-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ବାଲାଙ୍ଗୀର(ଦେବାଶିଷ ବହିଦାର); ଆଜି ଏପ୍ରିଲ ୨୮ ତାରିଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ଲୟରସ ଡେ ବା ଆଇନଜୀବୀ ଦିବସ ରୂପେ ପାଳନ କରାଯାଉଛି ଏ ଏହି ପରିପ୍ରେକ୍ଷିରେ ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ଆଇନଜୀବୀ ଦିବସ ରୂପେ ପାଳନ କରାଯାଇଛି । ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ପ୍ରଥମେ ମଧୁ ବାବୁଙ୍କ ଫଟୋଚିତ୍ର ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭାର ଶୁଭାରମ୍ଭ କରାଯାଇଥିଲା । ସ୍ୱତନ୍ତ୍ର ଭାଷାଭିତ୍ତିକ ଉତ୍କଳ ପ୍ରଦେଶ ଗଠନରେ ମହାନଦେଶପ୍ରେମୀ ମଧୁବାବୁଙ୍କ ଭୂମିକା ଓ ଜଣେ ଆଇନଜୀବୀ ଭାବରେ ମଧୁବାବୁଙ୍କ ମହନୀୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ମଧୁବାବୁଙ୍କ ପରି ଜଣେ ରାଷ୍ଟ୍ର ନାୟକଙ୍କ ନୀତି ଆଦର୍ଶରେ ସମସ୍ତେ ଅନୁପ୍ରାଣିତ ହେବା ହି ଏକାମାତ୍ର ଧ୍ୟେୟ ହେବା ଉଚିତ ବୋଲି ମତପ୍ରକାଶ ପାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଜୟରାମ ମିଶ୍ର, ଭବାନୀ ଶତପଥୀ, ସନ୍ତୋଷ ପାଢ଼ୀ, ସତ୍ୟ ନାରାୟଣ ନାୟକ, ସରୋଜ ଗୁପ୍ତା, ଦିଲୀପ ପଣ୍ଡା, ସନ୍ତୋଷ ପାଣିଗ୍ରାହୀ, ଏସ. ଶ୍ରୀନିବାସ ରାଓ, ସଂଜୟ ପ୍ରଧାନ, ରାଜେନ୍ଦ୍ର ମିଶ୍ର, ସନ୍ତୋଷ ପୁରୋହିତ, ସୁବାଷ ବେହେରା, ରାଜେଶ୍ୱର ଦାସ, ଟିକାୟତ ପଧାନ, ବିକାଶ ମିଶ୍ର, ବ୍ରଜ ମିଶ୍ର, ଆଶିଷ ଦର୍ଜି, ରୋଶନ ପଣ୍ଡା, ଦେବାଶିଷ ବହିଦାର, ସୌମ୍ୟରଂଜନ ପଣ୍ଡା, ରଜତ ବେଜ, ପ୍ରଶାନ୍ତ ଯୋଶୀ, ଶୁଭମ୍ ସାହୁ ପ୍ରମୁଖ ଉପସ୍ଥିତ ରହି ମଧୁସୂଦନ ଦାସଙ୍କ ସ୍ମୃତିଚାରଣ କରିଥିଲେ ।