-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
05-May-2023
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସ୍ପୋର୍ଟସ କ୍ଲବ ତରଫରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ସିଜନ-୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ରାଉଣ୍ଡର ଦ୍ଵିତୀୟ ମ୍ୟାଚରେ ଆନ୍ୟା ସ୍ପୋଟିଙ୍ଗକୁ ହରାଇ ତ୍ରିରଙ୍ଗା ୟୁଥ କ୍ଲବ ବିଜୟୀ ହୋଇଛି । ଟଚ ଜିଣି ଆନ୍ୟା ସ୍ପୋଟିଙ୍ଗ ପ୍ରଥମେ ବ୍ୟାଟିଂ କରି ୧୦ଓଭରରେ ୬ୱିକେଟ ହରାଇ ୬୯ରନ କରିଥିଲା ତାର ଜବାବରେ ତ୍ରିରଙ୍ଗା ୭ୱିକେଟ ହରାଇ ୯.୧ଓଭରରେ ୭୦ରନ କରି ବିଜୟୀ ହୋଇଥିଲା। ମ୍ୟାଚକୁ ପ୍ରଦୀପ ମହାଲିଂ ଓ ସବ୍ୟସାଚୀ ମିଶ୍ର ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସରୋଜ ମହାନ୍ତି,ଆଲୋକ ସେଠୀ ଏବଂ ମ୍ୟାଚର ଧରାବିବରଣୀ ଶଶାଙ୍କ ଶେଖର ଦାସ ପ୍ରଦାନ କରିଥିଲେ ।ସ୍ପୋର୍ଟସ କ୍ଲବ ସମ୍ପାଦକ ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା ଟେଣ୍ଟ ମାଲିକ ସଂଘ ଉପସଭାପତି ତଥା ବିନିକା ବ୍ଲକ ସଭାପତି ମାହାରୁ ପଣ୍ଡା,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଫୁଟବଲ ଖେଳାଳୀ ତଥା ସହକାରୀ ଶିକ୍ଷକ ଶଶିଭୂଷଣ ରାଉତ,ପୂର୍ବତନ କ୍ରିକେଟର ବନବିହାରୀ ଦାସ,ମୋହନ ବଢେଇ ଯୋଗଦେଇ ବିଜୟୀ/ରନରସଅପ ଦଳ ଓ ତ୍ରିରଙ୍ଗା ଦଳର ଜୟସିଂ ଖଣ୍ଡାୟତଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଶନିବାର ଅପରାହ୍ନରେ ସାଗର-୧୧ ବନାମ ଅତୁଳ-୧୧ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ ଅନୁଷ୍ଟିତ ହେବ ।ଉଭୟ ଦଳର ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ପ୍ରଦାନ ପାଇଁ ସମ୍ମାନିତ ଅତିଥି ଭାବରେ ଏଲଆଇସି ଏଜେଣ୍ଟ ହରିବନ୍ଧୁ ମେହେର,ପାଢ଼ୀ କଷ୍ଟ୍ରକସନ ଓନର ଗୌରବ ପାଢ଼ୀ,ସ୍ବରାଜ ସୋ ରୁମ ମାଲିକ ସଞ୍ଜୀବ ମିଶ୍ର,ଯୁବ ବ୍ୟବସାୟୀ ରାକେଶ ସାହୁ ପ୍ରମୁଖ ଯୋଗଦେବେ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।