-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): କେଉଁଟ,ଧିବର, କୈବର୍ତ୍ତ ଜାତି ଚଞ୍ଚକତା କରି ଅନୁସୂଚୀତ ଜାତି ତାଲିକାରେ ସାମିଲ ହୋଇ ସରକାରଙ୍କ ସଂରକ୍ଷଣ ସୁବିଧା ହାତେଇ ନେଇଥିବା ନେଇ ଦଳିତ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଅସୃଶ୍ୟ ସଂରକ୍ଷଣ ସୁରକ୍ଷା ସମିତି ପକ୍ଷରୁ ଆଜି ଡୁଙ୍ଗୁରିପାଲିରେ ବ୍ଲକ ସ୍ତରୀୟ କେଡିକେ ହଟାଓର ଅଭିଯାନ ଆରମ୍ଭ କରାଯାଇଛି । ଚଞ୍ଚକତା କରି ଏସସି ତାଲିକାରେ ସାମିଲ ଥିବା ଉକ୍ତ ତିନି ଜାତିକୁ ସଂରକ୍ଷଣରୁ ବାଦ ଦେବା ଅଭିଯାନରେ ସମସ୍ତେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଅଛୁଆଁ ଜାତିକୁ ନେଇ ସରକ୍ଷଣ ସୃଷ୍ଟି ହୋଇଥିବା ବେଳେ ସବର୍ଣ୍ଣ ତଥା ସମାଜରେ ଛୁଆଁ ଭାବରେ ପରିଚାଳିତ ଉକ୍ତ ତିନି ଜାତି କିପରି ଏସସି ତାଲିକାରେ ଅନ୍ତର୍ଭୁକ୍ତ ହେଲେ । ତେଣୁ ଆଜି ଏକ ବିରାଟ ଶୋଭା ଯାତ୍ରାରେ ଶହ ଶହ ସଂଖ୍ୟାରେ ଗଣ୍ଡା, ଘାସି, ପାତିକାର, ଧୋବା ସମାଜର ଲୋକେ ସ୍ଥାନୀୟ ଆରଏମସି ପରିସରରୁ ବାହାରି ସହର ପରିକ୍ରମା କରିଥିଲେ । ନକଲି ହଟାଓ ସଂରକ୍ଷଣ ବଞ୍ଚାଓ ନାରାରେ ଶୋଭାଯାତ୍ରା ପ୍ରକମ୍ପିତ ଉଠିଥିଲା । ଶୋଭାଯାତ୍ରା ପରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଏବିବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତି ପାଳନ କରାଯାଇଥିଲା ଦାବୀ ପତ୍ର ପ୍ରଦାନ ବେଳେ ଜିଲ୍ଲା ସଂଯୋଜକ ଲକ୍ଷ୍ମଣ ଭରାସାଗର, ଗଣ୍ଡାସମାଜର ସଭାପତି ମାଧବ କୁମ୍ଭାର, ଜିଲ୍ଲା ରଜକ ସମାଜର ସଭାପତି ରତ୍ନାକର ସେଠ, କୋଷାଧ୍ୟକ୍ଷ ପ୍ରଶାନ୍ତ ସେଠ, ଚମାର ସମାଜର ବ୍ଲକ ସଭାପତି ବୀର ମହେର, ଘାସି ସମାଜର ସଭାପତି ସଂକିର୍ତ୍ତନ, ପଟ୍ଟାମୁଣ୍ଡାଇର ପୁର୍ବତନ ବିଧାୟକ ତାପସ ଦାଶ,ସୋନପୁରର ପୁର୍ବତନ ବିଧାୟକ ବିନୋଦ ପାତ୍ର, ଭିମସେନାର ରାଜ୍ୟ ସଭାପତି ନରେନ୍ଦ୍ର ରାବଣ, ବଳଦେବ ଆଜାଦ ରାବଣ, ସୁବାସ ସୁନା, ପ୍ରକାଶ କୁମ୍ଭାର, ନିତେଇ ପାଳ, ଭୁବନ ନାଗ, ମଞ୍ଜୁ କୁମ୍ଭାର, ରେଣୁକା ଦୀପ , ରାଜୁ ତାଣ୍ଡି, ମିଳନ କୁମ୍ଭାର, ରଥ କୁମ୍ଭାର, ଅସର୍ପି କୁମ୍ଭାର, କୃଷ୍ଣଚନ୍ଦ୍ର ବାଗ, ଅଶୋକ ନାଏକ , ଜେହେରୁ ବାଗ, ଅନିରୁଦ୍ଧ ଦୀପ, ସହଦେବ ମହାନନ୍ଦ , ମହେନ୍ଦ୍ର ସୁନା, ଲଛମନ ସୁନା, ନିର୍ଜଲା କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କେକେଡି ଅଭିଯାନ ଆଗକୁ ଆହୁରି ଗୁରୁତର ଆକାରରେ ଧାରଣ କରିବ ବୋଲି କହିଥିଲେ । ଦାବୀପତ୍ର ପ୍ରଦାନ ବେଳେ ଡୁଙ୍ଗୁରିପାଲି ବିଡିଓ ଅନୁପସ୍ଥିତ ଥିବାରୁ ଉତ୍ତେଜନା ଦେଖା ଦେଇଥିଲା । କାର୍ଯ୍ୟକ୍ରମକୁ ନେଇ ପୋଲସି ପକ୍ଷରୁ ଶାନ୍ତିଶୃଙ୍ଖଳ ପାଇଁ ସତର୍କ ରହିଥିଲେ । ସୋନପୁର ଏସଡିପିଓ ପୁଷ୍ପଞ୍ଜଳୀ ନିଙ୍ଗୀ ଉପସ୍ଥିତ ଥିଲେ ।