-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
06-May-2023
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ଲୋଇସିଂହା ନିର୍ବାଚନ ମଣ୍ଡଳୀ ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମ ରୁ ଆଗଲପୁର ଯିବା ପିଡବ୍ଲୁଡି ରାସ୍ତା ମଧ୍ୟରେ ଥିବା ବାହାଲ ଜମି ପାର୍ଶ୍ୱରେ ନିର୍ମିତ ଗାର୍ଡୱାଲ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି l ଉକ୍ତ କାମଟି ୧୦୦ମିଟର ଲମ୍ବ ହୋଇଥିବା ବେଳେ କାମ କରାଯାଉଥିବା ସମୟରେ ୬ଟି ବାଲିରେ ଗୋଟିଏ ସିମେଣ୍ଟ ବଦଳରେ ୮/୧୦ଟି ବାଲିରେ ଗୋଟିଏ ସିମେଣ୍ଟ ସହ ଗେଟି ମିଶାଇ କାମ କରାଯାଉଥିବାରୁ ଏହା ଅଳ୍ପ ଦିନରେ ଭାଙ୍ଗି ଯିବାର ସମ୍ଭାବନା ରହିଛି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ବିଷୟରେ ଠିକାଦାରଙ୍କୁ ସୂଚନା ଦେବା ସହ କାମ ନିମ୍ନମାନର ହେଉଛି ବୋଲି କହିବା ସତ୍ବେ ମଧ୍ୟ ଠିକାଦାର ଶୁଣୁନାହାନ୍ତି ବୋଲି ଲୋକେ ପ୍ରକାଶ କରିଛନ୍ତି । ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ବିନା ଉପସ୍ଥିତିରେ କାମ ଚାଲିଛି । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଗାର୍ଡୱାଲ କାମ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଚାଷୀ ମହାଦେବ ଭୋଇ, ଲୋକନାଥ ପାତ୍ର, ଧୃବ ଚରଣ ସାହୁ, କ୍ଷୀରୋଦ୍ର ସାହୁ, ଲଛମନ ସାହୁ, ଫକୀର ସାହୁ, ଭକ୍ତରାମ ସାହୁ ପ୍ରମୁଖ ଅନେକ ଚାଷୀ ଅଭିଯୋଗ କରିବା ସହ ଉକ୍ତ କାମର ଉପଯୁକ୍ତ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ତଥା ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି l