-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ସୋନପୁର ମଡେଲ୍ ଡିଗ୍ରୀ କଲେଜର ସମାଜବିଜ୍ଞାନ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ  ବିଦାୟ  ସମ୍ବର୍ଦ୍ଧନା 

30-Apr-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର ସ୍ଥିତ ମଡେଲ୍ ଡିଗ୍ରୀ କଲେଜର ସମାଜବିଜ୍ଞାନ ବିଭାଗର ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଶୁକ୍ରବାର ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି  । ସମାଜବିଜ୍ଞାନ ବିଭାଗର ମୁଖ୍ଯ ଅଧ୍ୟାପକ ବିଶ୍ବରଞ୍ଜନ ଜେନାଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ଡଃ ମହେନ୍ଦ୍ର ଭୋଇ, ଓଡ଼ିଆ ଅଧ୍ୟାପିକା କମଳା ସିଂ, ଓଡ଼ିଆ ଅଧ୍ୟାପକ ରମାକାନ୍ତ ମଙ୍ଗରାଜ, ପୂର୍ବତନ ସମାଜବିଜ୍ଞାନ ଅଧ୍ୟାପିକା ରିସିତା ବାନୋ,ଅଧ୍ୟାପକ ତ୍ରିନାଥ ମହାନ୍ତି, ରାଜନୈତିକ ବିଜ୍ଞାନ ଅଧ୍ୟାପକ ପ୍ରମୁଖ ଅତିଥି ଭାବେ  ଯୋଗଦେଇ ଗଣେଷଙ୍କ ଫଟୋରେ ଦୀପ ପ୍ରଜ୍ବଳନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା  । ଆରମ୍ଭରେ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ କନିଷ୍ଠ ଛାତ୍ରୀମାନେ ସମସ୍ତଙ୍କୁ ଚନ୍ଦନ ପୁଷ୍ପଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ  । ଇଂରାଜୀ ଅଧ୍ୟାପକ ଭୋଇ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀଙ୍କର ଉଜ୍ଜ୍ବଳ ଭବିଷ୍ଯତ କାମନା କରିବା ସହ ଉଚ୍ଚତର ଶିକ୍ଷାଲାଭ କରି ସମାଜରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ପରାମର୍ଶ ଦେଇଥିଲେ  । ସମାଜବିଜ୍ଞାନ ବିଭାଗର ଅଧ୍ୟାପକ ଜେନା ଓ ମହାନ୍ତି ଉଦବୋଧନ ଦେଇ ସମାଜବିଜ୍ଞାନ ବିଷୟର ମୂଲ୍ଯ ଓ ଏହାର ଗୁରୁତ୍ବ ବୁଝାଇବା ସହ ଭବିଷ୍ଯତ ରେ ସେମାନଙ୍କ ଜୀବନରେ ଏହି ବିଷୟ ଉପାଦେୟ ହେବ ବୋଲି ମତବ୍ୟକ୍ତ କରିଥିଲେ  । ପୂର୍ବତନ ସମାଜବିଜ୍ଞାନ ଅଧ୍ୟାପିକା ବାନୋ ସମାଜବିଜ୍ଞାନ କେବଳ ବହି ମାଧ୍ୟମରେ ଆବଦ୍ଧ ନୁହେଁ ବରଂ ଏହା ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ମାନଙ୍କର ଜୀବନର ଆସୁଥିବା ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପ୍ରଦାନ କରିବ ବୋଲି ମତବ୍ୟକ୍ତ କରିଥିଲେ  । ୧ମ ଓ ୨ୟ ବର୍ଷର ଛାତ୍ରୀ ଲିପିକା , ଅଲିଭା, ଖୁସି, ଲିପସା,ପୂଜା, ସୁମି,ସୁଶ୍ରୀ, ଲିପିକା, ମହେଶ୍ୱତା, ଦିପାଞୀଲି, ଜୋସ୍ନାମୟୀ ଓ ଅନ୍ୟମାନେ କାର୍ଯ୍ୟକ୍ରମ କୁ ପରିଚାଳନା କରି ଅତି ସୁନ୍ଦର ସାଜସଜ୍ଜା କରିଥିଲେ  । ପିଲାମାନଙ୍କ ତରଫରୁ ଥଣ୍ଡା ପାନୀୟ ସହିତ ମିଷ୍ଠାନ୍ନ ବ୍ୟବସ୍ଥା ରଖାଯାଇଥିଲା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମରେ ସମସ୍ତଙ୍କୁ  ମନ୍ତ୍ରମୁଗ୍ଧ କରିଥିଲା  ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like