-+91-9937148622 |
prerana_bgr@rediffmail.com |
Friday 10th July 2026 |
R.N.I. Regd No. ODIODI/2010/46693
Breaking News
25-Apr-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏହି ପାଳନତ୍ସୋବରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି 'ସମ୍ବଳ, ଶ୍ରମ ଓ ଅଭିନବ ପନ୍ଥା ଦ୍ଵାରା ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବାର ସମୟ ଉପନୀତ' ବୋଲି ଉଲ୍ଲେଖ କରିଥିଲେ। ଜିଲ୍ଲା ଭିବିଡି କନସଲଟାଣ୍ଟ ଚନ୍ଦ୍ରଶେଖର ମିଶ୍ର ସାମ୍ପ୍ରତିକ ସମୟରେ ଜିଲ୍ଲାର ମ୍ୟାଲେରିଆ ଜନିତ ସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା ମ୍ୟାଲେରିଆର କାରଣ ଏବଂ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ୨୦୨୭ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ଆହ୍ଵାନ ଦେଇଥିଲେ।
ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରତିନିଧି ଡାକ୍ତର ନିତେଶ ଦାଶ ମ୍ୟାଲେରିଆ ସହ ଫ୍ୟାଲେରିଆ ନିରାକରଣ ଦିଗରେ ମଧ୍ୟ ଆମକୁ ତତ୍ପରତା ଦେଖାଇବାକୁ ହେବ ବୋଲି କହିଥିଲେ। ଏହି ଅବସରରେ ବିଶ୍ଵ ମ୍ୟାଲେରିଆ ଦିବସ ପାଇଁ ପ୍ରସ୍ତୁତ ପୋଷ୍ଟରକୁ ଅତିଥିମାନେ ଅନାବରଣ କରିଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡିପିଏମ ଏନଏଚଏମ ବିଶ୍ଵମ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ ପାଳନୋତ୍ସବରେ ମହିଲା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀଙ୍କ ସମେତ ଏନଏଚଏମ କାର୍ଯ୍ୟକ୍ରମ ପରିଚାଳକମାନେ ଏବଂ ସ୍ଵାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।