-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
27-Apr-2023
ଗଞ୍ଜାମ (ଭଗବାନ ପାଢୀ ): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦକୋଟ ଗ୍ରାମର ଜଣେ ବ୍ଯକ୍ତିଙ୍କର ଡୁବାଇରେ ମୃତ୍ୟୁ ଘଟିଛି।ମୃତ ବ୍ଯକ୍ତି ଜଣକ ହେଲେ ମର୍ଦ୍ଦକୋଟ ଛକ ସାହିର ୫୦ ବର୍ଷୀୟ ଧୃବ ଚରଣ ବରାଡ। ଶ୍ରମିକ ଭାବେ ସେ ଡୁବାଇରେ ଏକ ଘରୋଇ ସଂସ୍ଥାରେ ରହି କାର୍ଯ୍ଯ କରୁଥିବା ବେଳେ ଗତ ବିଳମ୍ବିତ ରାତିରେ ତାକଂର ହାର୍ଟ ଆଟାକ୍ ରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇବା ପରେ ପରିବାର ତଥା ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ସୂଚନା ଅନୁସାରେ ୧ ବର୍ଷ ତଳେ ଝିଅ ବାହାଘର ପାଇଁ ଗାଁ କୁ ଆସିଥିଲେ ଧୃବ। ଝିଅ ବାହାଘର ସାରି ପୁଣି ଫେରି ଯାଇଥିଲେ ଦୁବାଇ। ଦୀର୍ଘ ୮ ବର୍ଷ ଧରି ସେଠାରେ ସେ କାର୍ଯ୍ୟ କରିଥିବା ବେଳେ ଏବେ ତାଙ୍କର ଏଭଳି ଆକଶ୍ମୀକ ମୃତ୍ୟୁ ଘଟିଛି। ତାଙ୍କ ମର ଶରୀରକୁ ଗାଁ କୁ ଆଣିବା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ମୃତକଙ୍କ ପୁଅ ଓ ସଂପର୍କୀୟ।