-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
06-May-2023
ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଠାକରପାଲି ଗ୍ରାମରେ ହୋଇଥିବା ରାସ୍ତା 2021/22ରେ ବିଜୁ କେବିକେ ପାଣ୍ଠି ରୁ ଠାକରପାଲି ଗ୍ରାମର ପ୍ରଧାନମନ୍ତ୍ରୀ ରାସ୍ତା ରୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରାସ୍ତା ନିର୍ମାଣ ପାଇଁ ପାଞ୍ଚ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା l ଏହି ରାସ୍ତା ନିର୍ମାଣ ରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଉକ୍ତ ରାସ୍ତା ନିର୍ମାଣ କାମ ତଦାରଖ ଦାୟତ୍ୱରେ ରହିଥିଲେ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ବାରିକ l ବର୍ତମାନ ଜେ.ଇ ଜଣକ ଲୋଇସିଂହା ବ୍ଲକ ରେ ନାହିଁ, ତାଙ୍କ ର ଅନ୍ୟତ୍ର ବଦଳି ହୋଇଯାଇଛି l ଅଭିଯୋଗକାରୀ ଙ୍କ କହିବା ଅନୁସାରେ ବିଭାଗୀୟ ଯନ୍ତ୍ରୀ ଙ୍କ ଅବହେଳା ନୀତି ଯୋଗୁଁ ଓ ନିମ୍ନମାନର କାମ ପାଇଁ ଉକ୍ତ ରାସ୍ତା ଟି କିଛି କମଦିନରେ ଖରାପ ହୋଇ ଗଲାଣି l ଯାହାକି ବିଭାଗୀୟ ଅଧିକାରୀ ଜାଣି ଶୁଣି ଉନ୍ନୟନ କାମରେ ଦୁର୍ନୀତି କରିବା ସହ ଠିକାଦାର ଙ୍କୁ ପ୍ରଶୟ ଦେଉଥିବା ଅଭିଯୋଗ ହେଉଛି l ଉକ୍ତ କାମ ହୋଇଥିବା ରାସ୍ତା କୁ ତଦାରଖ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଜୋର ଧରିଛନ୍ତି l କିନ୍ତୁ ଗତ 2019/20/20 /21/ଓ 2021/22ରେ ଲୋଇସିଂହା ବ୍ଲକ ରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାମରେ ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହେଉଥିଲେ ସୁଦ୍ଧା କିଛି କାମ ଦେଉନି l ଏହାସହ ଉନ୍ନୟନ ମୂଳକ କାମ ଠିକ ହେଉ ଅବା ନ ହେଉ ପିସି କାରବାର ରେ ଏପଟ ସେପଟ ହେଉନି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଉଚ୍ଚ କତୃପକ୍ଷ ଲୋଇସିଂହା ବ୍ଲକ ରେ ଅଧିକ ପରିମାଣରେ ଦୁର୍ନୀତି ହେଉଥିବାରୁ ପ୍ରଶାସନ ଏଥିପ୍ରତି ଧ୍ୟାନଦେଇ ଦୁର୍ନୀତି କୁ ରୋକିବାକୁ ଗ୍ରାମବାସୀ ଦାବି କରିଛନ୍ତି l