-+91-9937148622 |

prerana_bgr@rediffmail.com |

  Thursday 9th July 2026 |

| | | |

R.N.I. Regd No. ODIODI/2010/46693

Breaking News

ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   (08-Jul-2026)       ||      ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   (08-Jul-2026)       ||      ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   (08-Jul-2026)       ||      ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   (08-Jul-2026)       ||      ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    (08-Jul-2026)       ||      ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   (08-Jul-2026)       ||      କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (08-Jul-2026)       ||      ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ    (08-Jul-2026)       ||      ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ    (08-Jul-2026)       ||      ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   (08-Jul-2026)       ||      ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jul-2026)       ||      କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   (08-Jul-2026)       ||      ପୋଲିସର ନିଦ ହଜାଇ ଦେଇଛି ୨୮ ରାଉଣ୍ଡ୍ ଗୁଳି ଚାଳନା    (08-Jul-2026)       ||      ଶହୀଦ୍ ପୀଠରେ ବୃକ୍ଷରୋପଣ ।   (08-Jul-2026)       ||      ତାଳଜୁରି ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (08-Jul-2026)       ||      ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ଯକ୍ରମ   (07-Jul-2026)       ||      ବର୍ଷାରେ ଭାଙ୍ଗିଲା ନିମ୍ନମାନର ନଦୀଆଡିବନ୍ଧ   (07-Jul-2026)       ||      ଟାଉନ ବାଳିକା ଓ ବାଳକ ବିଦ୍ୟାଳୟ ରେ ସମସ୍ୟା ଶୁଣିଲେ ନରସିଂହ♦️ ପରୀକ୍ଷା ଫଳ ଓ ଉପସ୍ଥାନ ସନ୍ତୋଷଜନକ   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||      ଏସ୍‌.ଆଇ.ଆର୍ ର ସୁପରିଚାଳନା ପାଇଁ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କଲା ବଲାଙ୍ଗୀର ସିଭିଲ ସୋସାଇଟି   (07-Jul-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ୍‌ ତରଫରୁ ଜଳଛତ୍ର ଆୟୋଜିତ

28-Apr-2023



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ଜୁନିଅର ରେଡକ୍ରସ୍‌ର ଆହ୍ୱାନ କ୍ରମେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଗୋପାଲଜୀ ସରକାରୀ ଉଚ୍ଚ ବିଦ୍ୟାଳୟ, ତମାମୁରାର ଜୁନିୟର ରେଡକ୍ରସ୍‌ ୟୁନିଟ ତରଫରୁ ଡୁଙ୍ଗୁରିପାଲି ସ୍ଥିତ ଆରଏମସି ସାପ୍ତାହିକ ବଜାର ପରିସରରେ ଏକ ଜଳଛତ୍ରର ଆୟୋଜନ କରି ଜନସାଧାରଣଙ୍କୁ ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାନୀୟ ଜଳ, ଦହି ସରବତ, ଜଲଜିରା ପାଣି, ବେଲ ପଣା ବଂଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ନେତୃତ୍ୱରେ ଆୟୋଜିତ ହୋଇଯାଇଥିବା କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢୀ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ପୋଲିସ ଷ୍ଟେସନ୍‌ର ଇନଚାର୍ଜ ସତ୍ୟନାରାୟଣ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜୁନିୟର ରେଡକ୍ରସ୍‌ର ମାନବୀୟ ସେବା ବେଶ୍‌ ସମୟ ଉପଯୋଗି ଏବଂ କ୍ରମାଗତ ହିଟୱେଭ୍‌ରୁ ଜନସାଧାରଣ ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଡଙ୍ଗୁରିପାଲି ସରପଂଚ ଚିତ୍ତରଂଜନ ମିଶ୍ର, ପ୍ରାକ୍ତନ ରେଡକ୍ରସ୍‌ ସାଧନକର୍ମୀ ସୁରେଶ ପଧାନ, ସମାଜସେବୀ ବିପ୍ରଚରଣ ସାହୁ, ଜଗନ୍ନାଥ ଦ୍ୱିବେଦୀ, ବାମଦେବ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ୍‌ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ

ବିସିସି ନିମାଇଁ ଚରଣ ମଲ୍ଲୀକ ସଂଯୋଜନା କରିଥିଲେ । ଗୋପାଲଜୀ ଉଚ୍ଚ ବିଦ୍ୟାଳୟର ଜୁନିଅର ରେଡକ୍ରସ୍‌ ପରାମର୍ଶଦାତା ଧ୍ରୁବ ଚରଣ ବାରିକ ଜଳଛତ୍ର ଆୟୋଜନ କରାଯିବାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଗ୍ରୀଷ୍ମ ପ୍ରବାହ ସମୟରେ ସନଷ୍ଟ୍ରୋକରୁ ସୁରକ୍ଷିତ ରହିବାର ଉପାୟ ଓ ଏହାର ପ୍ରାଥମିକ ଚିକିତ୍ସାର କୌଶଳ ବିଷୟରେ ସାଧନକର୍ମୀ ଏବଂ ପରାମର୍ଶଦାତାମାନେ ଡେମୋ ମାଧ୍ୟମରେ ବଜାରକୁ ଆସିଥିବା ଜନସାଧରଣଙ୍କୁ ତାଲିମ ଦେଇଥିଲେ । ବରିଷ୍ଠ ସାଧନକର୍ମୀ ହୃଷିକେଶ ଡାଙ୍ଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାଧନକର୍ମୀ ତପସ୍ୱିନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଚତୁର୍ଭଜ ସାହୁ, ସିଆରସିସି ନରେଶ ପୁରୋହିତ, ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ପରାମର୍ଶଦାତା ଦୁର୍ଯ୍ୟୋଧନ ପଶାୟତ ଏବଂ ବ୍ଲକର ବିଭିନ୍ନ ସ୍କୁଲର ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ଦୌଲତ ସା, କୁମୁଦ କୁମାର ମଟାରୀ, ଦେବକୀ ବାଘ, ଅମ୍ଲାନ ପଣ୍ଡିଆ, ଶୋଭାଚନ୍ଦ୍ର ବାରିକ, ରିଙ୍କୁ ଦରଜୀ ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟ କରଙ୍ଗାମାଲ ଠାରେ ବନ ମହୋତ୍ସବ   08-Jul-2026
  ଜିଲ୍ଲା  
ଝାରବନ୍ଧ ପଞ୍ଚାୟତ ଉଚ୍ଚ ପ୍ରାଥମିକ ବିଦ୍ୟାଲୟଠାରେ ବନମହୋତ୍ସବ   08-Jul-2026
  ରାଜ୍ୟ  
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୋଲକାତା ଗସ୍ତ   08-Jul-2026
  ଜିଲ୍ଲା  
ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ ପାଇଁ ଓଡ଼ିଶା ପୋଲିସର ‘ଇ-ଜିରୋ ଏଫ୍‌ଆଇଆର୍ (e-Zero FIR)’ ବ୍ୟବସ୍ଥାର ଶୁଭାରମ୍ଭ   08-Jul-2026
  ଜିଲ୍ଲା  
ପରିବେଶ ସୁରକ୍ଷାର ଶପଥ ସହ ବନ ମହୋତ୍ସବ ପାଳିଲା ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ    08-Jul-2026
  ଜିଲ୍ଲା  
ଖଣି ଉପନିର୍ଦ୍ଦେଶକ ଦୁଇ ଲକ୍ଷ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଦ୍ୱାରା ଗିରଫ   08-Jul-2026
  ଜିଲ୍ଲା  
କଟକରେ ରଥଯାତ୍ରା-୨୦୨୬ ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ   08-Jul-2026
  ଜିଲ୍ଲା  
ରେଙ୍ଗାଲି ରେ ସମାଜ ପକ୍ଷରୁ ବ୍ଳକ୍ ସ୍ତରୀୟ ଚିତ୍ରାଙ୍କନ ଓ,କୁଇଜ୍ ପ୍ରତିଯୋଗିତା: ଚିତ୍ରାଙ୍କନ ରେ ସୋହମ୍ କୁଇଜ୍ ରେ ଶାନ୍ତାରାମ ପ୍ରଥମ   08-Jul-2026
  ଜିଲ୍ଲା  
ଘର୍ଟ ଇଣ୍ଟରନ୍ୟାସନାଲ ଷଷ୍ଠ ପ୍ରତିଷ୍ଠା ଦିଵସ, ସମାଜସେବା ପାଇଁ ଗୌରବ ଦୀପ ସମ୍ମାନିତ   08-Jul-2026
  ଜିଲ୍ଲା  
ପିଏମ୍-ସୂର୍ଯ୍ୟ ଘରକୁ ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ: ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ   08-Jul-2026
  ଜିଲ୍ଲା  
ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   08-Jul-2026
  ଜିଲ୍ଲା  
କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ :   08-Jul-2026

You Might Also Like