-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ଜିଲ୍ଲା

ମିନି ଷ୍ଟାଡିୟମ ନିର୍ମାଣରେ ଲକ୍ଷାଧିକ ଟଙ୍କା ଚଳୁ ଅଭିଯୋଗ, ଘଟଣା ତଦନ୍ତ ସାପେକ୍ଷ

29-Apr-2023



କଳାହାଣ୍ଡି(ଦୁଷ୍ମନ୍ତ କୁମାର ପଣ୍ଡା ): ସରକାର କ୍ରୀଡ଼ାର ବିକାଶ ପାଇଁ ରାଜ୍ୟର କୋଣ ଅନୁକୋଣରେ ମିନି ଷ୍ଟାଡିୟମ ମାନ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ମାଣର ଉଦ୍ଦେଶ୍ୟ ଖେଳର ବିକାଶ ପରିବର୍ତ୍ତେ ବିନାଶକାରୀ ହୋଇଥିବା ଦୃଷ୍ଟାନ୍ତ ଦେଖିବାକୁ ମିଳୁଛି । ଅମଲାତନ୍ତ୍ର ଲୋକାଭିମୁଖୀ ପରିବର୍ତ୍ତେ ବ୍ୟକ୍ତିକୈଦ୍ରିକ ହେବା ଯୋଗୁଁ ପ୍ରଗତିରେ ବାଧା ଉପୁଜୁଥିବା ଅଭିଯୋଗ ହେଉଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଥିବା ହାତିଶାଳ ଖେଳ ପଡିଆ ସର୍ବ ପୁରାତନ ପଡିଆ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ପଡିଆ । ଏହି ପଡ଼ିଆର ଇତିହାସ ବହୁତ ପୁରାତନ ହୋଇଥିବା ବେଳେ ଏଠାରେ ୫୦/୬୦ ବର୍ଷ ପୂର୍ବରୁ ଅନେକ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଆସୁଥିଲା । ଏହାର ପ୍ରଭାବରେ ଜୟପାଟଣା ଫୁଟବଲ ଦଳ ରାଜ୍ୟର ଏକ ଅଗ୍ରଣୀ ଦଳ ଭାବେ ବେଶ ଜଣାଶୁଣା ଥିଲା । ଆଜିବି କିଛି ପୁରାତନ ଖେଳାଳି ଅଛନ୍ତି ତାଙ୍କୁ ଦେଖି ବର୍ତ୍ତମାନର ପିଢ଼ି ଅନୁପ୍ରାଣିତ ହୋଇଥାନ୍ତି । ଏହି ଉଚ୍ଚ ସ୍ତରୀୟ କ୍ରୀଡ଼ାବିତ ମାନଙ୍କର କେନ୍ଦ୍ରବିନ୍ଦୁ ବର୍ତ୍ତମାନ ଅର୍ଦ୍ଧେକ ସରିଯାଇ ଥିବା ଜରାଜୀର୍ଣ୍ଣ ପଡିଆ ହାତିଶାଳ ସମସ୍ତଙ୍କର ଆଢୁଆଳରେ ଲୀନ ହେବାକୁ ବସିଛି, ଯାହା ଫଳରେ ଏହି ଖେଳାଳି ବନାଇବାର କାରଖାନା ଅଚଳ ହୋଇ ପଡ଼ିଥିବା ଦେଖା ଯାଉଛି । ଯେଉଁ ମାନଙ୍କୁ ଏହି ପବିତ୍ର ମାଟି ଖେଳାଳି ଭାବେ ପରିଚୟ ଦେଲା ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରୁ ଅନେକ ରାଜନେତା,ଅଫିସର, ସମାଜସେବୀ ବି ହୋଇଛନ୍ତି । କିନ୍ତୁ ସେହି ପଡିଆ ଆଉ ପଡିଆ ହୋଇ ନାହିଁ । ପଡ଼ିଆର ରକ୍ଷଣା ବେକ୍ଷଣର ଭାର କାହାରି ନଥିବା ହେତୁ ଏହାର ଅର୍ଦ୍ଧେକ ଭାଗ କିଛି ସ୍ଥାନୀୟ ଅଧିବାସୀ ଅବାଧରେ ଜବର ଦଖଲ କରି ଘର କରି ରହିଗଲେ । ଆଉ ଅର୍ଦ୍ଧେକ ପଡ଼ିଆ ଚାରଣ ଭୂମି ତଥା ସାଧାରଣ ଲୋକଙ୍କର ମଳ ତ୍ୟାଗର ସ୍ଥାନ ପାଲଟିଛି । ଏହା ଅତ୍ୟନ୍ତ ଦୁଖଦାୟୀ ବୋଲି ସ୍ଥାନୀୟ ଖେଳାଳି ମତ୍ତବ୍ୟକ୍ତ କରିଛନ୍ତି । ଏହି ପଡ଼ିଆର ପୁନରୁଦ୍ଧାର ପାଇଁ

ଅନେକ ବର୍ଷ ଅପେକ୍ଷା ପରେ ପ୍ରଶାସନ ଦୃଷ୍ଟି ଦେଇଥିଲେ ଯାହା ସ୍ଥାନୀୟ ଖେଳାଳିଙ୍କ ମନରେ ନୂତନ ଆଶା ସଂଚାର ହୋଇଥିଲା । ସୂଚନା ଅନୁଯାୟୀ ଏହି ଷ୍ଟାଡିୟମ ପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଚିଠି ନମ୍ବର ୩୭୭୫/ଏକ୍ସଭିଆଇ୧୩୭/୧୬  ତା୦୨/୦୯/୨୦୧୬ ତାରିଖରେ ୨୫ ଲକ୍ଷ ଅର୍ଥରାଶି ମଞ୍ଜୁରୀ ପାଇଁ ଜିଲ୍ଲା କ୍ରୀଡ଼ାଧିକାରୀଙ୍କୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ପାଇଁ ଚିଠି କରାଯାଇଥିଲା ।ଏହାର ଟେକ୍ନିକାଲ ସେଂକ୍ସନ ୪୭/୨୦୧୬/୧୭ (୧୯/୦୭/୨୦୧୬)ତାରିଖରେ ହୋଇଥିଲା ଏବଂ ମେମୋ ନମ୍ବର ୩୭୭୬ /୦୨/୦୯/୨୦୧୬ ତାରିଖରେ ଜୟପାଟଣା ବିଡ଼ିଓଙ୍କୁ ଟେଣ୍ଡର ଆହ୍ୱାନ ପାଇଁ ପତ୍ର ପ୍ରେରଣ ହୋଇଛି ।  ପରବର୍ତ୍ତୀ ସମୟରେ ଜଣେ ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଥିବା ବେଳେ ପୁଣି ତାହା କୌଣସି ନୋଟିସ ବିନା ଡିପାର୍ଟମେଣ୍ଟ ଦ୍ୱାରା କାର୍ଯ୍ୟ ପରିଚାଳନା କରାଯାଇ ସରକାରୀ ଅନୁଦାନର ଦୁରୂପଯୋଗ ହୋଇଥିବା ଅଭିଯୋଗ ହେଉଛି । ଯାହାର କୋଳରେ କେତେ ଅଳି ଅର୍ଦଳି କରି ସେହି ଅଂଚଳର ଖେଳାଳି ବାହାରିଛନ୍ତି ସେହିଁ ପଡିଆ ଆଜି ଅସୁରକ୍ଷିତ ମନେ ହୁଏ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି । କାର୍ଯ୍ୟ ଆରମ୍ଭ ହୋଇ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ନଥିବା ଲକ୍ଷ କରାଯାଇଛି । ଏପଟେ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଠିକାଦାରଙ୍କର ପ୍ରିୟା ପ୍ରିତୀ ପୋଷଣ ନୀତି ଯୋଗୁଁ ଅର୍ଦ୍ଧ୍ୱନିର୍ମିତ ଷ୍ଟାଡିୟମର ବିଲ ଅତି ଚତୁରତାର ସହିତ ୧୯,୩୬,୦୧୧ (ଉଣେଇସି ଲକ୍ଷ ଛତିଶ ହଜାର ଏଗାର)ଟଙ୍କା ପର୍ଯ୍ୟାୟକ୍ରମେ ଉଠାଇ ଥିବା ସୂଚନା ହସ୍ତଗତ ହୋଇଛି । ଏହି ଅର୍ଥରାଶିରେ କେବଳ ଅସଂପୂର୍ଣ୍ଣ ପ୍ରାଚେରୀ ଏବଂ ଛାତ ପଡି ପାରିନଥିବା ଚେଞ୍ଜିଙ୍ଗ ରୁମ ହୋଇ ପାରିଛି । ଯାହାକି ଯେଉଁ ଅର୍ଥରାଶି ଖର୍ଚ୍ଚ ମଞ୍ଜୁର ହୋଇଛି ଅଞ୍ଚଳବାସୀ ତାହାକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି । ଏତେ ଦିନପରେ ପଡ଼ିଆର ଉନ୍ନତିକରଣ ପାଇଁ ଆସିଥିବା ଟଙ୍କାର ଏପରି ଅପବ୍ୟବହାର ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ସ୍ଥାନୀୟ ଖେଳାଳିବୃନ୍ଦ ଦୁଃଖ ପ୍ରକାଶ କରିଛନ୍ତି ।ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସତ୍ୟ ସାମ୍ନାକୁ ଆସିବ ।ପୁନର୍ବାର ଉକ୍ତ ଷ୍ଟାଡିୟମର ପୁନରୁଦ୍ଧାର କରାଗଲେ ସ୍ଥାନୀୟ ଖେଳାଳିଙ୍କ ମନରେ ପୁଣି ଥରେ ହସ ଫୁଟିବ । ଏବଂ ଅଞ୍ଚଳର କ୍ରୀଡ଼ାର ବିକାଶ ହୋଇ ପାରିବ । ତେଣୁ ସ୍ଥାନୀୟ ବିଧାୟକ,ସାଂସଦ, ବିଭାଗୀୟ କତ୍ତୃପକ୍ଷ,ସ୍ଥାନୀୟ ଜନ ପ୍ରତିନିଧି,ବୁଦ୍ଧିଜୀବୀ ତଥା ଜନତା ଜନାର୍ଦ୍ଦନ ଆନ୍ତରିକତାର ସହିତ ଉଦ୍ୟମ ରଖିଲେ ନିଶ୍ଚୟ ପଡ଼ିଆଟି କାର୍ଯ୍ୟକ୍ଷମ ହୋଇ ପାରିବ ବୋଳି ବୁଦ୍ଧି ଜିବି ମହଲରେ ମତ ପ୍ରକାଶ ପାଇବାରେ ଲାଗିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like