-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
24-Apr-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର କଲେଜ ଏନ ସି ସି ପକ୍ଷରୁ ପୁନିତ ସାଗର ସାପ୍ତାହିକ ଅଭିଯାନ ଆରମ୍ଭ ହୋଇ ଯାଇଛି l କର୍ନେଲ କେଦାର ନାଥ ସାହୁ, ଇଲେଭେନ ଏନ ସି ସି ବ୍ୟାଟେଲିଆନ ବାଲାଙ୍ଗୀରଙ୍କ ନିର୍ଦ୍ଦେଶ ଅନୁସାରେ ଏବଂ କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟଙ୍କ ପ୍ରେରଣା ତଥା ଲେଫ୍ଟନାଣ୍ଟ ଆଶିଷ କୁମାର ଅଗ୍ରୱାଲା, ଏନ ସି ସି ଅଫିସର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୫୦ ରୁ ଊର୍ଧ୍ୱ ଏନ ସି ସି କ୍ୟାଡେଟ ଓ ସ୍ୱଚ୍ଛ ଭାରତ ସଂଗଠନ ର କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ ମହାନଦୀ ତ୍ରିବେଣୀ ସଙ୍ଗମ ଠାରେ ମେଗା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା l ଏହା ଆସନ୍ତା ୨୮ ତାରିଖ ଯାଏ ସପ୍ତାହେ ବ୍ୟାପୀ ଚାଲୁ ରହିବ ବୋଲି ଲେଫ୍ଟନାଣ୍ଟ ଶ୍ରୀ ଆଗ୍ରୱାଲl ପ୍ରକାଶ କରିଛନ୍ତି l