-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-May-2023
ବିରମହାରାଜପୁର(ବିନୋଦ ପାଣ୍ଡେ)- ଗ୍ରୀଷ୍ମ ସମୟର ଅସହ୍ୟ ଖରାରେ ଆମର ଦୈନନ୍ଦିନ ଜୀବନ ଅତିଷ୍ଠ । ପଥଚାରୀ ମାନେ ରାସ୍ତାରେ ଦହି ପାଣି ଗ୍ଲାସ ଟିଏ ପାଇଲେ ବେଶ ଆନନ୍ଦିତ ହୋଇଥାନ୍ତି । ଏହି କଥାକୁ ଲକ୍ଷ୍ୟ କରି ବିରମହାରାଜପୁର ବାଳକ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ୟୁନିଟ ତରଫରୁ ଚକାବର ଛକରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଘାଟନ କରିଥିଲେ । ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ଓ ରାଜବୋଡା ସମ୍ବର ହାଇସ୍କୁଲ ପଦମପୁରର ପ୍ରଧାନଶିକ୍ଷକ ଧର୍ମ କୁମାର ଶତପଥି ଅତିଥି ଭାବରେ ଯୋଗଦେଇ ଜୁନିୟର ରେଡକ୍ରସର ସେବା ମୂଳକ କାର୍ଯ୍ୟକ୍ରମର ଆବଶ୍ୟକତା ଥିବା ବେଳେ
ବିରମହାରାଜପୁର ବ୍ଲକ ତରଫରୁ ହୋଇଯାଇଥିôବା ଜଳଛତ୍ର କାର୍ଯ୍ୟକ୍ରମ ବିଶେଷ ମହତ୍ୱ ରହିଛି ବୋଲି ମତବ୍ୟକ୍ତି କରିଥିଲେ । ପଥଚାରୀ, ଦୋକାନୀ. ଦୁଇ ଓ ଚାରିଚକିଆ ଯାନର ଯାତ୍ରୀ, ବସଯାତ୍ରୀ ଓ ଜନସାଧାରଣଙ୍କୁ ଦହିଚଲା ପାଣି, ଜଲଜିରା ପାଣି ଦେବା ସହିତ ସେମାନଙ୍କୁ ଅଁଶୁଘାତ ପ୍ରତି ସଚେତନତା ରହିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସାଧନ କର୍ମି ଚନ୍ଦ୍ର ମଣି ବାଘ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବ୍ଲକ ବିସିସି ତଥା ବିରମହାରାଜପୁର ହାଇସ୍କୁଲର ପରାମର୍ଶଦାତା
ବୈକୁଣ୍ଠ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପରାମର୍ଶଦାତା ଲମ୍ବୋଦର ସାୁହୁ, ରଂଜିତ ପଧାନ, ଉପେନ୍ଦ୍ର ସାହୁ, ଆନନ୍ଦ ଦାୟିନୀ ସିଂହ, ଜଗନ୍ନାଥ ମେହେର, ମନୋଜ ମେହେର, ଜୀବରଧନ ରଣା, ଅଶ୍ୱିନୀ କର୍ମି, କାଦମ୍ବିନୀ ବେହରା, ମନୋହର ପ୍ରମୁଖ କାର୍ଯ୍ୟକ୍ରମରେ ସହ ଯୋଗ କରିଥିଲେ । ପରାମର୍ଶଦାତା ଦିଲ୍ଲିପ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।