ଲା ରେଡ଼କ୍ରସ ଯୁବ ସଂଯୋଜକ ଉମାକାନ୍ତ ନାଗ , ଜ଼ିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ଡି ଆଇ ପି ଆର ଓ ଅଶ୍ୱିନୀ ଭୋଇ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତlମସ୍ମିତା ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜେ ରକ୍ତଦାନ କରି ରକ୍ତ ଦାତା ଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ l ଜିଲ୍ଲାପାଳଙ୍କ ସମେତ
ସହକାରୀ କର୍ମଚାରୀ, ଲୋକ ସମ୍ପର୍କ ବିଭାଗ କର୍ମଚାରୀ ବିଦ୍ୟlପତି ପଣ୍ଡା, ଚମରା ବିଶି, ଶ୍ରୀ ଜେନା ପ୍ରମୁଖ କର୍ମଚାରୀ ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା, ୬ ଜଣ ମହିଳା ରକ୍ତଦାତା ଙ୍କ ସମେତ ଜ଼ିଲ୍ଲାପାଳ ଅଫିସର ୩୦ ରୁ ଉର୍ଦ୍ଧ୍ବ କର୍ମଚାରୀ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ର ଦିନେଶ ମିଶ୍ର, ଆଲୋକ ଦାସ, ରେଡକ୍ରସ କର୍ମକର୍ତ୍ତା ପ୍ରମୁଖ ଶିବିର ସଂଯୋଜନା ଓ ପରିଚାଳନାରେ ସହଯୋଗ କରିଥିଲେ । ରକ୍ତଦାନ ପରେ ରକ୍ତଦାତାଙ୍କ ହିମୋଗ୍ଲୋବିନ ସନ୍ତୁଳନ ପାଇଁ ଛେନା ମିଠା, ଜୁସ ଦେବା ବଦଳରେ ଇଡ଼ଲି ଉପମା ଜିଲାବୀ ଖାଦ୍ୟ ଦିଆ ଯାଇ ଥିବାରୁ ଆଜି ଏ ବିଷୟ ସହର ସାରା ଚର୍ଚ୍ଚା ଚାଲିଛି l ଜ଼ିଲ୍ଲା ରେଡ଼କ୍ରସ ର ଏ ଦାୟିତ୍ୱହୀନ କାର୍ଯ୍ୟକୁ ବୁଦ୍ଧିଜୀବୀ, ସାମ୍ବାଦିକ ଘୋର ନିନ୍ଦା କରିଛନ୍ତି l