-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-May-2023
ବଲାଙ୍ଗୀର (ପ୍ରେରଣା ଖବର ): ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ କଦମ ପଡ଼ା ଠାରେ ବଲାଙ୍ଗୀର ଦର୍ଜି ହରଭାଙ୍ଗିଆ ବଂଶର ଏକ ବୈଠକ ଡ଼.ଲୋକନାଥ ଦର୍ଜି ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ବର୍ଷ ପରେ କିଛି ଦର୍ଜି ଭାଇ ମାନେ ଏକଜୁଟ ହୋଇ ଦର୍ଜି ସମାଜ ର ସାମଗ୍ରିକ ଉନ୍ନତି ନିମନ୍ତେ ଆଗାମୀ ଦିନରେ ଜାତିକୁ ସୁଦୃଢ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ । ଦର୍ଜି ଜାତି ପଛୁଆ ଜାତି ଭାବେ ରହିଯାଉଥିବା ବେଳେ ସମ୍ପର୍କ କୁ ସୁଦୃଢ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା । ଅନେକ ବର୍ଷ ପରେ ହାରଭଙ୍ଗିଆ ବଂଶ ଭାଇ ମାନେ ଏକଜୁଟ ହୋଇ ଥିବାରୁ ନିଜ ନିଜ ଭିତରେ ଥିବା ମନୋମାଲିନ୍ୟକୁ ଭୁଲି ସମସ୍ତେ ଜାତିର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ସଂକଳ୍ପ ନେଇଥିଲେ । ଆଗାମୀ ଦିନରେ ଦର୍ଜି ସମାଜ ଏକତ୍ରିତ ହୋଇ ଏକ ମହାସଭା ଆୟୋଜନ କରିବା ପାଇଁ ସ୍ଥିର ହୋଇଥିଲା। ଆଜିର ଏହି ବୈଠକରେ ଡ଼.ଲୋକନାଥ ଦର୍ଜି, ଭରତ ଦର୍ଜି, ନବୀନ ଦର୍ଜି,ପ୍ରଶାନ୍ତ, ସୁଶାନ୍ତ, ତ୍ରିନାଥ, ନେତ୍ରାନନ୍ଦ,କାହ୍ନୁ ଚରଣ ଦର୍ଜି, ମହେନ୍ଦ୍ର, ସୁମନ୍ତ, ପ୍ରହଲ୍ଲାଦ ଏବଂ ବିଶିଷ୍ଟ ଶିଳ୍ପପତି ସତ୍ୟନାରାୟଣ ଦର୍ଜି ଉପସ୍ଥିତ ରହି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ ।