-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଶିବପ୍ରସାଦ ପାଣ୍ଡିଆଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ଶିବପ୍ରସାଦ ପାଣ୍ଡିଆ: ବିଚାର ଓ ବ୍ୟକ୍ତିତ୍ୱ ପୁସ୍ତକ ଲୋକାର୍ପିତ 

23-Apr-2023



ବଲାଙ୍ଗୀର(ଦେବାଶିଷ ବହିଦାର)- ବିପ୍ଳବୀ କବି ସାମ୍ବାଦିକ ଗୌରବ ଶିବପ୍ରସାଦ ପାଣ୍ଡିଆଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ସ୍ଥାନୀୟ ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ ପରିସରରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ଶିବପ୍ରସାଦ ପାଣ୍ଡିଆ ସ୍ମୃତି କମିଟି ଏବଂ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଏବଂ ଚିନ୍ତାନାୟକ ପ୍ରଫେସର ମଧୁସୂଦନ ପତି ସଭାପତିତ୍ୱ କରିଥିଲେ । ବରେଣ୍ୟ ଅତିଥି ଭାବେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ ଆଇନଜ୍ଞ ନରସିଂହ ମିଶ୍ର,  ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ତଥା ୟୁନାଇଟେଡ୍ କିଙ୍ଗଡମ୍ ସ୍ଥିତ ୟୁନିଭର୍ସିଟି ଅଫ୍ ବାଥ୍‌ର ପ୍ରଫେସର ଡ. ଅଜିତ ମିଶ୍ର ଏବଂ ସମ୍ବଲପୁର ସ୍ଥିତ ଆଇଆଇଏମ୍‌ର ଆସୋସିଏଟ୍ ପ୍ରଫେସର ଡ. ସୁଜିତ କୁମାର ପୃଷେଠ୍ ଯୋଗଦାନ କରିଥିଲେ । ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀର ପଛୁଆ ଜିଲା ନୁହେଁ, ଏଠାରେ ଦକ୍ଷତାର ଅଭାବ ନାହିଁ ମାନସିକତାର ଅଭାବ ପରିଲକ୍ଷିତ ହେଉଛି ବୋଲି କହିଥିଷଲ ।

ଏହି ଅବସରରେ  ସେ ସ୍ୱର୍ଗତ ପାଣ୍ଡିଆଙ୍କ ଭଳି ଜଣେ ନିର୍ଭୀକ ଏବଂ ସାଧାରଣ ଲୋକଙ୍କ ପକ୍ଷଧର ସାମ୍ବାଦିକ ଆଉ ଦେଖିବାକୁ ମିଳୁନାହାନ୍ତି ବୋଲି କହିଥିଲେ । ଶିକ୍ଷାର ଉନ୍ନତି ବିନା କୌଣସି ଅଞ୍ଚଳର ପ୍ରଗତି ଅସମ୍ଭବ ବୋଲି କହିଥିଲେ । ଅନ୍ୟତମ ଅତିଥି ପ୍ରଫେସର ମିଶ୍ର ତାଙ୍କ ବକ୍ତବ୍ୟରେ ପୃଥିବୀର ବିଭିନ୍ନ କାଳଖଣ୍ଡରେ କିଭଳି ସୁନା, ଜମି, ଶ୍ରମ ଏବଂ ବଜାର ପ୍ରଭାବଶାଳୀ ହୋଇ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ  କହିଥିଲେ । ତେବେ ଲୋକେ ଯାହା ଚାହିଁବେ ତାର ମୂଲ୍ୟ ଅଧିକ ରହିବ ବୋଳି କହିଥିଲେ । ଏହି ଅବସରରେ  ସେ ସ୍ୱର୍ଗତ ପାଣ୍ଡିଆ ଏବଂ ସ୍ୱର୍ଗତ ପ୍ରଫେସର ରବିଶଙ୍କର ପାଣ୍ଡିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନ୍ୟତମ ଅତିଥି ପ୍ରଫେସର ପୃଷେଠ୍ ତାଙ୍କର ଦୀକ୍ଷାନ୍ତ ଅଭିଭାଷଣରେ  ୧୮୯୩ ମସିହାରେ ମହାତ୍ମା ଗାନ୍ଧୀ, ବିବେକାନନ୍ଦ ଏବଂ ଅରବିନ୍ଦ ଘୋଷଙ୍କ ଯୁଗାନ୍ତକାରୀ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ସାମ୍ବାଦିକ ଗୌରବ ପାଣ୍ଡିଆଙ୍କ ଶୁକୁରୁ ଡୁଗୁରୁଙ୍କ ତୁଳନାତ୍ମକ ମୂଲ୍ୟାଙ୍କନ କରିଥିଲେ । ଆଜିର ସମୟରେ କିଭଳି ଅଧ୍ୟାପକ, କବି-ଲେଖକ ଏବଂ ସାମ୍ବାଦିକ ନିଜର ସ୍ୱାଧୀନ ମତବ୍ୟକ୍ତ କରିପାରୁନାହାନ୍ତି କି ଲେଖିପାରୁନାହାନ୍ତି କହିଥିଲେ । ସଭାପତୀୟ ଅଭିଭାଷଣରେ ପ୍ରଫେସର ମଧୁସୂଦନ ପତି ସାମ୍ପ୍ରତିକ ସମାଜର ଏକ ସ୍ଥୂଳଚିତ୍ର ଉପରେ କହି ସମୀକ୍ଷାର ବେଳ ଉପନୀତ ବୋଲି କହିଥିଲେ । ସ୍ୱର୍ଗତ ପାଣ୍ଡିଆ ସାମନ୍ତବାଦ ବିରୁଦ୍ଧରେ ଜୀବନବ୍ୟାପୀ ଲଢ଼େଇ କରିଆସିଥିଲେ । ରୁଦ୍ରଆହ୍ୱାନ ପାଇଲା ପରେ ଶିପ୍ରସାଦ ପାଣ୍ଡିଆଙ୍କ ଜୀବନ ସାର୍ଥ ହୋଇଥିଲା ବୋଲି ସେ କହିଥିଲେ । ଏହି ଅବସରରେ ସ୍ୱର୍ଗତ ପାଣ୍ଡିଆଙ୍କ ନିର୍ବାଚିତ ପୁସ୍ତକ ସଙ୍କଳନ ଶିବପ୍ରସାଦ ପାଣ୍ଡିଆ: ବିଚାର ଓ ବ୍ୟକ୍ତିତ୍ୱକୁ ଅତିଥିମାନେ ଲୋକାର୍ପିତ କରିଥିଲେ ।

ସଭାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଖ୍ୟାତ ସ୍ଥପତି ଏବଂ ଶିଳ୍ପୀ ଅନ୍ତର୍ଯାମୀ ମେହେର ଓ ଅଭିଳାଷ ମେହେର, ଜୟଶ୍ରୀ ପ୍ରିଣ୍ଟର୍ସର ସତ୍ତ୍ୱାଧିକାରୀ ପ୍ରସନ୍ନ କୁମାର ଗିରି, ସରିତା ଆଚାର୍ଯ୍ୟ ଏବଂ କୃଷ୍ଣ ମହାରଣାଙ୍କୁ ମାନପତ୍ର ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ପ୍ରାରମ୍ଭରେ ଅଜିତ ପାଣିଗ୍ରାହୀ ବିପ୍ଳବୀ ସଙ୍ଗୀତ ପରିବେଷଣ କରିଥିଲେ । ଆୟୋଜକ କମିଟି ଆବାହକ ସୁଶୀଳ କୁମାର ପାଣ୍ଡିଆ ସ୍ୱାଗତ ବକ୍ତବ୍ୟ ଦେଇଥିଲେ । ସମ୍ବର୍ଦ୍ଧନା ପର୍ବକୁ ଅଧ୍ୟାପକ ସନ୍ଦୀପ କୁମାର କୁଅଁର ଏବଂ ସଭାପର୍ବକୁ ବୀରେନ୍ଦ୍ର କୁମାର ଝାଙ୍କର ପରିଚାଳନା କରିଥିଲେ । ଶେଷରେ ବିପ୍ଳବ କେଶରୀ ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ  ସଫଳ କରିବାରେ ମୋହନ ରଞ୍ଜନ ପାଣ୍ଡିଆ, ଅଜିତ କୁମାର ଯୋଷୀ, ସଂଗ୍ରାମ ପାଣ୍ଡିଆ, ନିହାର ରଞ୍ଜନ ପାଣ୍ଡିଆ, ଉଚିତ ଚନ୍ଦ୍ର ପଣ୍ଡା, କୁନୁ ପଣ୍ଡା, ରାମନାରାୟଣ ଦାଶ, ପ୍ରଶାନ୍ତ ମହାକୁର, ରଞ୍ଜିତ ମିଶ୍ର,  ଯୁଧିଷ୍ଠିର ମେହେର ଅନ୍ୟମାନେ ସହଯୋଗ କରିଥିଲେ । ସଭାରେ ବଲାଙ୍ଗୀର ସହରର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like