-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
07-May-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ)
ଓଡିଶା ସାମ୍ବାଦିକ ସଂଘ ( ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଠାରେ ବିଶ୍ୱ ବ୍ରାହ୍ମIଣ୍ଡର ଆଦ୍ୟ ତଥା ଶ୍ରେଷ୍ଠ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜ଼ିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ଶନିବାର ପାଳିତ ହୋଇଯାଇଛି I ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ନାକ୍ଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଅଧିକାରୀ ଡା. ଅମୂଲ୍ୟ ରତ୍ନ ମହନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପୁରାଣ କାଳରେ ଦେବାର୍ଷି ନାରଦ କେବେ ମିଥ୍ୟାର ଆଶ୍ରୟ ନେଇ ନ ଥିଲେ I ସମସ୍ତ ଅପବାଦ ମୁଣ୍ଡାଇ ମଧ୍ୟ ଧର୍ମ ଓ ସତ୍ୟ ପ୍ରତିଷ୍ଠା ପାଇଁ କାର୍ଯ୍ୟ କରିଥିଲେ ବୋଲି ପ୍ରକାଶ କରିଥିଲେ I ଜ଼ିଲ୍ଲା ଉପ ସଭାପତି ସନ୍ତୋଷ ସାହୁ ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ପ୍ରକାଶ କରିବା ସହିତ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ I ମୁଖ୍ୟବକ୍ତା ଭାବେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଓଡିଆ ବିଭାଗ ଅଧ୍ୟାପିକା ପୁଷ୍ପାଞ୍ଜଳି ରବଣା ନାରଦଙ୍କ ସମର୍କରେ ପୌରାଣିକ ତଥ୍ୟ ଭିତ୍ତିକ ଉପସ୍ଥାପନା କରିବା ସହିତ ସକାରାତ୍ମକ ସମ୍ବାଦ ପରିବେଷଣ ଉପରେ ମତାମତ ପ୍ରଦାନ କରିଥିଲେ I ଏହି ଅବସରରେ ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ସୁଧୀର କୁମାର ସାହୁ, ଅବସରପ୍ରାପ୍ତ ଅଧାପକ ଡ଼ଃ ଦୀପେନ କୁମାର ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧକ୍ଷ ସୁଦର୍ଶନ ସାହୁ, ଓଡିଶା ସାମ୍ବାଦିକ ସଂଘ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ମହାରଣା ସମ୍ବାନିତ ଅତିଥି ଭାବେ ଯୋଗଦାନ କରିଥିଲେ I ନାକ୍ଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଶେଷ ବର୍ଷ ଛାତ୍ରୀ ସିପ୍ରା ସାହୁ ମଧ୍ୟ ନାରଦ ଜୟନ୍ତୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I ଏହି ଅବସରରେ କାୟା କଳ୍ପ ପୁରସ୍କାର ପାଇଁ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନାକ୍ଟିଦେଉଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ଅଧିକାରୀ ଡ଼ଃ ମହନ୍ତ ଙ୍କୁ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା I ଶେଷରେ ରବୀନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ I ଏହି ଅବସରରେ ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳରୁ ଶତାଧିକ ସାମ୍ବାଦିକ ସଞ୍ଜିବପାଣିଗ୍ରାହୀ. ,ଅଙ୍କିତ ସାହୁ,ସନ୍ଦୀପ ଶର୍ମା,ପ୍ରଦୀପ ବିଶ୍ଵାଳ ,ଯୋଗଦାନ କରିଥିଲେ