-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-May-2023
ବଲାଙ୍ଗିର(ଦେବାଶିଷ ବହିଦାର) ଜିଲ୍ଲା ବ୍ରାହ୍ମଣ ମହାସଭା ଏବଂ ସ୍ଥାନୀୟ ନୃସିଂହ ମନ୍ଦିର ମହାରାଜ (ମୌର ସନ୍ୟାସି) ଙ୍କ ତତ୍ତ୍ୱାବଧାନରେ ୪ ଜଣ ବଟୁଙ୍କର ନିଶୁଳ୍କ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟନ କାର୍ଯ୍ୟକୁ ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ପୂର୍ବତନ ସଭାପତି ପଣ୍ଡିତ ଜୟକୃଷ୍ଣ ଦାଶ ଶର୍ମାଙ୍କ ପୌରହିତ୍ୟରେ ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟ କାର୍ଯ୍ୟକୁ ପୂର୍ବତନ ସଭାପତି ପଣ୍ଡିତ ଗିରିଧାରୀ ଶତପଥି, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ ଓ ପଣ୍ଡିତ ବଳରାମ ହୋତା ଆଦିଙ୍କ ଦ୍ୱାରା ବ୍ରତୋପନୟନ କରାଯାଇଥିଲା । ଏହି ବ୍ରତୋପନୟନ କାର୍ଯ୍ୟରେ ବ୍ରାହ୍ମଣ ସଭାର ସଭାପତି ଧନଞ୍ଜୟ ମିଶ୍ର ଏବଂ ସଂପାଦକ ଆଇନଜିବୀ ଜୟରାମ ମିଶ୍ର ଙ୍କ ପ୍ରରୋଚନାରେ ସମ୍ପୁର୍ଣ୍ଣ କରାଯାଇଥିଲା । ଏହି କାର୍ଯ୍ୟରେ ଉପଦେଷ୍ଟା ନୀଳମଣି ମିଶ୍ର, ସତ୍ୟବନ୍ତ ବେଦବାକ, ଉପ-ସଭାପତି ଗୋପବନ୍ଧୁ ପୁରୋହିତ, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସହ-ସଂପାଦକ ପୁରୁଷୋତ୍ତମ ପଣ୍ଡା ଏବଂ ଶୁଭେନ୍ଦ୍ର ନେପାକ, ରଘୁନାଥ ମିଶ୍ର, ପର୍ଶୁରାମ ବାହିନି ର ମଦନ ମୋହନ ରଥ, ଶକ୍ତି ବାହିନି ଏବଂ ଆଦ୍ୟ ଶକ୍ତି ର କସ୍ତୁରୀ ରଥ, ଦାମୋଦର ଓତା, ବନମାଲି ନନ୍ଦ, କପିଳ ପତି, ବିଶେଶ୍ୱର ପୁଜାରୀ, ବିଶ୍ୱନାଥ ଶତପଥି, ଭକ୍ତଚରଣ ମିଶ୍ର, ଗୋପବନ୍ଧୁ ଶତପଥି ଏବଂ ଆଗଲପୁର ବ୍ଲକର ବ୍ରାହ୍ମଣ ସମାଜର ସଭାପତି ଓ ଅନ୍ୟମାନେ ଯୋଗ ଦେଇଥିଲେ ।