-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
28-Apr-2023
ବୀରମହାରାଜପୁର , (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବ୍ଲକ ସୁବଳୟା ଥାନ ଅନ୍ତର୍ଗତ ସୁରୁବାଲି ପୋଲ ନିକଟରେ ଆଜି ସନ୍ଧ୍ୟା ସମୟରେ ବାଇକ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ଜଣେ ମୃତ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ବୀରମହାରାଜପୁର ପଟୁ ଏକ ୧୨ ଚକିଆ ମାଲବୋଝେଇ ଟ୍ରକ( ସିଜି ୦୪ ୫୫୯୯ ) ଆସୁଥିବା ବେଳେ କମିରା ଛକ ପଟୁ ବାଇକ ଯୋଗେ ମଙ୍ଗଳୁ ଖମାରୀ ଓ ନୁଆଁପଡା ଗ୍ରାମର ବସନ୍ତ ମିଶ୍ର ନିଜ ଘର ସୁବଳୟା କୁ ଫେରୁଥିବା ସମୟରେ ସୁରୁବାଲି ପୋଲ ବୁଲାଣି ରାସ୍ତା ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ଏଥିରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବୀରମହାରାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମଙ୍ଗଳୁ ଖମାରୀ (୪୪) କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ସୁବଳୟା ପୋଲିସ ପହଞ୍ଚି ଦୁର୍ଘଟଣା ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।