-+91-9937148622 |
prerana_bgr@rediffmail.com |
Sunday 28th June 2026 |
R.N.I. Regd No. ODIODI/2010/46693
Breaking News
07-May-2023
କଣ୍ଟାବାଞ୍ଜି (ପୁର୍ଣ୍ଣ ଶଶୀ ଶେଖର ରାଓ)କଣ୍ଟାବାଞ୍ଜି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଣ୍ଟାବାଞ୍ଜି ସାମ୍ବାଦିକ ସଂଘର ବନ୍ଧୁ ମିଳନ ତଥା ସାଧାରଣ ପରିଷଦ ବୈଠକ
ସଂଘର ସଭାପତି ବିମଲ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।ସଭାପତିଙ୍କ ସ୍ୱାଗତ ବକ୍ତବ୍ୟ ପରେ ସଂଘର ସମ୍ପାଦକ ଏସକେ ସମିମ ଗତ ବୈଠକର ବିବରଣୀ ପଠନ କରିଥିଲେ ।ସଂଘର ସଂଗଠନ କୁ ସୁଦୃଢ଼,ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସାମ୍ବାଦିକ ସୁରକ୍ଷା,ସଂଘର ସମସ୍ତ ସଦସ୍ୟ ଙ୍କ ମିଳିତ ବୀମା,ରୋପ୍ୟ ଜୟନ୍ତୀ ପାଳନ ତଥା ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା ।ବୈଠକରେ ସଂଘର କାର୍ଯ୍ୟକାରୀ ସଭାପତି ଗୁରୁ ଦୟାଲ ହଂସ,ଉପସଭାପତି ଅଶୋକ ନାରାୟଣ ଭୋଇ,ଉପସଭାପତି ମୋହନ ସୋନି,ସହ ସମ୍ପାଦକ ହୁଲେଶ୍ୱର ହଂସ,କୋଷାଧ୍ୟକ୍ଷ କୃତ୍ତିକର ବାଗ,ଆଇନ ପରାମର୍ଶଦାତା ସଞ୍ଜୟ କୁମାର ନାଥ,ପୂର୍ବତନ ସଭାପତି ସୁବାଷ ବେହେରା, ବରିଷ୍ଠ ସଦସ୍ୟ ଜୀବନାନନ୍ଦ ମହାନ୍ତି,ଅନ୍ତିମ ପାଣିଗ୍ରାହୀ,ଶିବ ଶଙ୍କର ବାଗ, ଅଭିମନ୍ୟୁ ବହିଦାର,ସୁଶାନ୍ତ ଥନାପତି,କୁଶଲ ଠାକୁର,ବିନୋଦ ସିଂ,ପ୍ରମୋଦ ବେହେରା,କୈଳାସ ସଗରିଆ ପ୍ରମୁଖ ଉପସ୍ଥିତ ଥିଲେ ।