-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
12-Apr-2023
ବୀରମହାରାଜପୁର, ( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପଞ୍ଚାୟତ ସମିତି ଅନ୍ତର୍ଗତ ଖଣ୍ଡହତା ସମିତି ସଭ୍ୟ ଭାବରେ ଯୁବ ନେତା ବିନୋବାନନ୍ଦ ପଧାନ (ବିନୁ) ନିର୍ଦ୍ୱନ୍ଦ ରେ ନିର୍ବାଚିତ ହୋଇଛନ୍ତି l ଆଜି ଉକ୍ତ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଥିବା ତନୁଜା ରଣବଂନସିଆ ଅଙ୍ଗନବାଡି ନିଯୁକ୍ତି ମିଳିବାରୁ ନିଜ ସମିତି ସଦସ୍ୟା ପଦବୀ ରୁ ଇସ୍ତଫା ଦେଇଥିଲେ। ଫଳରେ ଖାଲି ପଡ଼ିଥିବା ସମିତି ସଭ୍ୟ ପଦବୀ ପାଇଁ ୧୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ l ଆଜି ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିବାରୁ ୧୪ ଜଣ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଥିଲେ l କେବଳ ବିନୋବାନନ୍ଦ ପଧାନ ରହିଥିବାରୁ ସେ ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଥିଲେ l ଏଠାରେ ସୂଚାଇ ଦିଆଯାଇପାରେ ଯେ ଶ୍ରୀ ପଧାନ ବୀରମହାରାଜପୁର ବିଧାନସଭାର ପୂର୍ବତନ ବିଧାୟକ ସ୍ୱର୍ଗତ ବୈଷ୍ଣବ ପଧାନଙ୍କ ପୁତ୍ର ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିବେକା ପଧାନଙ୍କ ଭାଇ ଅଟନ୍ତି l ବର୍ତ୍ତମାନ ତାଙ୍କର ଧର୍ମ ପତ୍ନୀ ସୁନିତା ମହାକୁର ଜଟେସିଂହା ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି l ତାଙ୍କର ଏହି ବିଜୟ ରେ ତାଙ୍କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ଜଣାଇ ଛନ୍ତି l