-+91-9937148622 |
prerana_bgr@rediffmail.com |
Monday 6th July 2026 |
R.N.I. Regd No. ODIODI/2010/46693
Breaking News
30-Apr-2023
ନାକଟିଦେଉଳ(କନ୍ଦର୍ପ ବେହେରା ): ଆଜି ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମୂଷାକାନି ଦେହରିଘାଟ ପାଖରେ ବୁଲା କୁକୁରଙ୍କ ଆକ୍ରମଣ ରେ ଏକ ହରିଣର ମୃତ୍ୟୁ ହୋଇଥିବା ଜଣାପଡିଛି l
ସୂଚନା ଅନୁସାରେ ହରିଣଟି ପାଣି ପିଇବା ପାଇଁ ଟିକିରା ନଦୀକୁ ଆସିଥିବା ବେଳେ କୁକୁରଙ୍କ ହାବୁଡ଼ରେ ପଡିଯାଇଥିଲା l କୁକୁରମାନେ ହରିଣକୁ ଆକ୍ରମଣ କରୁଥିବା କିଛି ବ୍ୟକ୍ତି ଦେଖି ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ବନବିଭାଗ ପହଂଚି ଜଙ୍ଗଲରେ ମୃତ ଅବସ୍ଥାରେ ହରିଣକୁ ଠାବ କରିଥିଲେ l ମୃତ ହରିଣକୁ ଗୋଷ୍ଠୀ ପଶୁ ଚିକିତ୍ସକ ବ୍ୟବଛେଦ କରିବା ପରେ ପେଣ୍ଠବାହାଳ ସ୍ଥିତ ନର୍ସରୀରେ ପୋତିଦିଆଯାଇଥିବା ଜଣାପଡିଛି l ମୃତ ହରିଣର ବୟସ ପାଖାପାଖି ସାଢେ ତିନି ବର୍ଷ ହେବବୋଲି ବନବିଭାଗ ସୂତ୍ରରୁ ପ୍ରକାଶ l